ବାମ ଅଳିନ୍ଦରେ ପଶେ ଓ ଯେତେବେଳେ ମଇଳା ରକ୍ତ ଦକ୍ଷିଣ ନିଳୟରେ ପଶେ, ଠିକ୍ ସେହି ସମୟରେ ସଫା ରକ୍ତ ବାମ ନିଳୟରେ ପଶେ । ଆଉ ଯେତେବେଳେ ମଇଳା ରକ୍ତ ଫୁସ୍ଫୁସ୍କୁ ଯାଇଥିବା ନଳୀ ଭିତରେ ପଶୁଥାଏ, ସେହି ସମୟରେ ସଫାରକ୍ତ ବୃହଦ୍ଧମନୀରେ ପଶେ । ଏହିପରି ଭାବରେ ମଇଳା ଓ ସଫା ରକ୍ତ ଏକ ସମୟରେ ସଞ୍ଚାଳିତ ହୁଏ । ହୃଦ୍ଯନ୍ତ୍ରର ଏହି ସଙ୍କୋଚନ ଅଳିନ୍ଦରୁ ଆରମ୍ଭ ହୋଇ ଆସ୍ତେ ଆସ୍ତେ ନିଳୟ ଆଡ଼କୁ ଗତି କରେ, ଅର୍ଥାତ୍ ହୃଦ୍ଯନ୍ତ ମୂଳରୁ ଆଗ ଆଡ଼କୁ ଚିପି ହୋଇ ଆସେ, ତେଣୁ ଅଳିନ୍ଦ ଯେତେବେଳେ ଚିପି ହେଉଥାଏ ସେତେବେଳେ ନିଳୟ ଖୋଲାଥାଏ, ତେଣୁ ରକ୍ତ ସହଜରେ ଅଳିନ୍ଦରୁ ନିଳୟକୁ ଯାଇ ପାରେ । ହୁଦ୍ଯନ୍ତ୍ରର ଏହି ସଙ୍କୋଚନ ଓ ପ୍ରସାରଣ ସଦାବେଳେ ଲାଗିଛି । ମିନିଟକରେ ଏହା ୭୦/୮୦ ଥର ମେଲା ହୋଇ ଚିପି ହୁଏ । ଛାତିର ବାଆଁ ପଟେ ହାତ ଦେଲେ ଯେଉଁ ଧୁକ୍ଧୁକି ଜଣାଯାଏ ହୃଦ୍ଯନ୍ତ୍ରର ଏହି ସଙ୍କୋଚନ ପ୍ରସାରଣ ହେଉଛି ତା’ର କାରଣ ।
ଧମନୀ(Artery):- ସଫା ରକ୍ତ ହୃଦ୍ଯନ୍ତ୍ରରୁ ବୃହଦ୍ଧମନୀକୁ ଯାଏ । ବୃହଦ୍ଧମନୀରୁ ଅନେକ ଶାଖା ପ୍ରଶାଖା ବାହାରିଅଛି । ଏମାନଙ୍କୁ ଧମନୀ କହନ୍ତି । ଏହି ଶାଖା ପ୍ରଶାଖା ବାଟେ ସଫା ରକ୍ତ ଦେହର ସବୁଆଡ଼କୁ ଯାଏ । ଶାଖା ଦେହରୁ ପ୍ରଶାଖା, ପ୍ରଶାଖା ଦେହରୁ ଉପଶାଖା ଆଦି ବାହାରି ଶେଷରେ ଧମନୀସବୁ ଆସ୍ତେ ଆସ୍ତେ ଏତେ ଛୋଟ ହୋଇ ଯାଇଛନ୍ତି ଯେ, ତାହା ଖାଲି ଆଖିରେ ଦେଖିବା କଷ୍ଟ । ଏହି ସୂକ୍ଷ୍ମ ଧମନୀରୁ ଶେଷରେ ଜାଲକ (Capillary)ରେ ପରିଣତ ହୋଇଛନ୍ତି । ଧମନୀ ସରୁ ସରୁ ରବର ନଳୀ ପରି ସ୍ଥିତିସ୍ଥାପକ ଗୁଣବଶିଷ୍ଟ, ତେଣୁ ତାହା ସଦାବେଳେ ମେଲା ରହିଥାଏ ଏବଂ ରକ୍ତ ଟିକିଏ ବେଶି ହୋଇଗଲେ ତାହା ମଧ୍ୟ ଟିକିଏ ମୋଟା