ପୃଷ୍ଠା:Ama Deha (BB Patnaik 1940) o.pdf/୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୨
ଆମ ଦେହ

ଯୋଗେ ମିଶି ପାରନ୍ତି ନାହିଁ । ବାୟୁ ଓ ରକ୍ତ ଏପରି ରହିବାରୁ ଲୋହିତ ରକ୍ତ କଣିକାର ଶୋଣିମା ବାୟୁ ଦେହରୁ ଅମ୍ଳଜାନ ଟାଣି ଆଣେ ଓ ରକ୍ତରୁ ଅଙ୍ଗାରକାମ୍ଳ ବାୟୁକୋଷ ଭିତରକୁ ଚାଲିଯାଏ । ଏହି ଅଙ୍ଗାରକାମ୍ଳମିଶା ବାୟୁ ନିଃଶ୍ୱାସବାଟେ ବାହାରିଯାଏ । ରକ୍ତ ଫୁସ୍‌ଫସ୍ ଭିତରେ ଥିବା ଜାଲକ ମଧ୍ୟରେ ଯାଉ ଯାଉ ସମସ୍ତ ଅଙ୍ଗାରକାମ୍ଳ ଛାଡ଼ିଦେଇ ଏବଂ ଅମ୍ଳଜାନ ଟାଣି ଆଣି ସଫା ହୋଇଯାଏ । ଜାଲକସବୁ ମିଳି ଶିରା ହୋଇଛନ୍ତି ଓ ଶିରାସବୁ ମିଳି ଗୋଟାଏ ବଡ଼ ଶିରା ହୋଇଅଛି । ଏହି ଶିରା ହୃଦ୍‌ଯନ୍ତ୍ରକୁ ଆସିଛି । ସଫା ରକ୍ତ ଜାଲକରୁ ଶିରାକୁ ଆସି ଶେଷରେ ହୃଦ୍‌‌ଯନ୍ତ୍ରକୁ ଆସେ । ଏହିପରି ମଇଳା ରକ୍ତ ହୃଦ୍‌‌ଯନ୍ତ୍ରରୁ ଫୁସ୍‌ଫୁସ୍‌କୁ ଯାଇ ସେଠାରେ ସଫା ହୋଇ ପୁଣି ହୃଦ୍‌ଯନ୍ତ୍ରକୁ ଆସୁଅଛି ଓ ହୃଦଯନ୍ତ୍ରରୁ ଦେହର ଚାରିଆଡ଼କୁ ଯାଉଅଛି ।

ଖାଦ୍ୟର ସାର କିପରି ରକ୍ତରେ ମିଶେ ଏବଂ ରକ୍ତ କିପରି ତାହାକୁ ତନ୍ତୁମାନଙ୍କର କୋଷକୁ ନେଇଯାଏ, ତାହା ଆଗରୁ କୁହାଯାଇଅଛି । ଏହି ଖାଦ୍ୟସାର କୋଷକୁ ଯାଇ ସେଠାରେ କଣ କରେ ଦେଖାଯାଉ । ଆମ ଜଣାରେ ହେଉ ବା ଅଜଣାରେ ହେଉ ଦେହ ଭିତରେ ସଦାବେଳେ କିଛି ନା କିଛି କାମ ଚାଲିଛି । ନିଃଶ୍ୱାସ ମାରିବା, ଖାଦ୍ୟ ହଜମ ହେବା କିମ୍ବା ରକ୍ତ ଚଳିବା ଆଦି କେବେ ହେଲେ ବନ୍ଦ ନାହିଁ । କାମ କଲେ ତନ୍ତୁମାନଙ୍କ କୋଷର କିଛି ନା କିଛି କ୍ଷୟ ହୁଏ । ଖାଦ୍ୟସାର ଏହି କ୍ଷତିପୂରଣ କରେ ଆଉ ଦେହକୁ ବଢ଼ାଏ । ଏହା ଛଡ଼ା ଆଉ କେତେକ ଦଗ୍ଧ ହୋଇ ଉ‌ତ୍ତାପ ଜିନ୍ମାଏ । ଏହି ଉ‌ତ୍ତାପ ଆମ ଦେହକୁ ଉଷୁମ ରଖେ ଓ କାମ କରିବାକୁ ବଳ ଦିଏ । ଦେହ ଭିତରେ ଦଗ୍ଧ ହେଉଛି