ଏହି ପୃଷ୍ଠାଟି ବୈଧ ହୋଇସାରିଛି


କୋଷ ଅଛି ସେସବୁକୁ ଯାଇଛନ୍ତି । କେବଳ ଏହିପରି ଗୋଟିଏ ଗୋଟିଏ ଝିଅ ଯେ କୋଷକୁ ଯାଇଛି ତାହା ନୁହେ । ପ୍ରତି କୋଷକୁ ଦୁଇ ତିନୋଟି କରି ଖିଅ ଯାଇଅଛି । ଆମ ଦେହରେ ଯେତେ କୋଷ ଅଛି ତାହା ଆଜିଯାଏ କେହି ହେଲେ ଗଣି ପାରି ନାହିଁ—ସମୁଦ୍ରର ବାଲିପରି ଏହା ଅସଂଖ୍ୟ । ଏତେ କୋଷ ଦେହକୁ କେତେ ଯେ ନାଡ଼ୀ ଖିଅ ଯାଇଛ ତା ପୁଣି କଳିବ କିଏ ? ତଥାପି ଏତେ ନାଡ଼ୀ ଆମ ଦେହରେ ଅଛି ।

ଆମ ଦେହର କୌଣସି ଜାଗାରେ ଯଦି ପିମ୍ପୁଡ଼ିଟାଏ କାମୁଡ଼ି ଦିଏ, ତେବେ ଆମେ ତାହା ସଙ୍ଗେ ସଙ୍ଗେ ଜାଣି ପାରୁଥାଇଁ । ଏହାର କାରଣ ଏହି ଯେ ଯେଉଁଠାରେ ପିମ୍ପୁଡ଼ି କାମୁଡ଼ିଲା, ସେଠାରୁ ନାଡ଼ୀ-ତାର ମସ୍ତିଷ୍କକୁ ଯାଇଛି । କାମୁଡ଼ିଲା କ୍ଷଣି ନାଡ଼ୀ ଊପରେ ଆଘାତ ପଡ଼େ ଆଉ ସେ ସମ୍ବାଦଟା ସଙ୍ଗେ ସଙ୍ଗେ ଉକ୍ତ ତାରଦ୍ୱାରା ମସ୍ତିଷ୍କକୁ ଚାଲିଯାଏ, ତେଣୁ ଆମକୁ ଗୋଟାଏ କଣ କାମୁଡ଼ିଲା ବୋଲି ଆମେ ଜାଣି ପାରୁଁ । ଦେହର ଏପରି କୌଣସି ଜାଗା ନାହିଁ, ଯହିଁରେ କି ନାଡ଼ୀ-ତାର ନାହିଁ । ଦେହକୁ ଚୁମୁଟିଲେ କି ଦେହରେ କଣ୍ଟାଟିଏ ବାଜିଗଲେ ଆମକୁ ଯେ,କାଟେ, ଏହା କଣ ଆମର ଉପକାରରେ ଆସେ ନାହିଁ ? ଏହା ଆମକୁ ସତର୍କ କରାଇ ଦିଏ, ତେଣୁ ଆମେ ଦେହକୁ ରକ୍ଷା କରି ପାରୁଁ । ଏହା ନ ଥିଲେ ଆମେ କେତେବେଳେ ସେ କଟି ଯାଆନ୍ତେ ବା କେତେବେଳେ ପୋଡ଼ି ଜଳିଯାଆନ୍ତେ ତାହା କହି ହୁଅନ୍ତା ନାହିଁ ।

ଚିମୁଟିଲେ କାଟେ ଓ ଆମେ ତାହା ଜାଣିପାରୁଁ, ସେହିପରି ମଧ୍ୟ ଆମେ ଥଣ୍ଡା କି ଗରମ, କଠିନ କି ନରମ, ଭାରି କି ହାଲୁକା, ଗୋଲ କି ଚେପ୍ଟା ଆଦି ବାରି ପାରୁଁ । ଏ ପ୍ରତ୍ୟେକ କାର୍ଯ୍ୟ ସେହି