ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୮୪ ଆମ ଦେହ

ଆସି ଆଖିଡ଼ୋଳାର ପଛପଟେ ଡୋଳା ଭିତରକୁ ପଶିଅଛି ଓ ତାହା ପରେ ଜାଲ ଭଳି ହୋଇଯାଇ ଡ଼ୋଳା ଭିତରର ପଛଅଂଶକୁ ଛାଇ ଦେଇଛି । ଏହା ହେଲା ମୁକୁରିକା । ଏହି ମୁକୁରିକାର ପ୍ରାୟ କେନ୍ଦ୍ରରେ ଗୋଟିଏ ହଳଦିଆ ରଙ୍ଗର ଚକା ଦାଗ ଅଛି ।

ଆମେ ଗୋଟାଏ ଜିନିଷ ଆଡ଼କୁ ଅନାଇଲେ ତାର ଛବିଟା ଡୋଳା ଭିତରେ ଥିବା ପରଦାର ଫୋଡ଼ ବାଟ ଦେଇ ଓ ପାଣିଭଳି ଜିନିଷ ଭେଦ କରି ଠିକ୍ ଦୃଷ୍ଟିକାଚ ଉପରେ ପଡ଼େ । ଦୃଷ୍ଟିକାଚ ଏପରି ଭାବରେ ଗଢ଼ା ଯେ ଯେଉଁ ଛବି ତା ଉପରେ ପଡ଼ିବ ସେଇଟା ତା ଭିତରେ ଓ ତା’ପରେ ଥିବା ଲାଳୁଆ ଜିନିଷ ଭିତର ବାଟେ ଯାଇ ଠିକ ମୁକୁରିକା ଉପରେ ଥିବା ହଳଦିଆ ଦାଗ ଉପରେ ଓଲ୍ଟା ହୋଇ ପଡ଼ିବ । ଯେଡ଼େ ବଡ଼ ଜିନିଷ ହେଉ ନା କାହିଁକି ତାହାର ଛବିଟି ସେହି ହଳଦିଆ ଦାଗ ଭିତରେ ସମେଇ ଯାଏ । ବଡ଼ ଛବିକୁ ଛୋଟ କରି ଠିକ୍ ସେହି ହଳଦିଆ ଦାଗ ଉପରେ ପକାଇବା ହେଉଛି ଦୃଷ୍ଟିକାଚର କାର୍ଯ୍ୟ । ଛବି ଛୋଟ ହୁଏ ସତ, ଅଥଚ ତାହା ଏଡ଼େ ପରିଷ୍ଫୁଟ ହୁଏ ଯେ, ତାହାର ପ୍ରତ୍ୟେକ ଅଂଶ ଠିକ୍ ଭାବରେ ଦେଖାଯାଏ । ଏହି ହଳଦିଆ ଦାଗର ଗୋଟାଏ ଗୁଣ ଏହି ଯେ, ଯେ କୌଣସି ରଙ୍ଗର ଛବି ତା ଉପରେ ପଡ଼ୁ, ନା କାହିଁକି, ସେ ତାହାର ସେହି ରଙ୍ଗର ଗୋଟାଏ ପ୍ରତିକୃତି ଉଠାଇ ନେବ । ଯେପରି ଫଟୋଗ୍ରାଫ୍ ଉଠାଯାଏ, ଏଠାରେ ଠିକ୍ ସେହିପରି ଗୋଟାଏ ପ୍ରତିକୃତି ଉଠିଯାଏ । ଏହି ପ୍ରତିକୃତି ଉଠିବାକୁ ଖୁବ୍ କମ ସମୟ ଲାଗେ । ପ୍ରତିକୃତି ଉଠିବା ଆଗରୁ ଯେଉଁ ଜିନିଷରେ ସ୍ଥାନ‌ଚ୍ୟୁତି ଘଟେ, ସେ ଜିନିଷ ଆମେ ଷ୍ପଷ୍ଟ କରି ଦେଖିପାରୁ ନାହିଁ । ଏହି କାରଣରୁ