ପୃଷ୍ଠା:Ama Deha (BB Patnaik 1940) o.pdf/୯୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୯
ଆମ ଦେହ

ଶବ୍ଦ ଉଚ୍ଚାରିତ ହେଲେ ବାୟୁରେ ଗୋଟିଏ ପ୍ରକାର ତରଙ୍ଗ ଜାତ ହୁଏ । ଏହି ତରଙ୍ଗ କାନଭିତର ଦେଇ କର୍ଣ୍ଣପଟ‌ହକୁ ଅଘାତ କରେ । ଢ଼ୋଲ ବଜାଇଲେ ଯାହା ହୁଏ, ଏହା ଠିକ୍ ସେହିପରି କରେ । ଶବ୍ଦତରଙ୍ଗ କର୍ଣ୍ଣପଟହର ମୁନ୍ଦରିକା, ଅଙ୍କୁଶିକା ଓ ପର୍ଯ୍ୟନିକା ଆଦି ବାଟ ଦେଇ କର୍ଣ୍ଣଗହ୍ୱରର ଶେଷଭାଗରେ ଥିବା ଶ୍ରୁତିଶମ୍ଭୂକରେ ପ‌ହଞ୍ଚେ । ଏଠାରେ ପ୍ରତ୍ୟେକ ଶବ୍ଦ ପାଇଁ ଗୋଟିଏ ଗୋଟିଏ ତାର ରହିଅଛି; ତେଣୁ ଯେଉଁ ଯେଉଁ ଶବ୍ଦ ଉଚ୍ଚାରିତ ହୋଇଥାଏ, ସେହି ସେହି ଶବ୍ଦର ତାରସବୁ ଥରି ଉଠନ୍ତି ଓ ସେହି କମ୍ପନ ଶବ୍ଦଗ୍ରାହୀ ନାଡ଼ୀ ବାଟେ ମସ୍ତିଷ୍କର ଶ୍ରୁତିକେନ୍ଦ୍ରକୁ ଯାଏ; ତେଣୁ କି ଶବ୍ଦ ହେଲା ତାହା ଆମ୍ଭେମାନେ ଜାଣି ପାରୁଁ ।

ଘ୍ରାଣେନ୍ଦ୍ରିୟ :-ଘ୍ରାଣେନ୍ଦ୍ରିୟ ନାକରେ ଅଛି । ନାକ କିପରି ତାହା ଆଗରୁ କୁହାଯାଇଅଛି । ନାକବାଟେ ଆମେ ନିଶ୍ୱାସ ନେଉଁ ଓ ଶୁଙ୍ଘୁ ।

ମସ୍ତିଷ୍କରେ ଗୋଟିଏ ଘ୍ରାଣକେନ୍ଦ୍ର ଅଛି । ଏହି ଘ୍ରାଣକେନ୍ଦ୍ରରୁ ଗନ୍ଧବାହୀ ନାଡ଼ୀ ଆସି ଖୁବ୍ ସୂକ୍ଷ୍ମ ସୂକ୍ଷ୍ମ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ନାକର ଉପର ପଟର ଅଳ୍ପ କେତେକ ଅଂଶରେ ଥିବା ଶ୍ଳୈଶ୍ମିକ ଝିଲ୍ଲିରେ ଶେଷ ହୋଇଅଛି । ଯେ କୌଣସି ଜିନିଷ ହେଉ ନା କାହିଁକି, ତାର ପରମାଣୁ ପବନରେ ଭାସେ । ପରମାଣୁ ଏଡ଼େ ସୂକ୍ଷ୍ମ ଯେ ରାସାୟନିକ ପ୍ରକ୍ରିୟା (Chemical action) ତ ଦୂରର କଥା, ବଢ଼ିଆ ବଢ଼ିଆ ଅଣୁବୀଷଣ ଯନ୍ତ୍ର ସାହାଯ୍ୟରେ ସୁଦ୍ଧା ତାହା ଦେଖାଯାଏ ନାହିଁ । ଏହା ପବନରେ ଭାସି ନିଃଶ୍ୱାସ ବାଟେ ନାକ ଭିତରକୁ ଯାଏ ଏବଂ ସେଠାର ଓଦା ଶ୍ଳୈଶ୍ମିକ ଝିଲ୍ଲି ଦେହରେ ଲାଗି ତ‌ହିଁରେ ମିଳାଇଯାଏ । ନାକର ଶ୍ଳୈଶ୍ମିକ