ପୃଷ୍ଠା:Amari jatir agua neta.pdf/୭୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଇବା ପାଇଁ ଚାହିଁ ବାରୁ ଯତୀନ୍ଦ୍ର ସିଲିଗୁଡି ଷ୍ଟେସନରେ ଗାଡି ରହିବା ମାତ୍ରେ ଓଲ୍ହାଇ ପଡିଲେ । ଏକ ଗ୍ଲାସ୍ ପାଣି ଧରି ସେ ଫେରିବା ବେଳେ ଜଣେ ଗୋରା ସୈନିକ ଧକ ୍କା ଦେଇ ଗ୍ଲ୍ଲାସଟିକୁ ଭାଙ୍ଗିଦେଲେ । ଯତୀନ୍ଦ୍ର ଏହାର ଦୃଢ ପ୍ର ତିବାଦ କରିବାରୁ ଚାରିଜଣ ଗୋରା ସୈନ୍ଯ ତାଙ୍କୁ ଚଢ଼ାଉ କଲେ । ମାତ୍ର ଯତୀନ୍ଦ୍ର କି ସେଥିରେ ଦବିଯିବା ଲୋକ ?
ସେ ଏକୁଟିଆ ଚାରିଜଣ ଗୋରା ସୈନ୍ଯଙ୍କୁ ଭୁଷି ମାରି ମାରି ମାଟି ଉପରେ ପକାଇ ଦେଲେ । ସେମାନେ ଏଥିପାଇଁ ମକଦ୍ଦମା କଲେ । ପତ୍ରପତ୍ରିକାରେ ଏଇ ଖବର ବାହାରିଲା । କିନ୍ତୁ ଜଣେ ସାଧାରଣ ଭାରତୀୟ ଯୁବକ ଚାରିଜଣ ଗୋରା ସୈନ୍ଯଙ୍କୁ କାବୁ କରିଦେବା ସେମାନଙ୍କ ପକ୍ଷେ ଅପମାନର କଥା । ତେଣୁ ସରକାରଙ୍କ ତରଫରୁ ମୋକଦ୍ଦମାଟି ଉଠାଇ ନିଆଗଲା ।
ସେତେବେଳେ ଭାରତକୁ ସ୍ୱାଧୀନ କରିବା ପାଇଁ ଚାରିଆଡ଼େ ବିପ୍ଲ୍ଲବର ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଲା । ସେମାନେ ସଭା ସମିତି କରି