ପୃଷ୍ଠା:Amari jatir agua neta.pdf/30

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବକ୍‌ସି ଦୃଢ ସ୍ୱରରେ ବୁଝାଇଦେଲେ- ତାହା ହେଲା, ଆମେ ଇଂରେଜ ବା ତାଙ୍କ ପକ୍ଷରେ କାହା ସହିତ କିଛି ସଂପର୍କ ରଖିବା ନାହିଁ।ଇଂରେଜମାନେ ଆମଠାରୁ ଅନ୍ୟାୟ ଭାବରେ ଖଜଣା ଆଦାୟ କରି ଆମ ବିରୁଦ୍ଧରେ ଲଢେଇ କରୁଛନ୍ତି। ଆମରି କ୍ଷେତର ଶସ୍ୟରେ ସେମାନଙ୍କର ଶସ୍ୟ ଭଣ୍ଡାର ପୂର୍ଣ୍ନ କରୁଛନ୍ତି! ଆଜିଠାରୁ ସେମାନଙ୍କୁ ଆମେ କାଣୀ କଉଡିଟେ ସୁଦ୍ଧା ଦେବା ନାହିଁ। ଚାଷବାସ କରିବା ନାହିଁ। ଘରଦ୍ୱାର ଛାଡି ଜଙ୍ଗଲରେ ରହିବା। ଦେଖିବା ସେମାନେ କାହା ଉପରେ ଅତ୍ୟାଚାର କରିବେ?

ଜଣେ ପାଇକ ସର୍ଦ୍ଦାର ପଚାରିଲେ- ଏଇ ଉପାୟ କ'ଣ ଆମର ସଫଳ ହେବ? ଇଂରେଜ ସରକାର ଏଥିରେ ବଦଳି ଯିବ?

ବକ୍ସି ଟାଣ ସ୍ୱରରେ ଉତ୍ତରଦେଲେ-ହଁ, ନିଶ୍ଚ୍ୟ ଏଇ ଉପାୟ ସଫଳ ହେବ। ଇଂରେଜ ଏଣିକି କାହାଠାରୁ ଖଜଣା ଆଦାୟ କରିବ? କାହାର ଫସଲ ନେବେ? କାହାକୁ ହଇରାଣ କରିବ? ଦମ୍ଭଧରି ଜଙ୍ଗଲରେ ଆମେ ରହିବା।

30