ପୃଷ୍ଠା:Amari jatir agua neta.pdf/45

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଠିକ୍‌କଲା ତାପଙ୍ଗ ଦଳବେହେରାତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୁର କରିବେ । ତେଣୁ ସେ ତାପଙ୍ଗ ଯିବାକୁ ଠିକ୍ କଲା ।

ଚିଲିକା କୂଳ ବଣ ଭିତରେ ଗରିବ ମାଛ ଧରାଳି ଚାଲିଥାଏ । ହଠାତ୍ ସେ ଦେଖିଲା ନିଶ ଦାଢି ବଢାଇ ଜଣେ ଲୋକ ପାଗଳ ପରି ଜଙ୍ଗଲରେ ବୁଲୁଛି ।

ମାଛଧରାଳି ପଚାରିଲା- ତାପଙ୍ଗ ଗଡକୁ ବାଟ କେଉଁଠି ?

ବନବାସୀ ଲୋକଟି କହିଲା - ସେଠାକୁ ଯିବ କାହିଁକି ?

ମାଛଧରାଳି ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ କହିଲା- ହଁ, ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତା'ର ଥଳକୂଳ ମୁଁ ପାଇଲି ନାହିଁ । ପେଟ ପାଟଣା ଚଳାଇବାର ତାହା ଏକମାତ୍ର ସମ୍ବଳ । ମାଛଧରି ବିକି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ