ପୃଷ୍ଠା:Amari jatir agua neta.pdf/52

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବହାର କରିବା ଇଂରେଜମାନଙ୍କର କାମ ହୋଇଛି।

ଜୀବନ ସାରା ଲଢେଇ କରି,ବହୁ ବାଧା ବିଘ୍ନର ସାମନା କରି,ସୁରେନ୍ଦ୍ର ସାଏ ଆଜି ବନ୍ଦୀ ଖାନାରେ ସଢୁଛନ୍ତି। ତାଙ୍କର ମନେ ପଡିଯାଉଛି ଅତୀତର ସବୁ ଘଟଣା। ସେ ଭାବୁଛନ୍ତି-

ଇଂରେଜମାନେ ସେତେବେଳେ ମାଲଗାଦିରୁ ଉଠି ରାଜଗାଦିରେ ଆସନ ଥାପିଛନ୍ତି। ହାତରେ ସେମାନଙ୍କର ତୁଳାଦଣ୍ଡ ବଦଳରେ ରାଜଦଣ୍ଡ। ସାରା ଦେଶରେ କୂଟ ଜାଲ ବିଛାଇ,ଗୋଳିଆ ପାଣିରୁ ମାଛ ଧରିବା ସେମାନଙ୍କର ନୀତି ହୋଇଛି। ନ୍ୟାୟ ଅନ୍ୟାୟ ନମାନି ସେମାନେ ନିଜର ବଳ ବଢାଇବାରେ ଲାଗିପଡିଛନ୍ତି।

୧୮୦୯ ମସିହାରେ ସୁରେନ୍ଦ୍ରଙ୍କର ଜନ୍ମ ସମ୍ବଲପୁର ଜିଲ୍ଲାର ଖିଣ୍ଡା ନାମକ ଗ୍ରାମରେ। ସମ୍ବଲପୁରର ରାଜବଂଶ ଛତ୍ରୀ ଚୌହାନ ବଂଶରେ ତାଙ୍କର ଜନ୍ମ। ରାମଙ୍କ ସାଥିରେ ଲଷ୍ମଣଙ୍କ ପରି ତାଙ୍କ ସହିତ ସାନ ଭାଇ ଉଦନ୍ତ ସାରା ଜୀବନ