ପୃଷ୍ଠା:Amari matir amar shaheed.pdf/୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମରି ନେତାଜୀ ସୁଭାଷଚଦ୍ର

ମହାତ୍ମା ଗାନ୍ଧିଙ୍କୁ ଯେମିତି ସାରାଦେଶରେ ବାପୁଜୀ ବୋଲି କ‌ହନ୍ତି, ସୁଭାଷଚନ୍ଦ୍ର ବୋଷଙ୍କୁ ସେମିତି ସମସ୍ତେ ''ନେତାଜୀ '' ବୋଲି ଜାଣନ୍ତି । ତୁଳସି ଦୁଇ ପତ୍ରରୁ ବାସେ । ପିଲାଟି ଦିନୁ ସୁଭାଷଙ୍କର ନେତାଗୁଣ ଜଣା ପଡ଼ିଥିଲା । ପାଠପଢ଼ା, କାମଦାମ, କଥାବାର୍ତ୍ତା, ଚାଲିଚଳନ ସବୁଥିରେ ତାଙ୍କର ନେତାପଣିଆ ପ୍ରକାଶ ପାଇଥିଲା । ତାଙ୍କର ମନ ବଳ ଖୁବ୍ ଉଚ୍ଚରେ ଥିଲା । ଯେଉଁଥିରେ ତାଙ୍କର ମନ ଲାଗୁଥିଲା, ସେ ସେଥିରୁ ପଛାଉ ନଥିଲେ । ଥରେ ଯାହା ପଢ଼ୁଥିଲେ କି ଶୁଣୁଥିଲେ ତାଙ୍କ ମନରେ ରହିଯାଉଥିଲା। ସେଥିପାଇଁ ସେ ସବୁ ପରୀକ୍ଷାରେ ପ୍ରଥମ ଆଉ ସବୁ କାମରେ ଆଗୁଆ ହେଉଥିଲେ ।

ନେତାପଣିଆ ଯୋଗୁଁ ସାଙ୍ଗସାଥୀମାନଙ୍କ ମେଳରେ ତାଙ୍କର ଭାରି ଆଦର ଓ ଖାତିର ଥିଲା । କିନ୍ତୁ କେହି ଭୁଲ କାମ କଲେ ସେ ଛାଡ଼ୁ ନଥିଲେ । ସଙ୍ଗେ ସଙ୍ଗେ ସେ ଦୋଷୀକୁ ଦଣ୍ଡ ଦେଉଥିଲେ । ଦିନେ କେତେକ ପିଲା ଜଣେ ଅନ୍ଧବୁଢ଼ା ହାତରୁ ବାଡ଼ିଟି ଛଡ଼ାଇ ଦୁରକୁ ଫିଙ୍ଗିଦେଲେ । ଅନ୍ଧଟି ବିଚରା ବ୍ୟସ୍ତ ହୋଇ ସେମାନଙ୍କୁ ବାଡ଼ି ମାଗିଲା । କିନ୍ତୁ ବାଡ଼ି ଦେବାତ ଦୁରର କଥା, ପିଲାମାନେ ତାଳିମାରି ଠୋ ଠୋ ହସିବାରେ ଲାଗିଲେ । ସେତିକିବେଳେ ସୁଭାଷ ବୋଷ ସେଠାରେ ଫହଞ୍ଚି ପିଲାମାନଙ୍କୁ ମାରି ଗୋଡ଼ାଇଲେ । ବାଡ଼ିଟି ଆଣି ବୁଢ଼ାକୁ ଦେଲେ ଆଉ ତାକୁ ବାଟ କଢ଼ାଇନେଲେ । କୁଡ଼ିଆରେ ଅନ୍ଧକୁ ଛାଡ଼ି ବିଦ୍ୟାଳୟକୁ ଗଲେ । ବିଳମ୍ବର କାରଣ ଶିକ୍ଷକ ପଚାରିଲେ ଆଉ ସୁଭାଷଙ୍କଠାରୁ ସବୁକଥା ଶୁଣି ଖୁସି ହୋଇଗଲେ ।

ଥରେ ସେମିତି କଟକ ସହରରେ ବସନ୍ତ ଲାଗିଲା । ସେଥିରେ ଲୋକେ ପୋକମାଛି ପରି ମଲେ । ଚାରିଆଡ଼େ ହାହାକାର ପଡ଼ିଗଲା । ରୋଗୀଙ୍କର ସେବା କରିବା ତ ଦୁରର କଥା, ଶବ ଉଠାଇବା ପାଇଁ ମଧ୍ୟ ଲୋକ ମିଳିଲେ ନାହିଁ । ସୁବାଷ ଧନୀ ଘରର ପିଲା ହୋଇଥିଲେ ବି ଏ ଅବସ୍ଥାରେ ଅଥୟ ହୋଇ ପଡ଼ିଲେ । ସେ ସାଙ୍ଗ ସାଥୀମାନଙ୍କୁ ଧରି ରୋଗୀ -