ପୃଷ୍ଠା:Arkakshetra konark.pdf/୧୭୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନବଗ୍ରହ ଶିଳା :

ସବୁ ଦ୍ୱାରବନ୍ଧ ଉପରେ ଲୁହାକଡ଼ି ଉପରେ ନବଗ୍ରହଙ୍କ ବିଗ୍ରହ ବସା ଯାଇଥିଲା । ସେ କଡି କିନ୍ତୁ ବାହାରୁ ଦିଶୁ ନଥିଲା । (୨୭୦) ମୂଳ ନବଗ୍ରହ ବିଗ୍ରହର ଚିତ୍ର, ପୂର୍ବେ ତୋଳା ହୋଇଥିବା କିଛି ଚିତ୍ର (ଫଟୋ-୫୩) ଉପସ୍ଥାପିତ ହେଲା । ଏମାନେ, ବାମରୁ ଡାହାଣକୁ ଳ୍କ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ।(୨୭୧) ହିନ୍ଦୁ ମାନସିକତାରେ ମଣିଷ ଜୀବନ ଉପରେ ଗ୍ରହନକ୍ଷତ୍ରର ପ୍ରଭାବ ଅସୀମ । ତେଣୁ ମନ୍ଦିର ପ୍ରବେଶର ସବୁ ଦୁଆର ଉପରେ ଏମାନେ ସ୍ଥାନ ପାଇ ଥାଆନ୍ତି । ପୂର୍ବ ଦିଗର ନବଗ୍ରହ ଶୀଳା ସ୍ଥାନାନ୍ତରିତ କରିବାର ଅପଚେଷ୍ଟା ଓ ଅନ୍ୟଗୁଡ଼ିକର ଲୁଣ୍ଠର ଇତିହାସ ପୂର୍ବରୁ ବର୍ଣ୍ଣିିତ ହୋଇଛି ।

ଜଗମୋହନ ପଞ୍ଚରଥ ଗଠନ । ଚାରି ରହପାଗ ଉପରେ ଚାରିଟି ଦ୍ୱାର ଓ ତାହାର ନିଜସ୍ୱ ଅଳଙ୍କରଣ ଥିବାରୁ ଏବଂ ପଶ୍ଚିମ ଦିଗର ରହପାଗ ଗଇଣ୍ଠାଳ ସହିତ ମିଶି ଯାଇଥିବାରୁ ପାଭାଗ, ବନ୍ଧନ, ବାରଣ୍ଡୀ, ଜଙ୍ଘା ଇତ୍ୟାଦିର କାମ ଏହା ଉପରେ ରହେ ନାହିଁ । ତଳଜଙ୍ଘା ଓ ଉପର ଜଙ୍ଘାର କାମ ଥାଏ ଅନର୍ଥ ଏବଂ କୋଣ ପାଗ ଓ ତାହାର ଉପବିଭାଗମାନଙ୍କ ଉପରେ ।

[[ଫାଇଲ:|423px|page=177]]
[[ଫାଇଲ:|423px|page=177]]

ଅର୍କକ୍ଷେତ୍ର କୋଣାର୍କ . ୧୭୭