ସମୀର ତନ୍ତ୍ରୀଙ୍କ 'ପ୍ରିୟ ପର୍ଯ୍ୟଟକ' ପ୍ରଥମେ ଉଲ୍ଲେଖ କରିବାର କାରଣ, କବି ବର୍ତ୍ତମାନ ଆସାମର ସ୍ଥାୟୀ ବାସିନ୍ଦା ହେଲେ ମଧ୍ୟ ଦୁଇ ପ୍ରଜନ୍ମ ପୂର୍ବେ ଥିଲେ ଓଡ଼ିଶାର ମଣିଷ । କବିତାଟି ବିଲୀୟମାନ କୀର୍ତ୍ତିିଟି ପାଇଁ ଗୋଟିଏ ଦୀର୍ଘଶ୍ୱାସ ।
"ମୁଁ ବାହାରି ଆସିଲି ଏକୁଟିଆ
କଳଙ୍କିତ ରାତି,
ପ୍ରାର୍ଥନାର ଶୂନ୍ୟ ହାତ ।
ନୃତ୍ୟଶାଳାଟି ଶୂନ୍ୟ
ଓଡିଶୀର ମୁଦ୍ରା ଭୁଲି
ଆତ୍ମହତ୍ୟା କଲେ ଦେବଦାସୀମାନେ
ଚନ୍ଦ୍ରଭାଗା କାନ୍ଦୁଛି
କୂଳରେ ବୋହିଯାଉଛି ଚନ୍ଦ୍ରଭାଗାର ରକ୍ତ....।"
ନୀଳମଣି ଫୁକନ୍ ଆସାମର ଖ୍ୟାତନାମା କବିା ତାଙ୍କର 'କବିତା' ର ତିିନିଟି ଧାଡ଼ି ଏହିପରି :
"ଗୋଟିଏ ମହାବୃତ୍ତର କେନ୍ଦ୍ରରେ ଠିଆ ହୋଇ ଯେପରି
ନିରୀକ୍ଷଣ କରୁଅଛି ।
ନିଆଁ ପାଣି ବାୟୁ ଗ୍ରହ ଓ ନକ୍ଷତ୍ର ।"
- ଅନୁବାଦ, ଭାମତୀ ଦେବୀ
ଇମ୍ଫାଲରେ ଜନ୍ମିତ ୟୁଲେମ୍ବମ୍ ଇବୋମଚାଙ୍କ "ମତମ ଅମସୁଂ କୀମ୍" କବିତାରେ ଗୋଟିଏ ନୂତନ ଅନୁଭବର ସ୍ପର୍ଶ ମିଳୁଛି ।
"ଘୂରୁଛି ଅବିରାମ ସମୟର ଚକ
× × ×
ସମୟର ପଦଚିହ୍ନ ଏବେ ବି ଅଜଣା ଆମକୁ
ଯାହା ଧରି ରଖେ କୋଣାର୍କ ମନ୍ଦିର
× × ×
ଉତ୍ତୋଳିତ ବାହୁରେ କାମନାର ଢେଉ
ଅଂଗେ ଅଂଗେ ଲାସ୍ୟ
ମୁହଁରେ ଉଚ୍ଛୁଳା କାମନାର ଅମୃତ
× × ×
କାମନାର ଶେଷହୀନ ଉଚ୍ଛ୍ୱାସ !
ଓ ସମୟର ଶେଷହୀନ ଗତି
- ଅନୁବାଦ, ସୁନୀଲ୍ କୁମାର ହୁଇଦ୍ରୋମ୍ବା
କବି ଆଶୁତୋଷ ପରିଡ଼ାଙ୍କ 'କୋଣାର୍କର ଘୋଡ଼ା' ଫସିଲ୍ ପାଲଟି ଯାଇଥିବା ଅତୀତର ଦୀର୍ଘଶ୍ୱାସ ମଧ୍ୟରେ ଉନ୍ମୁକ୍ତ ବାୟୁର ହିଲ୍ଲୋଳ,
ଶକ୍ତିର ବିଚ୍ଛୁରଣ :
"ସିଏ କ'ଣ ଫିଟି ଆସିଥିଲା
ସୂର୍ଯ୍ୟଙ୍କ ଅସ୍ତାବଲ୍ରୁ