ପୃଷ୍ଠା:Arkakshetra konark.pdf/୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଲିସ୍‌ବୋନର ବାୟାଚକଡ଼ାର leaf-I ର ପାଦଟୀକାରେ ବିଷୟଟିର ବ୍ୟାଖ୍ୟା କରିବାର ଚେଷ୍ଟା କରିଛନ୍ତିା(୪୨)

"ଗଙ୍ଗବଂଶରେ ରାଜକୀୟ ବର୍ଷକୁ "ଅଙ୍କ' କୁହାଯାଉଥିଲା । ଭାଦ୍ର ମାସ ଶୁକ୍ଲ ଦ୍ୱାଦଶୀ - ଯାହାକୁ ଶୁନ୍ୟ ଦି ଗଣା ହେଉଥିଲା । ସେ ଦିନରୁ ପରବର୍ତ୍ତୀ ଶୁନ୍ୟ ଦିନ ଯାଏ ଗୋଟିଏ ଅଙ୍କ ଧରା ଯାଉଥିଲା । ଏ ପଦ୍ଧତିରେ ପ୍ରଥମ ବର୍ଷ ଏବଂ ଅନ୍ୟ ସମସ୍ତ ବର୍ଷ ଯାହା ଶେଷ ହେବ ଶୁନ୍ୟ ଅଥବା ୬ ସଂଖ୍ୟାରେ, ଆଦୌ ଧରା ହେବ ନାହିଁ । ଏହାପରେ ବୋନର୍‍ କହିଛନ୍ତି:

"It is now generally accepted by historians that the reign of Raja Narasingh-I began in 1238 AD and the period between his coronation and his first Sunya day would have been considered as his second anka. His third anka therefore would have started on the first Sunya day, September 1238 AD. Thus it works out as follows -

September 1238 to Sept 1239 = 3rd anka (first full year after coronation)

September 1239 to Sept 1240 = 4th anka (second year after coronation)

September 1240 to Sept 1241 = 5th anka (third year after coronation)

September 1241 to Sept 1242 = 7th anka (fourth year after coronation)

Only in Ms-2 which is a later copy of Baya Chakada, the 7 anka is called the 6th anka.

ଭାରତୀୟ କ୍ୟାଲେଣ୍ଡର ଯାହା ଚନ୍ଦ୍ର ପକ୍ଷ ଅନୁସାରେ ଗଣନା କରାଯାଇଥାଏ, ସାଧାରଣତଃ ସୌରଚକ୍ର ନିର୍ଭର ଇଂରାଜୀ କ୍ୟାଲେଣ୍ଡରରୁ କିଛି ଭିନ୍ନ ହୋଇଥାଏ । ଏହା ଉପସ୍ଥାପିତ ତଥ୍ୟମାନଙ୍କରେ ପ୍ରତିଫଳିତ ହେଉଛି । ସେ ଯାହାହେଉ ବାୟାଚକଡ଼ାରୁ ମନ୍ଦିର ନିର୍ମାଣ ଆରମ୍ଭ ଏବଂ ଶେଷ ହେବାର ସୁସ୍ପଷ୍ଟ ବର୍ଷ ମାସ ମିଳୁଛି ଯାହା ଆହୁରି ସମୀକ୍ଷା-ସାପେକ୍ଷ ।

ନରସିଂହଦେବଙ୍କର ରାଜତ୍ୱର ପଞ୍ଚମ ଅଙ୍କର ଶେଷ ଦିଗକୁ ମହାରାଜ ଆଦେଶ ଦେଲେ, ଅର୍କକ୍ଷେତ୍ରରେ ରଥ ଆକାରରେ ସୂର୍ଯ୍ୟଦେବଙ୍କ ରଥ ନିର୍ମାଣ ହେଉ । (leaf-I, New light, Page-୪୭)

ଭୂମି ପୂଜା ହେଲା ସପ୍ତମ ଅଙ୍କରେ କନ୍ୟା ଶୁକ୍ଲ ପକ୍ଷ ଦଶମୀ ବୃହସ୍ପତିବାର (leaf-II, New light, page-୪୮) ବୋନର୍‍ଙ୍କ ଗଣନା ଅନୁସାରେ ରାଜ୍ୟାଭିଷେକର ଚତୁର୍ଥ ବର୍ଷରେ ଅର୍ଥାତ୍‍ ୧୨୪୨ ଖ୍ରୀଷ୍ଟାବ୍ଦରେ ।

ଉପରୋକ୍ତ ତଥ୍ୟର ସ୍ୱୀକୃତି ମିଳୁଛି ମାଦଳାପାଞ୍ଜି ନରସିଂହଦେବଙ୍କର ୬ ନମ୍ବର ବିଡ଼ାରୁ ( New light appendix-XIII,page-୨୨୭ )। ମାଦଳାପାଞ୍ଜିର କିଛି ତଥ୍ୟ ବାୟାଚକଡ଼ାଠାରୁ ଭିନ୍ନ । ଏଠାରେ ଅଛି ୧୨୦୦ କର୍ମୀ ନିୟୋଜିତ ହେଲେ ଏବଂ ରାଜା ଗୌଡ଼ ବଙ୍ଗର ବାଦଶାହ ବିରୁଦ୍ଧରେ ଯୁଦ୍ଧକୁ ଗଲେ ।

ଷଷ୍ଠ ଅଙ୍କର ପୌଷପୂର୍ଣ୍ଣିିମା ଦିନ ବିଭିନ୍ନ ଅଞ୍ଚଳରୁ ୨୩୨୪ ଜଣ ଯୁବକ ମନ୍ଦିର କାର୍ଯ୍ୟପାଇଁ ନିଯୁକ୍ତ ହେଲେ, ଯେଉଁଥିରୁ ୫୦୦ ସୈନ୍ୟ ବାହିୀରେ ସାମିଲ ହୋଇ ମହାରାଜାଙ୍କ ସହ ବିଜୟକୋଣ୍ଡା (ବିଜୟଓ୍ୱାଡ଼ା) ଗଲେ । ବାକି ୧୭୯୪ ରୁପ୍‍ସା କ୍ୟାମ୍ପରେ ରହିଲେ । (I-III-୯-New light, P-୫୧) ପାଦଟୀକାରେ ବୋନ୍‍ର କହୁଛନ୍ତି, ଲିଙ୍ଗରାଜ ମନ୍ଦିର ଗାତ୍ରର ଶିଳାଲେଖ ଅନୁଯାୟୀ ଏହା ଥିଲା ଦକ୍ଷିଣରେ ଗଣପତିଙ୍କ ବିରୁଦ୍ଧରେ ଯୁଦ୍ଧ ଯାହା ରାଜ୍ୟାଭିଷେକ ପରେ ଚତୁର୍ଥ ବର୍ଷରେ, ଅର୍ଥାତ୍‍ ୧୨୪୨ ଖ୍ରୀଷ୍ଟାବ୍ଦରେ ଘଟିଥିଲା ।

Leaf LXXIର ତୃତୀୟ ଅନୁଚ୍ଛେଦରେ ଲେଖାହେଲା ମହାଭାସ୍କର (ସୂର୍ଯ୍ୟ)ଙ୍କ ବିଗ୍ରହ ସ୍ଥାପନା ହେଲା ମାଘ ଶୁକ୍ଲ ସପ୍ତମୀ ରବିବାର ୧୧୭୯ ଶକାବ୍ଦ (୧୨୫୮ ଖ୍ରୀଷ୍ଟାବ୍ଦ । (New light,page-୧୭୬)

ବାୟାଚକଡ଼ା ଓ ବୋନ୍‍ର ବର୍ଣ୍ଣିତ ମାଦଳାପାଞ୍ଜିରୁ ମିଳୁଛି ମନ୍ଦିରର ଭୂମିପୂଜା ହେଲା ୧୨୪୨ ଖ୍ରୀ.ଅ. କନ୍ୟା-ଶୁକ୍ଲପକ୍ଷ ବୃହସ୍ପତିବାର ଓ ପ୍ରତିଷ୍ଠା ହେଲା ୧୨୫୮ ଖ୍ରୀଷ୍ଟାବ୍ଦ ମାଘ-ଶୁକ୍ଲପକ୍ଷ ସପ୍ତମୀ ଦିନ ।

ଷ୍ଟେଲା କର୍ମରୀଶ୍‍ ବାୟାଚକଡ଼ା ଓ ମାଦଳାପାଞ୍ଜି ନିର୍ଭର କରି ତଥ୍ୟ ବାଢ଼ିଛନ୍ତି କିନ୍ତୁ ମନେହୁଏ ସେ ମଧ୍ୟ "ଅଙ୍କ' ବର୍ଷର ବିଭ୍ରାନ୍ତିରେ ଭୋଗିଛନ୍ତି । ସେ ମଧ୍ୟ କହିଛନ୍ତି ନିର୍ମାଣକାର୍ଯ୍ୟ ଆରମ୍ଭ ହେଲା ନରସିଂହ ରାଜତ୍ୱର ପଞ୍ଚମ ଅଙ୍କର ଶେଷ ଭାଗରେ କିନ୍ତୁ ସଠିକ୍‍ ସମୟଟି କହୁଛନ୍ତି

ସିଂହାସନ ଆରୋହଣର ତୃତୀୟ ବର୍ଷରେ- ୧୨୪୧ଠାରୁ ସେପ୍ଟେମ୍ବର ୧୨୪୨ ମଧ୍ୟରେ । ଶେଷ ହେଲା ୧୨ବର୍ଷ ୧୦ ମାସ ୧୪ ଦି ପରେ ୧୮ ଅଙ୍କ ବର୍ଷରେ । ସେ ଏହା ମଧ୍ୟ ସ୍ୱୀକାର କରୁଛନ୍ତି ବିଗ୍ରହ ପ୍ରତିଷ୍ଠା ହେଲା ୧୨୫୮ ଖ୍ରୀଷ୍ଟାବ୍ଦ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ । କିନ୍ତୁ ୧୨୪୨ ସହିତ ୧୩ ବର୍ଷ (୧୨-୧୦-୧୪) ମିଶେଇଲେ ହେବ ୧୨୫୫ ଖ୍ରୀଷ୍ଟାବ୍ଦ ୧୨୫୮ ନୁହେଁ । ଅନ୍ୟ ଦିଗରୁ ଦେଖିଲେ ୧୨୪୨ ଠାରୁ ୧୨୫୮ ୧୬ ବର୍ଷ, ୧୩ ବର୍ଷ ନୁହେଁ ।(୪୩)

ଅର୍କକ୍ଷେତ୍ର କୋଣାର୍କ . ୨୫