ଚୂନ ଯୋଡେ଼ଇ ଉପଦେଶଟି ଭାରତୀୟ ଶିଳ୍ପୀତିର ସଂପୂର୍ଣ୍ଣ ବିପରୀତ । ମତ୍ସ୍ୟପୁରାଣରେ ଉପଦେଶ ଅଛି, ପଥରଗୁଡ଼ିକ ଏପରି ଭାବେ କଟାହେବ ଯେପରି ପରସ୍ପର ସଂଲଗ୍ନ ପଥର ମଧ୍ୟରେ କୌଣସି ଫାଙ୍କ ନରହେ ।(୩୦୧) ଉପଦେଶଟି କର୍ବେଲିଂ ଗଠନ ରୀତିର ସହାୟକ । ଚୂନ ଅଥବା ସେଇପରି ବସ୍ତୁରେ ପ୍ରସ୍ତରର ଘନତ୍ୱ ନାହିଁ । କର୍ବେଲିଂ ରୀତିର ବିପୁଳ ପାର୍ଶ୍ୱଚାପରେ ଏହାର ସଂକୋଚନ ନିଶ୍ଚିତ, ଯାହା ପ୍ରୟୋଜନୀୟ ସମତା (ବାଲାନ୍ସ) ବ୍ୟାହତ କରିବ । ହିନ୍ଦୁ ମନ୍ଦିର ଗଠନ କୌଶଳ୯୪-୯୬ ପୃଷ୍ଠାରେ ସବିଶେଷ ଆଲୋଚିତ ହୋଇଛି । ଲକ୍ଷ୍ୟ କରିବାର ବିଷୟ, ଦେଶୀ ବିଦେଶୀ ସମସ୍ତ ବିଶେଷଜ୍ଞ କୋଣାର୍କର ସଂରକ୍ଷଣକୁ କୋଠାବାଡ଼ି ସଂରକ୍ଷଣ ଭଳି ଧରି ନେଇଛନ୍ତି, ଏହାର ନାନ୍ଦନିକ ସଂରକ୍ଷଣ କଥା ଚିନ୍ତା ସୁଦ୍ଧା କରି ନାହାନ୍ତି । ତେବେ କାହିଁକି ଏହାକୁ ଓ୍ୱାର୍ଲଡ ହେରିଟେଜ୍ର ମାନ୍ୟତା ?
୧୯୮୮- ରୁର୍କିସ୍ଥିତ କେନ୍ଦ୍ରୀୟ ଗୃହ ନିର୍ମାଣ ଗବେଷଣାଗାରକୁ ଏ.ଏସ୍.ଆଇ. ତରଫରୁ ଅନୁରୋଧ କରାଯାଇଥିଲା ଓରଚ୍ଛତ୍ତବଯବତ୍ତ ପ୍ରୟୋଗରେ କୋଣାର୍କର ମୂଳଦୁଆର ମୂଲ୍ୟାୟ କରିବାକୁ । ସେ ରିପୋର୍ଟ ମିଳିଛି । ଆଲୋଚନା ପ୍ରସଙ୍ଗରେ ଭୁବନେଶ୍ୱରସ୍ଥ ସୁପରିଣ୍ଟେଣ୍ଡିଙ୍ଗ୍ ଆର୍କିଓଲୋଜିଷ୍ଟ୍ ଶ୍ରୀ ପଟେଲ୍ ଲେଖକଙ୍କୁ କହିଥିଲେ, ସେ ଅନୁସନ୍ଧାନରେ କୌଣସି ଦୁର୍ବଳତା ଧରାପଡ଼ିଲା ନାହିାଁ ମନମୋହନ ଗାଙ୍ଗୁଲୀ ମଧ୍ୟ ମନ୍ଦିର ମେଜିଆରେ କୌଣସି ଫାଟ ପାଇ ନଥିଲେ, ତନ୍ନ ତନ୍ନ କରି ଦେଖିବା ସତ୍ତ୍ୱେ (O &H.R.-P. ୪୫୫) ଯେବେ ମୂଳଦୁଆ ଦବୁ ନାହିଁ ଦେବାଲରେ ଫାଟ ଆସିଲା କେଉଁଠାରୁ ? ମନେହୁଏ, ମୋଟ ପଥର ଦେବାଲରେ ଭିତରୁ ଅବକ୍ଷୟ ଫଳରେ ସମତା ନଷ୍ଟ ହୋଇ ଫାଟ ଧରୁଛି । ଜଗମୋହନ ଭିତରୁ ବାଲିକାଢ଼ି ସେ ଦିଗରୁ ସଂରକ୍ଷଣର ପ୍ରୟୋଜନୀୟତା ଥିବାଏହା ସୂଚିତ କରୁଛି ।
୧୯୯୦- ଦକ୍ଷିଣ-ପୂର୍ବ କୋଣରେ ପାଇପ୍ ସ୍କାଫୋଲ୍ଡିଂ କରାଗଲା, ଯାହା ପରବର୍ତ୍ତୀ ସମୟରେ ଦକ୍ଷିଣ ଦିଗର ଅଧିକାଂଶ ଅଞ୍ଚଳ ଦଖଲ କରିଗଲାଣି । ବର୍ତ୍ତମାନ ସେଇ ଠେକା ଦିଆ କାମ ଚାଲିଛି, କୌଣସି ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ନାହିଁ ।
୧୯୯୭- ଇଟାଲୀର ପ୍ରଫେସର୍ ଜି, ଗ୍ରୋସି ମନ୍ଦିରଟି ପରୀକ୍ଷା କରି, "Analysis of detorioration of Jagamohan" ନାମକ ଗୋଟିଏ ରିପୋର୍ଟ ଦାଖଲ କରିଥିଲେ । ଗ୍ରୋସି ମନ୍ଦିର ନିର୍ମାଣ କୌଶଳ ବିଶ୍ଳେଷଣ କରି ସ୍ପଷ୍ଟ ଭାଷାରେ କହିଲେ, ବାଲୁକା ଅପସାରଣ ଆବଶ୍ୟକ, କାରଣ ଜଗମୋହନ ଭିତରକୁ ପ୍ରବେଶ କଲେ ବହୁ ମୂଲ୍ୟବାନ ତଥ୍ୟ ମିଳିବ, ଯାହା ଭିତ୍ତିରେ ସୁରକ୍ଷା ପାଇଁ ସଠିକ୍ ପଦକ୍ଷେପ ନିଆଯାଇ ପାରିବ । ସମ୍ବାଦ, ଏ.ଏସ୍.ଆଇ. ଏହାର ପ୍ରବଳ ବିରୋଧ କରିଥିଲେ ।(୩୦୨)
୧୯୯୭- ନଭେମ୍ବର ପୁରୀରେ ବସିଥିବା ଆଉ ଗୋଟିଏ ଆନ୍ତର୍ଜାତିକ ବୈଠକରେ ୟୁନେସ୍କୋ କୋଣାର୍କକୁ "ପ୍ରୋଜେଚ୍ଛର ମନୁମେଣ୍ଟ'ର ମାନ୍ୟତା ଦେଲେ । ସେ ବୈଠକରେ ମଧ୍ୟ ସଦସ୍ୟମାନେ ୨୩ଟି ସୁପାରିଶ କଲେ, ଯାହା ମଧ୍ୟରେ ବାଲି କାଢ଼ିବାର ଯୋଜନା ମୁଖ୍ୟ ଥିଲାା ସେମାନଙ୍କ ସୁପାରିଶ ଥିଲା ଗୋଟିଏ କଣା କରି ତାହା ମଧ୍ୟଦେଇ ଭିଡ଼ିଓ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ରପାତି ଧରି ଜଣେ ମଣଷ ପ୍ରବେଶ କରିବେ ଓ ପ୍ରକୃତ ପରିସ୍ଥିତି ଅନୁଧ୍ୟାନ କରିବୋ ଏ.ଆସ୍.ଆଇ. ତରଫରୁ କୁହାଗଲା, "it can not go ahead with dubious repair technique. ଶେଷରେ ସୁପାରିଶ ଲିପିବଦ୍ଧ ହେଲା, ବର୍ତ୍ତମାନ ଥିବା ଗୋଟିଏ ଭେଣ୍ଟ-ହୋଲ୍ ବାଟ ଦେଇ କ୍ୟାମେରା ଓ ଅନ୍ୟାନ୍ୟ ଯନ୍ତ୍ର ଭିତରକୁ ପଠାଯିବ । ଏହା ମଧ୍ୟ ପରବର୍ତ୍ତୀ ୧୪ ବର୍ଷରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ।
୧୯୯୭ ଜୁଲାଇ ୨୨,୨୩- ଆଉ ଗୋଟିଏ ଆନ୍ତର୍ଜାତିକ ବୈଠକ ବସିଥିବା ଖବର ଇଣ୍ଟରନେଟ୍ରୁ ମିଳୁଛି କିନ୍ତୁ ବିବରଣୀ କିଛି ମିଳୁନାହିଁ ।
୧୯୯୭ ପୂର୍ବେ ପ୍ରଦତ୍ତ ସମସ୍ତ ରିପୋର୍ଟକୁ ଭିତ୍ତି କରି ତଦାନୀନ୍ତ ଡାଇରେଚ୍ଛରର୍ ଜେନେରାଲ୍ ଅଜୟ ଶଙ୍କର ଗୋଟିଏ କାର୍ଯ୍ୟକ୍ରମର ଆଦେଶନାମା ଜାରି କଲୋ ସେ ଆଦେଶନାମାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।
୧. ମୃତ୍ତିକାର ଗୁଣ ଓ ମୂଳଦୁଆ ଉପରେ ଅଧିକ ତଥ୍ୟ ସଂଗ୍ରହ । (ରୁର୍କି ରିପୋର୍ଟ ପରେ ଆଉ କ'ଣ ବାକି ରହିଲା ?)
୨. ଦବି ଥିବା ମୂଳଦୁଆ ସ୍ଥିତାବସ୍ଥାକୁ ଆସିଥିଲେ ମଧ୍ୟ ଏହାର ବିଭି୍ନ ଭାଗରେ ବଢ଼ିଥିବା ଅଂଶର ପରିମାଣ ନିର୍ଦ୍ଧାରଣ । (୧୯୩୮ଠାରୁ ଏ.ଏସ୍.ଆଇ. କ'ଣ କରୁଥିଲା?)
୩. ମନ୍ଦିରରେ ବ୍ୟବହୃତ ବିଭି୍ନ ପ୍ରକାରର ପ୍ରସ୍ତରର ମାନ ମୂଲ୍ୟାୟା ଡେରାଡୁ୍ ସ୍ଥିତ ମନୁମେଣ୍ଟ ଲାବୋରଟୋରୀ ଏତେ ବର୍ଷ କ'ଣ କରୁଥିଲେ? ଲୋମାୟାରେ ଓ ତବାସୋ କମିଟିର ରିପୋର୍ଟ ପରେ ଆଉ କ'ଣ ବାକି ରହିଲା ?
୪. ମନ୍ଦିରର ବିଭିନ୍ନ କୋଣର ଜ୍ୟାମିତିକ ଗଣନା ପଦ୍ଧତିର ସ୍ଥିତି ନିରୂପଣ ।
(ଏତେ ବର୍ଷ ହେଲା ହୋଇନାହିଁ କାହିଁକି ଏବଂ ନିର୍ଭରଯୋଗ୍ୟ ଶିଳ୍ପଶାସ୍ତ୍ରୀୟ ନିର୍ଦ୍ଦେଶ ଏ.ଏସ୍.ଆଇ. ନିକଟରେ ଅଛି କି ?)
୫. ଏହାପରେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ପଥ ଓ ପନ୍ଥା ନିରୂପଣ ।
୬. ଜଗମୋହନ ଭିତର କାନ୍ଥର ଜ୍ୟାମିତିକ ପରିମାପ । (ବାଲି କାଢ଼ିବା ସରିଲେ ତ !)