ପୃଷ୍ଠା:Arkakshetra konark.pdf/୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ ନରସିଂହଦେବଙ୍କ ଦ୍ୱାରା ରଚିତ ଶକାବ୍ଦ ୧୨୧୭ (୧୨୯୫ ଖ୍ରୀ.ଅ.)ର ତମ୍ବାପଟ୍ଟାର ପାଠୋଦ୍ଧାର କରି କରୁଣାସାଗର କହୁଛନ୍ତି ପ୍ରଥମ ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ ଏବଂ ତାଙ୍କର ତଥ୍ୟର ଉତ୍ସ କୌଣସି ଏକ ଙ. ଛଚ୍ଛସ୍ଥ ସଂପାଦିତ ଏଷଜ୍ଞନ୍ଦଚ୍ଛତ୍ତସ୍ଥ ଚ୍ଛଳ Cଶରଲଷଜ୍ଞନ୍ଦତ୍ତସ୍ଥ ଷଚ୍ଚ ଆଚ୍ଚମଷରଚ୍ଚନ୍ଦ ବଚ୍ଚଯ ଖରଯଷରବ୍ଦବକ୍ଷ ଐଚ୍ଚଯଷବ, ଙ-୨୧୩ା(୪୪) ସେଥିରେ କିନ୍ତୁ ବର୍ଷ, ମାସ, ତାରିଖ କିଛି ଲେଖା ନାହିଁ । ଏହା ଆଶ୍ଚର୍ଯ୍ୟଜନକା ସେ ଯୁଗରେ ପ୍ରତି କଥାରେ ରାଜାଙ୍କ ଅଙ୍କ, ପକ୍ଷ, ତିଥି ଲେଖା ହେଉଥିଲା । ତମ୍ବାପଟ୍ଟାଟି କେତେଦୂର ବିଶ୍ୱାସଯୋଗ୍ୟ, ସନ୍ଦେହର ଅବକାଶ ରହିଛିା ଏହାପରେ କରୁଣାସାଗର ପୁଣି କହିଛନ୍ତି, "ଇରଜ୍ଞଷଯରଜ୍ଞ ରଟ୍ଟଷଵତ୍ତବଟ୍ଟଶଷମ ରବ୍ଦଷଯରଚ୍ଚମର, କ୍ଷଷନ୍ଦରତ୍ତବତ୍ତସ୍ଥ ରବ୍ଦଷଯରଚ୍ଚମର ଷଚ୍ଚ ଜବଚ୍ଚଜ୍ଞହତ୍ତଷନ୍ଦ ବଚ୍ଚଯ ଘତ୍ତଷସ୍ଥବ ଜ୍ଞନ୍ଧଟ୍ଟଟ୍ଟଚ୍ଛତ୍ତନ୍ଦ ନ୍ଦଶର ବ୍ଦଷରଦ୍ଧ ନ୍ଦଶବନ୍ଦ ଗବତ୍ତବଜ୍ଞଷଚ୍ଚଵଶବଯରବ୍ଦ ଭନ୍ଧଷକ୍ଷନ୍ଦ ନ୍ଦଶର ଔଚ୍ଛଚ୍ଚବତ୍ତହ ଝରଲଟ୍ଟକ୍ଷର." । ଏହା ପରେ ଡଚ୍ଛରର ବେହେରା ଜଗନ୍ନାଥ ମନ୍ଦିରରେ ରକ୍ଷିତ ତାଳପତ୍ର ପୋଥି ଉପରେ ନିର୍ଭର କରି ନିମ୍ନୋକ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଲାଙ୍ଗୁଳା ନରସିଂହଦେବ ତାଙ୍କ ଶାସନର ତୃତୀୟ ଅଙ୍କରେ କୋଣାର୍କ ମନ୍ଦିରର ଭିତ୍ତିସ୍ଥାପନ କରି ମନ୍ଦିର ନିର୍ମାଣଦାୟିତ୍ୱ ଶିବେଇ ସାମନ୍ତରା ମହାପାତ୍ରଙ୍କୁ ଦେଇ ଦକ୍ଷିଣକୁ ୧୨ ବର୍ଷ ଯୁଦ୍ଧ ପାଇଁ ଚାଲିଗଲେ । (ମାଦଳାପାଞ୍ଜି, ପୃ-୩୫) । ଏ ବିଷୟରେ ନିମ୍ନୋକ୍ତ ଗ୍ରନ୍ଥଗୁଡ଼ିକ ପାଠକରି ସେ ଅଧିକା କିଛି ପାଇଲେ ନାହିଁ । ପୋଥିଗୁଡ଼ିକ, ଜଗନ୍ନାଥ କୈଫିୟତ୍‍ (ତେଲୁଗ୍‍), ଓଡ଼୍ରଦେଶ ରାଜବଂଶାବଳୀ (ସଂସ୍କୃତ) ପୁରୁଷୋତ୍ତମ ଚନ୍ଦ୍ରିକା , (ବଙ୍ଗଳାରେ ଲିଖିତ ମାଦଳାପାଞ୍ଜିର ଅନୁବାଦ) ବାମଦେବ ସଂହିତା ଏବଂ ଗଙ୍ଗବଂଶାନୁଚରିତ (ବାସୁଦେବ ସୋମ୍ୟାଜୀ) ।

ଏହାପରେ, ଆବୁଲ୍‍ ଫଜଲ୍‍ଙ୍କ ଇତିହାସ ଓ ବିଶନ୍‍ ସ୍ୱରୂପଙ୍କ ଭ୍ରାନ୍ତ ନିର୍ଣ୍ଣୟ ଅପ୍ରମାଣ କରିବାକୁ ଅଢେ଼ଇପୃଷ୍ଠା ବ୍ୟୟ କରିବା ପରେ କରୁଣାସାଗର କହିଛନ୍ତି:

The Temple of Konark was built during his ( Narasinghadev ) reign and no exact date is available for the begining or its completion." HLÐ _ÓÞ hÐèjÒe þ ÒdÐXÒÞÏ m,þ "According to the Madalapanji, the temple was begun in the 2nd Anka year (according to another version 3rd Anka year) and was consecrated on the 22nd Anka year of the monarch" Madalapanji P-35-36. (45)

ଉପରୋକ୍ତ ମାଦଳାପାଞ୍ଜିରେ ଆଉ ଦୁଇଟି ବର୍ଷ କଥା ଉଠୁଛି, ତୃତୀୟ ଅଙ୍କ ବର୍ଷ ଓ ୨୨ ଅଙ୍କ ବର୍ଷା ବୋନ୍‍ର ଓ କର୍ମରୀଶ୍‍ ବିଡ଼ା ସଂଖ୍ୟା ଦେଇଥିଲେ, ଏ କେତେ ନମ୍ବର ବିଡ଼ା ଏବଂ କେଉଁ ରାଜାଙ୍କ ସମୟର ? କର୍ମରୀଶ୍‍ ଗଣନା କରି କହିଥିଲେ -

୧୩ ଅଙ୍କ ବର୍ଷ ‚ ୧୦ ଇଂରାଜୀ ବର୍ଷ । ତେଣୁ ୨୨ ଅଙ୍କ ବର୍ଷ ୧୬.୭୬ ଅଥବା ୧୭ ଇଂରାଜୀ ବର୍ଷ । କିନ୍ତୁ ଏ ୧୬ ଅଥବା ୧୭ ବର୍ଷ କେବେ ଠାରୁ ? ଏଲିସ୍‍ ବୋନ୍‍ର ଓ ଷ୍ଟେଲ୍‍ା କର୍ମରୀଶ୍‍ କହିଥିବା ମନ୍ଦିର ପ୍ରତିଷ୍ଠା ବର୍ଷ ୧୨୫୮ ନରସିଂହଦେବଙ୍କ ରାଜ୍ୟାଭିଷେକରୁ ୨୦ ବର୍ଷ ଏବଂ ସେମାନେ ହିଁ କହିଥିବା ନିର୍ମାଣ ଆରମ୍ଭ ବର୍ଷ ଠାରୁ ୧୬ ବର୍ଷ । ଏହା ସହିତ ପୁଣି ଆବୁଲ୍‍ ଫଜଲ୍‍ କଥିତ ଏବଂ ବହୁଳ ପ୍ରଚଳିତ ୧୨ ବର୍ଷ ନିର୍ମାଣ କାର୍ଯ୍ୟରେ ଲାଗିଥିବା କଥା ମଧ୍ୟ ଅଛି । ଏ ସମସ୍ତ ସାମ୍ଭାବ୍ୟ ବର୍ଷ ବିବେଚନା କରି ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଆରମ୍ଭ ଏବଂ ଶେଷ ହେବା ବର୍ଷ ୩ ନମ୍ବର ସାରଣୀରେ ସଜାଗଲା ।

ସାରଣୀ - ୩

ମନ୍ଦିର ନିର୍ମାଣର ସମ୍ଭାବ୍ୟ ବର୍ଷ

ମନ୍ଦିର ଆରମ୍ଭ ହେବାର ସମ୍ଭାବ୍ୟ ବର୍ଷ ନିର୍ମାଣ ଶେଷ ହେବାର ସମ୍ଭାବ୍ୟ ବର୍ଷ
ରାଜ୍ୟାଭିଷେକର ୧ମ ବର୍ଷ – ୧୨୩୮ ଖ୍ରୀଷ୍ଟାବ୍ଦ ୧୨୩୮ ଠାରୁ ୧୨ ବର୍ଷ – ୧୨୫୦ ଖ୍ରୀଷ୍ଟାବ୍ଦ
୨ୟ ବର୍ଷ – ୧୨୩୯ ଖ୍ରୀଷ୍ଟାବ୍ଦ ୧୨୩୯ ଠାରୁ ୧୨ ବର୍ଷ – ୧୨୫୧ ଖ୍ରୀଷ୍ଟାବ୍ଦ
୩ୟ ବର୍ଷ – ୧୨୪୦ ଖ୍ରୀଷ୍ଟାବ୍ଦ ୧୨୪୦ ଠାରୁ ୧୨ ବର୍ଷ – ୧୨୫୨ ଖ୍ରୀଷ୍ଟାବ୍ଦ
୪ର୍ଥ ବର୍ଷ – ୧୨୪୧ ଖ୍ରୀଷ୍ଟାବ୍ଦ ୧୨୪୧ ଠାରୁ ୧୨ ବର୍ଷ – ୧୨୫୩ ଖ୍ରୀଷ୍ଟାବ୍ଦ
୫ମ ବର୍ଷ – ୧୨୩୦ ଖ୍ରୀଷ୍ଟାବ୍ଦ ୧୨୪୨ ଠାରୁ ୧୨ ବର୍ଷ – ୧୨୫୪ ଖ୍ରୀଷ୍ଟାବ୍ଦ
୧୨୩୯ ଠାରୁ ୧୬ ବର୍ଷ – ୧୨୫୫ ଖ୍ରୀଷ୍ଟାବ୍ଦ
୧୨୪୦ ଠାରୁ ୧୬ ବର୍ଷ – ୧୨୫୬ ଖ୍ରୀଷ୍ଟାବ୍ଦ
୧୨୪୧ ଠାରୁ ୧୬ ବର୍ଷ – ୧୨୫୭ ଖ୍ରୀଷ୍ଟାବ୍ଦ

୨୬ . ଅର୍କକ୍ଷେତ୍ର କୋଣାର୍କ