ପୃଷ୍ଠା:Arkakshetra konark.pdf/୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ତ୍ତମାନ ଜଣେ ସାଧାରଣ ପାଠକର ଦୃଷ୍ଟିକୋଣରୁ ଦେଖାଯାଉ, ଚୟ କରାଯାଇଥିବା ଚାରିଟି ପୋଥିରେ କ'ଣ ଅଛି ଏବଂ ସେଥିରୁ କିଛି ଏ ପୁସ୍ତକକୁ ସାହାଯ୍ୟ କରିବ କି ?

୧ । ପଦ୍ମକେଶର ଦେଉଳ :

୨୫ ପୃଷ୍ଠାର ତାଳପତ୍ର ପୋଥିର ୩୦ ପୃଷ୍ଠା ଇଂରାଜୀ ଅନୁବାଦ । ଏଥିରେ ଅଛି ବୈଷୟିକ ବିଷୟବସ୍ତୁ, ଯାହା ଗବେଷକମାନେ ବିଭି୍ନ ସୂତ୍ରରୁ ଆହରଣ କରିଛନ୍ତି ଏବଂ ଏ ପୁସ୍ତକର ବିଭି୍ନ ସ୍ଥାନରେ ଆଲୋଚିତ ହୋଇଛି । ପୋଥିଟି ବାଙ୍ଗୁର ଗାଁର ଜଗନ୍ନାଥ ସାହୁ ଓ କରୁଣାକର ସାହୁ ନାମକ ଦୁଇଜଣ ଭି୍ନ ବ୍ୟକ୍ତିଙ୍କ ଘରମାନଙ୍କରୁ ମିଳିଛି ।

୨ । ତ୍ରିକାଳ ମହାମାୟା ବିଧି :

ଇଂରାଜୀରେ ଛ' ପୃଷ୍ଠା ମାତ୍ର । ମହାମାୟା (ମହାଗାୟତ୍ରୀ) ଦେବୀଙ୍କ ଦୈିକ ତିି ଥର ଆରାଧନା ବିଧି । ସଂସ୍କୃତ ଭାଷାରେ, କିନ୍ତୁ କରଣି ଅକ୍ଷରରେ ଲିଖିତ । ପୋଥିଟି ମିଳିଛି କୁରୁଜଙ୍ଗର ଜଗନ୍ନାଥ ତି୍ରପାଠୀଙ୍କ ଗୃହରୁ । କୋଣାର୍କ ମନ୍ଦିର ପ୍ରତିଷ୍ଠିତ ହେବା ପରେ ପୁରାତନ ସୂର୍ଯ୍ୟ ମନ୍ଦିରରେ ମାୟାଦେବୀଙ୍କ ପ୍ରତିଷ୍ଠା ହୋଇ ଥାଇପାରେ ।

୩ । ବାୟା ଚକଡ଼ା :

ଇଂରାଜୀରେ ୧୩୩ ପୃଷ୍ଠା ସହିତ ୧୫ ପୃଷ୍ଠାର ସଂକ୍ଷିପ୍ତ ସାର । ଏଥିରେ ଅଛି ଟିକିିଖି ବ୍ୟୟ ବିବରଣୀ ଏବଂ ନିର୍ମାଣ କାର୍ଯ୍ୟର ଇତିବୃତ୍ତ । ପୁରାତନ ଓଡ଼ିଆ ଭାଷାରେ ଲିଖିତ ଦୁଇଟି ପୋଥି ବିଡ଼ାରେ ବିଭକ୍ତ ।

୧ନମ୍ବର ବିଡ଼ା - I,III,XX,XXII,XLVII,XLIX LXXI ରୁପ୍‍ସା ଗ୍ରାମର ଗଡ଼ଚଣ୍ଡୀ ଦେବୀଙ୍କ ମନ୍ଦିରରୁ ମିଳିଥିଲା ।

୨ ନମ୍ବର ବିଡ଼ା - II, XXI, XLVII ଏବଂ LXXII କିଲ୍ଲା ବୟାଳିଶବାଟିର ବ୍ରଜକିଶୋର ଭ୍ରମରବରଙ୍କ ସମ୍ପତ୍ତି, ଐରବଙ୍ଗ ମଠରୁ ମିଳିଲା ।

ଏ ପୋଥିଟି ବିଶେଷ ରୂପେ ଆଲୋଚିତ ହେବ ।

୪ । ପଦ୍ମକେଶର ଦେଉଳ କର୍ମଙ୍ଗି : ବିଡ଼ାସଂଖ୍ୟା - IV

ମନ୍ଦିରର ଆରାଧନା ବିଧି । ଇଂରାଜିରେ ୭ ପୃଷ୍ଠା ।

ଏ ପୋଥିର ପ୍ରାସଙ୍ଗିକତା ବର୍ତ୍ତମାନ ନାହିଁ ।

ବର୍ତ୍ତମାନ ବାୟା ଚକଡ଼ା ଆଲୋଚନା କରାଯାଉ । ନାମଟି ବ୍ୟୟ ଚକଡ଼ା ହେବା ଉଚିତ୍‍, ହୁଏତ ଇଂରାଜୀରେ 'ଇବସ୍ଥବ' ହୋଇଯାଇଛି । ଗ୍ରନ୍ଥର ୧୩୦ ପୃଷ୍ଠାରେ (୫) ଲେଖା ହେଲା Chief Accountant(Baya Karana)। ପରିଶିଷ୍ଟରେ ଦିଆଯାଇଥିବା ୪୦ଟି ତାଳପତ୍ରର ଫଟୋ ଚିତ୍ରରୁ ଏପରି କିଛି ଇଙ୍ଗିତ ମିଳୁ ନାହିଁ । ପୁରାତନ ତାଳପତ୍ରର ପାଠୋଦ୍ଧାର କରିବାର ବିଶେଷଜ୍ଞ ଅଛନ୍ତି । ଲେଖକର ସେ ବିଶେଷ ଜ୍ଞାନ ନାହିଁ । ବିଶେଷଜ୍ଞମାନେ ପଢ଼ି ଦେଖି ପାରନ୍ତି ।

ପତ୍ର ନମ୍ବର LXVII ର ୧୨ ନମ୍ବର ଅନୁଚ୍ଛେଦରେ ହିସାବ ରକ୍ଷକ ଲେଖିଛନ୍ତି : ""ଆଜି ମାଘ ଶୁକ୍ଲ ଏକାଦଶୀ ଅଷ୍ଟାଦଶ ଅଙ୍କରେ, ମୁଁ, ବିଦ୍ୟାଧର ପଟ୍ଟନାୟକ, ବ୍ୟୟ କର୍ମର ତିି କିତା ଶେଷ କରୁଛି ।.....

ଏକକିତା ମହାଶ୍ରମଙ୍କ (ରାଜା ନରସିଂହ ଦେବ) ପାଇଁ (ପୁରୁଷୋତ୍ତମ ଗ୍ରନ୍ଥାଗାରରେ ରକ୍ଷିତ ହେବ); ଏକକିତା ପଦ୍ମକେଶର ମନ୍ଦିର ଗନ୍ତାଘର ପାଇଁ, ଏକକିତା ମୁଖ୍ୟ ତତ୍ତ୍ୱାବଧାରକ ରୁପ୍‍ସା ଦଳବେହେରାଙ୍କ ପାଇଁ ।(୫୬)

ଏ ଉଲ୍ଲେଖଟି କଥା କୁହାଯାଉଛି ଏଇଥି ପାଇଁ, ପୃଷ୍ଠା ୧୨୩ ର Foot Note ରେ ଗ୍ରନ୍ଥକାର ଲେଖିଛନ୍ତି, ବାୟାଚକଡ଼ାର ଦୁଇ ପୃଷ୍ଠା ଅଳ୍ପଦିନ ତଳେ ଜଗନ୍ନାଥ ମନ୍ଦିରର ଗନ୍ତାଘରରୁ ମିଳିଛି । ତାହା ଏ ପୋଥିର ଅନ୍ୟ ଏକ ନକଲ । ଦେଖାଯାଉଛି ୧୨୭ ପୃଷ୍ଠାରେ ଲିଖିତ ତିିକିତା ନକଲ ମିଥ୍ୟା ନୁହେଁ । ବିଷୟଟି ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ବାୟା ଚକଡ଼ାର ୧ନମ୍ବର ଏବଂ ୨ନମ୍ବର ବିଡ଼ା ଭି୍ନ ଭି୍ନ ସ୍ଥାନରୁ ଉଦ୍ଧାର କରାଯାଇଥିଲା । ସେ ଦୁଇଟି ବିଡ଼ାର ପତ୍ରରାଶି ମଧ୍ୟ ସ୍ୱୟଂସମ୍ପୂର୍ଣ୍ଣ ନୁହେଁ - କିଛି ୧ନମ୍ବର ବିଡ଼ାରେ, କିଛି ୨ ନମ୍ବର ବିଡ଼ାରେ ଅଛି, କିଛି ମିଳୁାହିଁ । ବିଭି୍ନ ସ୍ଥାନରୁ ଏବଂ ବିଭି୍ନ ଲୋକଙ୍କ ପାଖରୁ ମିଳିଥିବାରୁ ଏ ଲେଖକ ମଧ୍ୟ ଷ୍ଟେଲା କର୍ମରୀଶ୍‍ ଏବଂ ବୋନର୍‍ଙ୍କ ସହିତ ସହମତ । ଭୁଲ୍‍ଭାଲ୍‍ ଥିଲେ ମଧ୍ୟ

ପୋଥିଗୁଡ଼ିକ ସମ୍ପୂର୍ଣ୍ଣ fabricated ନୁହେଁ ।

୩୨ . ଅର୍କକ୍ଷେତ୍ର କୋଣାର୍କ