ପୃଷ୍ଠା:Arkakshetra konark.pdf/୭୦

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=70]]
ଫଟୋ-୬:ପଥର ଦେହରେ ମସ୍‌ଲୀନ୍ କାମ

ଭାସ୍କର୍ଯ୍ୟ ଖୋଦେଇ :

ଭାସ୍କର୍ଯ୍ୟଗୁଡ଼ିକ ମନ୍ଦିର ଦେହରେ ନିର୍ଦ୍ଧାରିତ ସ୍ଥାନରେ ଗଢ଼ା ହୋଇଛି ଅଥବା ତଳେ ଗଢ଼ା ହୋଇ ମନ୍ଦିର ଦେହରେ ଖଞ୍ଜା ହୋଇଛି ତାହା ନେଇ ବିବାଦ ଅଛି । ଅନେକ ଶିଳ୍ପ କର୍ମରେ ଏକରୁ ଅଧିକ ପଥରଖଣ୍ଡ ବ୍ୟବହାର କରାଯାଇଛି । ଅନେକଙ୍କ ମତ, ନିର୍ଦ୍ଧାରିତ ସ୍ଥାନରେ ଗଢ଼ା ନ ହୋଇଥିଲେ ଯୋଡ଼ ଉପରେ ଲାଇନ୍‍ଗୁଡ଼ିକ ମଧ୍ୟରେ ସମନ୍ୱୟ ରହିପାରନ୍ତା ନାହିଁ । କୋଣାର୍କ ଶିଳ୍ପୀ କଂପ୍ୟୁଟରର ନିପୁଣତାରେ ତାହାର ସୃଷ୍ଟି କାର୍ଯ୍ୟ କରିଛି, ତଥାପି ଭଲ ରୂପେ ନଜର ଦେଲେ, ସମନ୍ୱୟର ଅଭାବ ବହୁ ସ୍ଥାନରେ ଧରି ହେଉଛି । ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ କରିବାର ସବୁଠାରୁ ବଡ଼ ଅସୁବିଧା, ମନ୍ଦିର ଗାତ୍ରର ପ୍ରତିଟି ଇଞ୍ଚ କାରୁକାର୍ଯ୍ୟରେ ପୂର୍ଣ୍ଣ ହୋଇଥିବାରୁ ଅସଂଖ୍ୟ ଭାସ୍କର୍ଯ୍ୟମାନଙ୍କ ପାଇଁ ସ୍ଥାନ କରିବାକୁ ପଡ଼ିଥାଆନ୍ତା ମନ୍ଦିରର ସର୍ବାଙ୍ଗରେ, ଯାହା ଅବଶ୍ୟ ସମ୍ଭବ ନୁହେଁ । ଏବେ ମଧ୍ୟ ଯେଉଁମାନେ କାର୍ଯ୍ୟରତ ପ୍ରସ୍ତର ଶିଳ୍ପୀ ଦେଖିଥିବେ, ବୁଝି ପାରିବେ ଗୋଟିଏ ଗୋଟିଏ ଛୋଟ କାମ କରିବାକୁ କେତେ ସମୟ ଲାଗେ । କେତେକ କାମ ହୁଏତ ମନ୍ଦିର ଦେହରେ କରିବା ଅପରିହାର୍ଯ୍ୟ ଥିଲା, କିନ୍ତୁ ଅଧିକାଂଶ ଭାସ୍କର୍ଯ୍ୟ ମନେ ହୁଏ, ବର୍ଷ ବର୍ଷ ଧରି ଗୋଟିଏ master plan ଅନୁଯାୟୀ ତଳେ ବସି କରାଯାଇଥିଲା ଏବଂ ପରେ ବସା ଯାଇଥିଲା । ୧୯୦୨- ୦୩ରେ ବାଲି କାଢ଼ି ସଂରକ୍ଷଣ ଆରମ୍ଭ କରିବା ପୂର୍ବରୁ ମନ୍ଦିର ବାଡ଼ର ଯେଉଁ ଫଟୋଚିତ୍ର ତୋଳା ଯାଇଥିଲା, ତାହା ଦେଖିଲେ ବକ୍ତବ୍ୟର ସମର୍ଥ ମିଳିବ । (ଫଟୋ -୫)

ଆଉ ଗୋଟିଏ ପ୍ରସଙ୍ଗ ଆଲୋଚନା ନ କଲେ ବୈଷୟିକ ଆଲୋଚନା ଅସଂପୂର୍ଣ୍ଣ ରହିଯିବ । ଯେଉଁ ଧରଣର ସୂକ୍ଷ୍ମ କାରୁକାର୍ଯ୍ୟ ପଥର ଉପରେ ଫୁଟାଯାଇଛି, ତାହା ପାଇଁ ପ୍ରୟୋଜନ ହେଉଥିବା ଛେଣି ହୁଏତ ସେ ସମୟର ଧାତୁବିଜ୍ଞାନୀ ଦେଇ ପାରିଥିଲେ କିନ୍ତୁ ସୂର୍ଯ୍ୟ ପିନ୍ଧିଥିବା ମସଲୀ ଭଳି ଲୁଗା ଉପରେ ପ୍ରାୟ ଅଧଇଞ୍ଚ ବ୍ୟବଧାନ ଭିତରେ ଯେଉଁ ଅସଂଖ୍ୟ କାର୍ଯ୍ୟ ହୋଇଛି, ମନେ ହେବ ଛେଣିରେ ନ କାଟି ପେନ୍‍ସିଲ ମୁରେ ଅଙ୍କା ହୋଇଛି । (ଫଟୋ-୬) ଏହା କୌଣସି ଛେଣିର କାମ ନୁହେଁ, ମନେ ରଖିବାକୁ ହେବ, ପ୍ରସ୍ତରଟି ମୁଗୁି ଏବଂ ସାମାନ୍ୟ ଭୁଲ୍‍ ହେଲେ ଚୀଡ୍‍ ଧରି ଟୁକୁଡ଼ା ବାହାରି ଆସିବ । ଏହା କୌଣସି ସ୍ଥାନରେ ହୋଇନାହିଁ । ମନେ ହୁଏ Acid burning ଭଳି କୌଣସି ପନ୍ଥା ସେ ଶିଳ୍ପୀ ଅବଗତ ଥିଲେ । ଅଥବା ପେନ୍‍ସିଲ୍‍ ରେଖା ଉପରେ ଅସଂଖ୍ୟ punch marks କରି ସେଗୁଡ଼ିକ ଛୁରୀ ଭଳି କୌଣସି ଯନ୍ତ୍ର ଦ୍ୱାରା ଘଷିଘଷି ମିଶାଯାଇଛି । ହୁଏତ ପୂରା ମୂର୍ତ୍ତିିଟି ଗଢ଼ିବାକୁ ଯେତେ ସମୟ ଲାଗିଥିଲା ଏଇ ଲୁଗା ଖଣ୍ଡିକ ଗଢ଼ିବାକୁ ତାହାଠାରୁ ଅଧିକ ସମୟ ଲାଗିଥିଲା । ଏ ଦିଗରେ ମଧ୍ୟ ଆହୁରି ଗବେଷଣା ହେବା ଉଚିତ୍‍ ।

ମୁଣ୍ଡି ମାରିବାର ଗଳ୍ପ :

ମନ୍ଦିର ଗଢ଼ା ଶେଷ ହେଉ ନାହିଁ; ନରସିଂହଦେବ ଅଧୈର୍ଯ୍ୟ ହୋଇ ଉଠିଲେଣି । ରାଜା ମନ୍ଦିର ପ୍ରତିଷ୍ଠା ପାଇଁ ଗୋଟିଏ ବିଶେଷ ଶୁଭ ଦିସ୍ଥିର କଲେ- ବିଶେଷରେ ମାଘ ଶୁକ୍ଲପକ୍ଷ ସପ୍ତମୀ, ସୂର୍ଯ୍ୟ ଦକ୍ଷିଣାୟ ଶେଷ କରି ଉତ୍ତରକୁ ଢ଼ଳୁଥିବେ । ରାଜା ଘନଘନ ସୂତ୍ରଧରଙ୍କୁ ତାଗିଦ୍‍ କରିବାକୁ ଲାଗିଲେ ।

ନିର୍ମାଣ କାର୍ଯ୍ୟର ପ୍ରଥମ ବର୍ଷଗୁଡ଼ିକରେ ବର୍ଷାକାଳରେ କାମ ବନ୍ଦ ରହୁଥିଲା, କିନ୍ତୁ ଶେଷ ଆଡ଼କୁ ବର୍ଷା ଋତୁରେ ମଧ୍ୟ କାର୍ଯ୍ୟରେ ବିରାମ ରହିଲା ନାହିଁ । ଏହା ମଧ୍ୟରେ ରାଜା ନିଜେ କୋଣାର୍କ ଯୋଜନାରୁ ୫୦୦ ଲୋକ ଦକ୍ଷିଣର ଯୁଦ୍ଧକୁ ନେଇଗଲେ । ବାୟା ଚକଡ଼ା ଅନୁସାରେ, ମନ୍ଦିର ଗାତ୍ରର ପୂର୍ବ ଦିଗରେ ଗଜସିଂହ ବସେଇବା ପରେ ଶାସ୍ତ୍ରାନୁମୋଦିତ ସମୟର ଦୁଇ ସପ୍ତାହ ପୂର୍ବରୁ ରାଜାଦେଶରେ ପ୍ରଥମ ସିଲିଂ ତରବର

କରି ଗଢ଼ି ଦିଆଗଲା । ଏହା ପରେ ଗଣ୍ଡି ଉପରେ "ବେକୀ' ଗଢ଼ା ହେଲାବେଳକୁ ସ୍ଥିତିହୀନତାର ଲକ୍ଷଣ ଦେଖାଦେଲା । ଦୁଇଥର "ବେକୀ' ଗଢ଼ିବା

୭୦ . ଅର୍କକ୍ଷେତ୍ର କୋଣାର୍କ