ପାଗ ଗଠନର କେତୋଟି ନିର୍ଦ୍ଦିଷ୍ଟ ନିୟମ ଅଛି । ଗୋଟିଏ ପଞ୍ଚରଥ ମନ୍ଦିରର ଉଦାହରଣ ଧରାଯାଉ । ବହିଃପାର୍ଶ୍ୱର ଦୈର୍ଘ୍ୟ ଧରାଯାଉ "କ' ।
କୋଣ ପାଗର ଦୈର୍ଘ୍ୟ - କ /୨୦ × ୪
ଅନର୍ଥ ପାଗର ଦୈର୍ଘ୍ୟ - କ /୨୦ × ୩
ରହ ପାଗର ଦୈର୍ଘ୍ୟ - କ /୨୦ × ୬
ଏହା ଶାସ୍ତ୍ରୋକ୍ତ ମତ ।(୨୧୪) କିନ୍ତୁ ସାଧାରଣ ଦର୍ଶକ ଦେଖùଲା ବେଳକୁ ପାଗଗୁଡ଼ିକ ଜ୍ୟାମିତିକ ସରଳରେଖାରେ ନଥିବ; ଶିଳ୍ପୀ ପୁଣି ସେଗୁଡ଼ିକରେ ନକ୍ସା କାଟିବା ପାଇଁ ବହୁ ଭାଞ୍ଜ କରି ସାରିଥିବେ । ମନ୍ଦିରଟି ବର୍ଗାକାର ହେଲେ ମଧ୍ୟ ଏଇ ରୀତିରେ ମନେହେବ, ପ୍ରାୟ ଗୋଲାକାର ଫୁଲ, ଗୋଟିଏ ପାଖୁଡ଼ା ମେଲେଇଛି ।
ଦେବାଲ୍ର ବେଧ ଅଥବା ସ୍ଥୂଳତା କୋଣପାଗର ଦୈର୍ଘ୍ୟ ସହିତ ସମାନ ହେବ ।(୨୧୫) ଏ ନିୟମ କିନ୍ତୁ କୋଣାର୍କ କ୍ଷେତ୍ରରେ ଲାଗୁ ନାହିଁ । ଆଜଐ ପ୍ରଦତ୍ତ ମ୍ୟାପ୍ ଅନୁଯାୟୀ କୋଣାର୍କ ବିମାନର କୋଣ ପାଗର ଦୈର୍ଘ୍ୟ ୧୩'-୫" କିନ୍ତୁ ସେଇ ଅଂଶର ବେଧ ୧୭'-୬" । ଏପରି ବିଚ୍ୟୁତି କୋଣାର୍କ ମନ୍ଦିରର ବହୁ ସ୍ଥାନରେ ମିଳୁଛି, କିନ୍ତୁ କୌଣସିଠାରେ ଅସଙ୍ଗତି ବିନ୍ଦୁମାତ୍ର ଆଖିରେ ପଡ଼ୁାହିଁ । ମନେ ହୁଏ, ହୁଏ, ସାଧାରଣ ନିୟମ ସାଧାରଣ କାରିଗର ପାଇଁ କିନ୍ତୁ ଅସାଧାରଣ ସୃଷ୍ଟିର କାରିଗର ନିଜ ନିୟମ ଗଢ଼ି ତୋଳିବାର କ୍ଷମତା ରଖିଥାଏ ।
ଅର୍କକ୍ଷେତ୍ର କୋଣାର୍କ . ୯୭