ପୃଷ୍ଠା:Asha Tara Dekhiba.pdf/୧୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=104]]

ଆକାର ଓ ଉଜଳତାରେ ଖୁବ୍ ବଡ ନ ହେଲେ ମଧ୍ୟ ତା’ର ଲାଲ ରଙ୍ଗ ଯୋଗୁଁ ଶନି ଗ୍ରହ ଆକାଶରେ ବାରି ହେଇଯାଏ । ତା’ର ବିଖ୍ୟାତ ବଳୟକୁ ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ଦେଖି ହୁଏ । ବଡ ଯନ୍ତ୍ରରେ ବଳୟ ଭିତରର ଫାଙ୍କ ଓ ଉପଗ୍ରହ ଆଦି ଜଣା ପଡେ । ସୂର୍ଯ୍ୟ ଚାରିପଟେ ବୁଲିଲା ଭିତରେ କେବେ କେବେ ଶନିର ବଳୟ ପୃଥିବୀ-ସୂର୍ଯ୍ୟ ସମତଳରେ ରହେ । ତେଣୁ ବଳୟର ଅତି ସରୁଆ ଧାର ଆମ ଆଖି ସିଧାରେ ଦେଖାଯାଏ । ଏ ଅବସ୍ଥାରେ ତା’ର ବଳୟଟି ଗୋଟିଏ ଗାର ଭଳି ଦିଶେ ବା ପ୍ରାୟ ଅଦୃଶ୍ୟ ହୋଇ ଯାଏ । ପ୍ରତି ୧୫ ବର୍ଷରେ ଏ ଭଳି ହୋଇଥାଏ । ୧୯୯୫ ନଭେମ୍ବର ମାସରେ ଏ ଭଳି ଘଟିବ ।

[[ଫାଇଲ:|357px|page=104]]

ସୌରଜଗତର ଅନ୍ୟ ଗ୍ରହ ଓ ମୁଖ୍ୟ ଗ୍ରହାଣୁଗୁଡିକୁ ଖାଲି ଆଖିରେ ଦେଖିହୁଏ ନାହିଁ । କିନ୍ତୁ ଦୂରବୀକ୍ଷଣ ଯନ୍ତ୍ର ଓ ଅବସ୍ଥିତିର ସଠିକ ସୂଚନା ସାହାଯ୍ୟରେ ଏ ସବୁକୁ ଲକ୍ଷ୍ୟ କରିହେବ ।