ଆରତି କରି ଚାଲିଛନ୍ତି, ସେମାନେ ହୁଏତ ହୋଇ ଉଠିଛନ୍ତି ପାଗଳ ।ସମବେଦ ଜନତା ମନ୍ତ୍ରମୁଗ୍ଧ ।
ବାଦ୍ୟର ଧ୍ୱନୀ ତୀବ୍ର । ପ୍ରଳୟର ପ୍ରତିଧ୍ୱନୀ । ଦୁର୍ଗତିନାଶିନୀ ଦୁର୍ଗାଙ୍କର ଚକ୍ଷୁରେ ଅଗ୍ନିର ସ୍ଫଲିଙ୍ଗ । ସମବେତ ଜନତାର ହୃଦୟ ଏକ ଅଜଣା ଆଶଙ୍କାରେ ପ୍ରକମ୍ପିତ ।