ପୃଷ୍ଠା:Baula Charita o Ramagatha (Gobinda Bhanja).pdf/୧୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶୁଣ ବ୍ୟାଘ୍ର କେବଳ ସେନେହ ବଶ ହୋଇ
ଯ‌ହିଁ ପାଇଁ ଦୁଃଖଭରେ ରୋଦନ କରଇ ।
ଯେ ଅଛି ମନେ ସନ୍ତାପ କ‌ହୁଅଛି ତୋତେ
ସାବଧାନେ ଶୁଣ କିଛୁ ଦୟାକର ମୋତେ ।
ଶୁଣ ମୃଗପତି ତୁ ହୋ ଶାନ୍ତ କରି ମନ
ପ୍ରଥମ ବୟସେ ମୋର ଏକଇ ନନ୍ଦନ ।
ଅତି ପ୍ରୀତି ମୋହର ପ୍ରଥମେ ଜାତ ସୁତ
କିଛି ନ ଜାଣଇ ସେହୁ ଅତିହିଁ ବାଳୁତ ।
କ୍ଷୀରମାତ୍ର ଆହାର ସେ କ୍ଷରପାନେ ଇଚ୍ଛା
କୋମଳ ତୃଣହିଁ ଗ୍ରାସ ନ କରୁଛି ବଚ୍ଛା ।୭୫।
ଗୋପାଳେ ବନ୍ଧନ ତାକୁ କରୁଥାନ୍ତି ନିତ୍ୟେ
କ୍ଷୁଧାଏ ଆକୁଳ ହୋଇ ଲୋଡ଼ୁଥାଇ ମୋତେ ।
ସେ ବଚ୍ଛା ଗୋଟିକି ହୋ ଶୋଚନା ମୋର ଚିତ୍ତେ
ମାତା ବିନୁ ବାଳବଚ୍ଛା ବର୍ତ୍ତଇ କେମନ୍ତେ ।
ପୁତ୍ରର ସେନେହେ ବଶ ହୋଇଅଛି ଗାଈ
ବେଳେମାତ୍ର ଯିବି ସ୍ତନ୍ୟ ଆସିବି ପିଆଇ ।
କ୍ଷୀର ପିଆଇବି ମୁଁ ଅନେକ ଆଶ୍ୱାସିବି
ମଥା ଗୋଟି ଶୁଙ୍ଘି ତାର ଶରୀର ଲେହିବି ।
ସଖାଜନମାନଙ୍କୁ ପୁତ୍ରକୁ ସମର୍ପିବି
ହିତାହିତ ପୁତ୍ରର ମୁଁ ତାହାକୁ କ‌ହିବି ।୮୦।
ପୁଣି ମୁଁ ଲଉଟି ଆସି ହୋଇବି ଆଗର
ଇଚ୍ଛାସୁଖେ ଭକ୍ଷିବୁ ତୁ ମୋହର ଶରୀର ।
ଯଦି ମୁଁ ଲଉଟି ନ ଆସିବି ତୋର ପାଶ
ଶୁଣ ବ୍ୟାଘ୍ର ନଇଲେ ପାଇବି ଯେଉଁ ଦୋଷ ।
ସମ୍ମୁଖ ସଂଗ୍ରାମ ତେଜି ପଳାନ୍ତି ଯେ ଶୂର
ତ‌ହିଁର ଅଗତି ଦୋଷ ହୋଇବ ମୋହର ।