ପୃଷ୍ଠା:Bhasa o Jatiyata.pdf/୭୭

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 
ଓଡ଼ିଆ ଭାଷା ସମୃଦ୍ଧ ହେବ କିପରି

ଓଡ଼ିଶାର ଆର୍ଥିକମେରୁଣ୍ଡ ବିଭିନ୍ନ କାରଣରୁ ଭାଙ୍ଗିଯାଇଛି । ସ୍ୱାଧୀନତାର ୬୩ବର୍ଷପରେ ମଧ୍ୟ ଓଡ଼ିଶା ଭାରତବର୍ଷର ପ୍ରଥମ ବା ୍ୱିତୀୟ ଗରିବରାଜ୍ୟ । ଏହିଅବସ୍ଥା ସୁଧାରିବାପାଇଁ ରାଜନୀତି ଓ ପ୍ରଶାସନ ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହିଁ । ଯିଓ ସରକାର କୁହନ୍ତି ଓଡ଼ିଶାର ୬୩ଭାଗଲୋକ ଶିକ୍ଷିତ ମାତ୍ର ପ୍ରକୃତରେ ୯୦ଭାଗ ଜନସାଧାରଣ ଶିକ୍ଷାଠାରୁ ବହୁୂରରେ । ଏମାନଙ୍କ ମଧ୍ୟରୁ ୮୨ଭାଗ କୃଷକ ଓ ଶ୍ରମିକଶ୍ରେଣୀର । ଏମାନଙ୍କପାଇଁ ଶାସନ,ନ୍ୟାୟ,ଶିକ୍ଷା,ସ୍ୱାସ୍ଥ୍ୟର ବ୍ୟବସ୍ଥା ଚାଲେ ଇଂରାଜୀଭାଷାରେ । ଲୋକେ ନିଜଭାଷାରେ କହିବାର,ଲେଖିବାର ଅଧିକାର ହରାଇବସିବା ଫଳରେ ତୃତୀୟପକ୍ଷର ସାହାଯ୍ୟନେବାକୁ ବାଧ୍ୟ ହେଉଛନ୍ତି । ଏହି ତୃତୀୟପକ୍ଷ ଇଂରାଜୀ-ଶିକ୍ଷତି ଏବଂ ବୃ•ଗି ତ କାରଣରୁ ସଭ୍ୟର ପରିଚୟ େଉଥିଲେ ସୁଦ୍ଧା ଅର୍ଥନୀତିକ ଓ ସାମାଜିକ ଶୋଷଣର ଜାଲ ବିସ୍ତାର କରିଛନ୍ତି । ସେମାନଙ୍କ ଜାଲରେ ରାଜନୀତିକ ଲୋକେ ମଧ୍ୟ ଛନ୍ଦା । ଫଳରେ ପ୍ରଗତି ଓ ଜନକଲ୍ୟାଣ ନାମରେ ଶସ୍ତାରେ ଚାଉଳ,ତେଲ-ଲୁଣ,ଡାଲି ଯୋଗାଇବୋର ପ୍ରଲୋଭନଭି•ିକ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏମାନଙ୍କୁ ଶସ୍ତାରେ ଖା୍ୟ ଯୋଗାଣ ଆଳରେ ତଳିଆ କର୍ମଚାରୀ, ରାଜନୀତିଆ ଓ ଟାଉଟରଶ୍ରେଣୀ ନିଜର ସ୍ୱାର୍ଥ ପୂରଣରେ ଲାଗିପଡିଛନ୍ତି । ପ୍ରାୟ ୩କୋଟି ଅସହାୟ ସାଧାରଣବର୍ଗର ଲୋକଙ୍କୁ ଛଳନାରୁ ମୁକ୍ତକରି ଏକ ସ୍ୱାଭିମାନ ଜୀବନଯାପନ କରିବାକୁ ସୁଯୋଗବୋ ରାଜ୍ୟ ସରକାରଙ୍କର ହେଉଛି ପ୍ରଥମ କାମ । ଏଥିପାଇଁ ପ୍ରଶାସନ ଓ ନ୍ୟାୟାଳୟରେ ଓଡ଼ିଆଭାଷା ପ୍ରଚଳନର ଆବଶ୍ୟକତା ଅଛି । ସୂଚନା ଅଧିକାର ଲାଗୁ ହେବାପରେ ପ୍ରଶାସନର ଅନ୍ଧାରିଘରକୁ ପ୍ରବେଶ ଅଧିକାର ମିଳିଛି, କିନ୍ତୁ ସାଧାରଣଲୋକେ ତାଙ୍କ ଭାଷାରେ ସେ ଘରର ଗୁମର ଜାଣିବାର ଅଧିକାରନାହିଁ । ଭାଷା ବ୍ୟବହାରରେ ସ୍ୱାଧୀନତା ନ ଆସିବାଯାଏ ସୂଚନା ଅଧିକାର ଯୋଜନା ଫଳପ୍ର ହେବନାହିଁ, ଏକଥା କେହି ବୁଝିବାକୁ ଚାହୁଁନାହାଁନ୍ତି ।

ଏହି ସବୁ ସ୍ଥିତିକୁ ଲକ୍ଷ୍ୟକରି ଆମ ମାତୃଭାଷାକୁ କିପରି ସମୃଦ୍ଧ କରିବା, ସେ ବିଷୟରେ ନିମ୍ନୋକ୍ତ ପକ୍ଷେପ ନେବା ଏବେ ଆବଶ୍ୟକ ହୋଇପଡ଼ିଛି ।

(୧) ଓଡ଼ିଆ ଭାଷାକୁ ରୋଜଗାରର ମାଧ୍ୟମ କରାଇବା : ଓଡ଼ିଆଭାଷାକୁ