ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୭୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ଡ

ରାଗ—ଦେଶାକ୍ଷ
ଏକଦିନେ ସଭା କରି ଦଶରଥ ଦଣ୍ଡଧାରୀ ବିଜେ କରିଅଛନ୍ତି ଆସ୍ଥାନେ
ବଶିଷ୍ଠ ଜାବାଳି ବାମଦେବ ସୁମନ୍ତ୍ର ସହିତେ ସଭା ଶୋଭା ଦଶନ୍ତି ଏମାନେ ହେ।
ଗାଧିସୁତ । ଏହି ସମୟେ ପ୍ରବେଶ ହେଲେ ।
ଦେଖିଣ ରାଜନ ହୃଷ୍ଟ ମାନ୍ୟକର ମୁନି ଶ୍ରେଷ୍ଠେ ବସିବାକୁ ଦିବ୍ୟାସନ ଦେଲେ [୧]ସେ ।।
ବଶ୍ୱାମିତ୍ର [୨]ତପୋଧନ ଅଯୋଧ୍ୟା ପୁର ରାଜନ ବହୁ ବିଧିରେ କଲେକ ପୂଜା ।
ଏ ମୋହର ବେନି ନେତ୍ର ଆଜ ହୋଇଲା ପବିତ୍ର କୃତାଞ୍ଜଳି ହୋଇ କହି ରାଜା ହେ ।
ମୁନିବର । କି କାରଣେ କଲେ ଆଗମନ ।
ଏ ମୋର ପାତ‌କୀ କାୟ[୩] ମୋଠାରେ ଏଡ଼େ ସଦୟ[୪] ପବିତ୍ର ହୋଇଲା ମୋ ଭୁବନ ହେ ।
ବୋଲନ୍ତି ସେ ଯୋଗୀଶ୍ୱର[୫] ଶୁଣ ଆହେ ନୃପବର
ସିଦ୍ଧବନେ ସର୍ବ ମୁନିମାନ ।
ଆରମ୍ଭ କରନ୍ତେ ଯାଗ [୬] ଅସୁରେ କରନ୍ତି ଭଙ୍ଗ[୭]
ଭାଙ୍ଗିଲେ ସେ ଆମ୍ଭ ଯଜ୍ଞ ସ୍ଥାନ, ହେ ନୃପବର
ରାମ ଲକ୍ଷ୍ମଣକୁ ମୋତେ ଦେବ[୮] ହେ ।
ମାରିବେ ଅସୁର କୁଳ ଶୁଣ ହେ ନୃପ ଶାର୍ଦ୍ଦୂଳ ।
କ୍ଷିତିରେ ବହୁ ଯଶ ପାଇବ [୯]ହେ ।
ଏମନ୍ତ ଶୁଣି ରାଜନ ମଣିଲେ[୧୦] ବ୍ରଜ ପତନ ।
ବିକଳ ହୋଇଲା ତାଙ୍କ ମନ [୧୧]
ଦଶ ଦିଗରୁ [୧୨] ଅନାଇ ଖର ନିଃଶ୍ୱାସ ପକାଇ
ବେଳୁଁ ବେଳେ [୧୩] ହୋଇଲେ ଅଜ୍ଞାନ, ସେ ନୃପବର
ମୋହ ତେଜି ମହୀରୁ ଉଠିଲେ[୧୪]
ଭୟରେ ହୋଇ କାତର ନୟନୁ ବ‌ହଇ ନୀର
ବଶିଷ୍ଠଙ୍କ ମୁଖକୁ ଚାହିଁଲେ [୧୫] ସେ ।।

  1. ଦେଲେ-ପୋଥିରେ ନାହଁ
  2. -ବଶ୍ୱାମୈତ୍ର-ପୋଥିପାଠ
  3. କାୟା-- ପୋଥିପାଠ
  4. ସଦୟା ପୋଥିପାଠ
  5. ଯୋଗେଶ୍ୱର-ପୋଥିପାଠ
  6. ଯାଜ୍ଞ ପୋଥିପାଠ
  7. ଭୋଗ ପୁସ୍ତକ ପାଠ
  8. ଦେବୁ-ପୋଥି ପାଠ
  9. ପାଇବୁ-ପୋଥିପାଠ
  10. ମଣିଲା -ପୋଥିପାଠ
  11. ତାରମନ-ପୋଥିପାଠ
  12. ଦଶଦିଶ-ପୋଥିପାଠ
  13. ବେଳୁବେଳ-ପୋଥିପାଠ
  14. ଉଠିଲା-ପୋଥିପାଠ
  15. ଚାହିଁଲା-ପୋଥିପାଠ