ରାମଚନ୍ଦ୍ରଙ୍କୁ ରଥରେ ବସାଇ ।
ଘେନି ଅଇଲେଏ ରାଜା ଆଜ୍ଞା ପାଇ ।
ରାମ ନୃପତିଙ୍କି ଦର୍ଶନ କରିଣ ବସିଲେ ଶିର ନୁଅଇଁ,
ହେ ସୁଜନେ [୧]
ରାମଙ୍କୁ ଚାହିଁ ଆନନ୍ଦ ହୋଇ ରାଜା ବୋଲନ୍ତି ଆହେ ରାମ ଶୁଣ ।
ତୁମ୍ଭେ ସକଳ ଗୁଣରେ ନିପୁଣ [୨]
ବିଶେଷେ ଜ୍ୟେଷ୍ଠ ରାଣୀଙ୍କ ଜ୍ୟେଷ୍ଠ ପୁତ୍ର କୁଳକୁ [୩]ଅଟ କାରଣ,
ହେ ଶ୍ରୀରାମ ।।
କାଲି ହୋଇବ ତୁମ୍ଭେ ଯୁବରାଜା ।
ଆଜ ଅଧିବାସରେ ପାଅ ପୂଜା ।
ପୁଷ୍ୟା ନକ୍ଷତ୍ରରେ କକଡ଼ା ଚନ୍ଦ୍ରମା କହିଲେ ବଶିଷ୍ଠ ଦ୍ୱିଜା [୪]
ହେ ଶ୍ରୀରାମ ।।
ଏମନ୍ତ ବାଣୀ ଅନ୍ତଃପୁରେ ଶୁଭିଲା ଶୁଣି ଅଇଲା [୫]ଯେ ମନ୍ଥଡ଼ୀ ।
କୈକେୟୀଙ୍କି କହିଲା କରଯୋଡ଼ି ।
ଶୁଣିଣ ସେ [୬]ତାଙ୍କୁ ଆପଣା କଣ୍ଠରୁ ରତ୍ନମାଳୀ ଦେଲେ କାଢ଼ି,
ସେ ସୁନ୍ଦରୀ !
ଦେଖି ଚକିତ ହୋଇଲେ ମନ୍ଥଡ଼ା ।
ମାଳା ପକାଇ ଦେଲେ [୭]ନାହିଁ ଲୋଡ଼ା ।
ନୃପତି ସଉଭାଗୀ ରାଣୀ ବୋଲାଅ ଶୁଣି ନ ପାଅ [୮]କି ବ୍ରୀଡ଼ା ,
ଗୋ ସୁନ୍ଦରି!
ପୁଣି ମନ୍ଥଡ଼ା ବୋଇଲା ତାହାଙ୍କୁ ବଧାଇ ଦିଅ କାହିଁପାଇଁ [୯]
ତୁମ୍ଭ ପୁତ୍ର ତ ରାଜା ହେଲେ ନାହିଁ ।
କଉଶଲ୍ୟା ରାଜମାତା ବୋଲାଇବେ ତୁମ୍ଭର ହର୍ଷ [୧୦] କିପାଇଁ,
ଗୋ ସୁନ୍ଦରୀ !
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୬
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି