ଅପେକ୍ଷା ବୁଝିବା ଓ ବ୍ୟବହାର କରିବା ଲୋକଙ୍କ ସଂଖ୍ୟା ଅଧିକ ହେବ ସେଇ ଭାଷାମାନେ ବଞ୍ଚି ରହିବେ । ଆଣ୍ଡାମାନର ଆଦିବାସୀମାନେ ନିଜ ଭାଷା ଭୁଲି ପୋର୍ଟବ୍ଲେଆର୍ରେ ହିନ୍ଦୀ ଗୀତ ବୋଲି ଭିକ ମାଗୁଛନ୍ତି ।
ଏବେ ଭାରତର ଆଞ୍ଚଳିକ ଭାଷା କହିବା ଓ ବୁଝିବା ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ କମିବାକୁ ଲାଗିଛି । ମା ଯେଉଁ ଭାଷା କହୁଥିଲେ, ଝିଅଙ୍କ ଭାଷା ତାଠୁ ଅଲଗା ହେଲାଣି, ନାତି ନାତୁଣୀଙ୍କ ଭାଷା ଗୋସେଇଁ ବାପା ଆଉ ବୁଝୁ ନାହାନ୍ତି । ସେଥିରେ ଅନ୍ୟ ବଡ଼ ବଡ଼ ଭାଷା ପଶିଗଲେଣି । କୋୟାକୁ ଯେପରି ଓଡ଼ିଆ ଖାଇଗଲାଣି, ଓଡ଼ିଆକୁ ହିନ୍ଦୀ ଓ ହିନ୍ଦୀକୁ ଇଂରାଜୀ ଭାଷା ଗ୍ରାସ କଲାଣି । ମାଣ୍ଡାରିନ୍କୁ ଚିଙ୍ଗ୍ଲିସ୍ ଓ ହିନ୍ଦୀକୁ ଏବେ କୁହାଯାଉଛି ହିଙ୍ଗ୍ଲିସ୍ । ହିନ୍ଦୀ ଟିଭି, ସିନେମା ଦେଖି ଦେଖି ଓଡ଼ିଆମାନେ ବନ୍ଧୁଙ୍କୁ କହିଲେଣି “ନେକ୍ସଟ୍ ମିଟିଂ ପରେ ଡିନର ବେଳେ ମୁଲାକାତ ହବ” ବା “ଫ୍ରି ଟାଇମ୍ରେ ଡିସ୍କସନ୍ କରିବା” ଇତ୍ୟାଦି ।
ରାଜସ୍ଥାନ ଲୋକେ ରାଜସ୍ଥାନୀ ଭାଷା ଭୁଲିଗଲେଣି । ୟୁରୋପରେ ୱେଲ୍ସର ଲୋକେ ଆଉ ୱେଲ୍ସ ଭାଷା କହୁନାହାନ୍ତି । ସ୍କଟ୍ଲାଣ୍ଡର ମୂଳଭାଷା “ଗେଲିକ୍” ଏବେ ମୃତ୍ୟୁ ଶଯ୍ୟାରେ । ଅଧିକାଂଶ ଆଫ୍ରିକାବାସୀ ନିଜ ନିଜ ଭାଷାକୁ ଭୁଲି ଇଂରାଜୀକୁ ଆଦରି ନେଲେଣି । ବଙ୍ଗାଳୀ ତାମିଲ୍କୁ ବା ଓଡ଼ିଆ ମରାଠୀଙ୍କୁ ବାହା ହେଲେ ତାଙ୍କ ପିଲେ ହିନ୍ଦୀ, ଇଂରାଜୀରେ କଥା ହେଉଛନ୍ତି । ସ୍ୱାମୀ ସ୍ତ୍ରୀ ପରସ୍ପର ସହ ନିଜ ନିଜ ମାତୃଭାଷାରେ କଥା ହୋଇ ପାରୁନାହାନ୍ତି । ଏହି ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଲୋକ ନିଜର ମାତୃଭାଷା ଭୁଲି ଯାଉଛନ୍ତି । ଏକଦା ଭାରତୀୟ ଭାଷାମାନଙ୍କର ଜନନୀ ସଂସ୍କୃତର ଅବସ୍ଥା ଏବେ ‘କୋୟା’ଠାରୁ ଦୟନୀୟ । ବିଶ୍ୱବିଖ୍ୟାତ ଚିନ୍ତାନାୟକ ଉଇଲ୍ ଡୁରାଣ୍ଟ ସଦାବେଳେ କହୁଥିଲେ, ସବୁ ୟୁରୋପୀୟଙ୍କର ମାତା ହେଉଛି ଭାରତ ଓ ସବୁ ୟୁରୋପୀୟ (ଇଂରାଜୀ ସମେତ) ଭାଷାମାନଙ୍କର ଜନନୀ ହେଉଛି ସଂସ୍କୃତ । ଜନଗଣନା ହିସାବ ଅନୁସାରେ ୧୧୦ କୋଟି ଭାରତୀୟଙ୍କ ମଧ୍ୟରୁ କେବଳ ପଚାଶ ହଜାର ଲୋକ ସଂସ୍କୃତ କହିପାରନ୍ତି । ମଣିଷମାନେ ଏହି ଦେବଭାଷାରେ କଥାଭାଷା ନ ହେବାରୁ ଏହା ଏବେ ପ୍ରକୃତରେ ଦେବତାମାନଙ୍କ ଭାଷା ହୋଇ ରହିଯାଇଛି । ପୂଜା, ପାଠ, ହୋମ, ଯଜ୍ଞ, ବାହା, ବ୍ରତର ଭାଷାରେ ସୀମିତ ହୋଇ ରହିଛି । ମିଳିତ ରାଷ୍ଟ୍ରସଙ୍ଘରେ ଯଦିଓ ବିଭିନ୍ନ ଦେଶର ଭାଷାନୁବାଦ ବ୍ୟବସ୍ଥା ରହିଛି, ସେକ୍ରେଟାରିଏଟ୍ରେ କେବଳ ଇଂଲିଶ୍ ଓ ଫ୍ରେଞ୍ଚ୍ ଭାଷା ହେଲା ସରକାରୀ ।
ବିକଳ୍ପ ବିଶ୍ୱ ୧୧୭