ପୃଷ୍ଠା:Bikalpa Biswa.pdf/୧୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇସାରିଲାଣି । ଦିଲ୍ଲୀ, ଚଣ୍ଡିଗଡ଼, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାଭେଲି ଏହା ଆଗରୁ ସହରାଞ୍ଚଳ ହୋଇଗଲେଣି । ପଞ୍ଜାବ, ଗୁଜୁରାଟ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ହରିଆନା ଓ କର୍ଣ୍ଣାଟକ ଦୃତ ଗତିରେ ସହରୀକରଣ ସୁଅରେ ଆଗଉଛନ୍ତି । କୋଡ଼ିଏ ବର୍ଷ ଭିତରେ ତାମିଲନାଡ଼ୁର ୭୫ଭାଗ ଲୋକ ରହିବେ ସହରାଞ୍ଚଳରେ । ସେନ୍ସସ୍ ୨୦୦୧ ରିପୋର୍ଟ ଅନୁସାରେ ଗତ ଶହେ ବର୍ଷ ଭିତରେ କାମଧନ୍ଦା ଅନ୍ୱେଷଣରେ ୯୮ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ି ଦେଲେଣି । ଅନ୍ୟ ଏକ ହିସାବ ଅନୁସାରେ ଏ ସଂଖ୍ୟା ୧୪୦ ଲକ୍ଷ ।

‘ୟୁନାଇଟେଡ୍ ନେସନ୍‌ସ’ର ଏକ ହିସାବ ଅନୁସାରେ ୨୦୦୮ ମସିହା ଅଗଷ୍ଟ ୧୬ ତାରିଖ ପରେ ଛଅ ହଜାର ବର୍ଷର ଗ୍ରାମ ଚରିତ୍ରର ସୀମାରେଖା ଡେଇଁ ପୃଥିବୀ ହୋଇଯାଇଥିବ ସହରପ୍ରଧାନ । କାରଣ ସେଦିନଠାରୁ ପୃଥିବୀର ଅଧେରୁ ଅଧିକ ଲୋକ ସହରୀ ଜନ୍ତୁ ହୋଇଯିବେ । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମଗ୍ର ପୃଥିବୀ ଜନସଂଖ୍ୟାର ମାତ୍ର ତେରଭାଗ ରହୁଥିଲେ ସହରରେ । ୧୯୫୦ ମସିହା ବେଳକୁ ଏ ସଂଖ୍ୟା ବଢ଼ିଗଲା ଶତକଡ଼ା ୨୯ ଭାଗକୁ ଓ ୨୦୦୫ ମସିହାରେ ୪୯ ଭାଗକୁ ଅର୍ଥାତ୍ ୩୨୦ କୋଟିକୁ । ୨୦୩୦ ମସିହାରେ ୪୯୦ କୋଟି ଲୋକ ରହୁଥିବେ ସହରାଞ୍ଚଳରେ । କିନ୍ତୁ ସେଥିରୁ ୭୪ ଭାଗ ରହିବେ ଦରିଦ୍ର ଓ ବିକାଶଶୀଳ ଦେଶମାନଙ୍କରେ । ଆଫ୍ରିକାରେ ରହିବେ ୩୮ ଭାଗ ଓ ଏସିଆରେ ୪୦ ଭାଗ ଅର୍ଥାତ୍ ପ୍ରତି ଶହେ ଜଣ ସହରବାସୀଙ୍କ ମଧ୍ୟରୁ ଅତିକମ୍‌ରେ ୭ ଜଣ ରହିବେ ଏସିଆ ଓ ଆଫ୍ରିକାରେ (ୱାର୍ଲଡ ଅର୍ଗାନାଇଜେସନ୍ ପ୍ରସ୍ପେକ୍ଟସ୍ ୨୦୦୫) । ଲାଟିନ୍ ଆମେରିକା ଓ କାରିବିଆନ୍ ଅଞ୍ଚଳରେ ଏବେ ଶହେରୁ ୭୭ ଲୋକେ ସହରରେ ରହୁଛନ୍ତି । ୨୦୩୦ରେ ଏହା ବଢ଼ି ୮୪ ହେବ । ୟୁରୋପରେ ୭୮ ପର୍ସେଣ୍ଟ ଓ ଉତ୍ତର ଆମେରିକାରେ ୮୧ ପର୍ସେଣ୍ଟ ଲୋକ ହୋଇଯିବେ ସହରୀ ।

ଜନସଂଖ୍ୟାକୁ ନେଇ ସହରମାନଙ୍କୁ ଟାଉନ୍‌ସିଟି, ମେଟ୍ରୋପଲିସ୍, ମେଗାସିଟି, ମେଗାଲୋପଲିସ୍ ଇତ୍ୟାଦିରେ ନାମକରଣ କରାଯାଏ । ଓଡ଼ିଶାରେ ସହର ଓ ନଗର ଏହି ଦୁଇ ପ୍ରକାର ସହରାଞ୍ଚଳ ରହିଛି । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇଛି । କୋଟିଏ ବା ତଦୂର୍ଦ୍ଧ୍ୱ ଲୋକ ରହୁଥିବା ଅଞ୍ଚଳ, ୫୦ ଲକ୍ଷରୁ ୯୯ ଲକ୍ଷ ଲୋକ ରହୁଥିବା ଅଞ୍ଚଳ, ୧୦ ଲକ୍ଷରୁ ୪୯ ଲକ୍ଷ ଅଞ୍ଚଳ, ୫ ଲକ୍ଷରୁ ୧୦ ଲକ୍ଷ ଅଞ୍ଚଳ ଓ ୧ ଲକ୍ଷ ରୁ ୫ ଲକ୍ଷ ଅଧିବାସୀ ଥିବା ସହର । ଓଡ଼ିଶାରେ ଦଶ ପନ୍ଦର ହଜାର ଲୋକ ଥିବା ବହୁ ଛୋଟ ସହର ଅଛି । ପୃଥିବୀରେ କୋଟିଏରୁ ଅଧିକ ଲୋକ

ବିକଳ୍ପ ବିଶ୍ୱ ୧୨୩