ପୃଷ୍ଠା:Bikalpa Biswa.pdf/୧୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୁବନେଶ୍ୱର, ଗାନ୍ଧୀନଗର ଓ ଚଣ୍ଡୀଗଡ଼ ସହର ରାଜ୍ୟମାନଙ୍କର ରାଜଧାନୀପାଇଁ ପ୍ରତିଷ୍ଠା କରାଯାଇଥିଲା ।

ତେଣୁ ସହରୀକରଣକୁ ନକାରାତ୍ମକ ଦୃଷ୍ଟିରେ ଖେିବାର କୌଣସି ଆବଶ୍ୟକତା ନାହିଁ । କାରଣ ବାସ୍ତବତା ହେଉଛି, ଯେଉଁ ଦେଶରେ ଯେତେ ଅଧିକ ଲୋକ ସହରରେ ରହନ୍ତି ସେ ଦେଶ ସେତିକି ଉନ୍ନତ ଓ ଧନୀ । ସାରା ସିଙ୍ଗାପୁର ଦେଶ ଏକ ବଡ଼ ସହର ଏବଂ ଏଠାରେ ଜଣ ପିଛା ବାର୍ଷିକ ରୋଜଗାର ହେଲା ୩୦ ହଜାର ଡଲାର । ଭାରତରେ କେନ୍ଦ୍ରଶାସିତ ଚଣ୍ଡୀଗଡ଼ ରାଜ୍ୟ ଗୋଟିଏ ବଡ଼ ସହର ମାତ୍ର, କିନ୍ତୁ ଏଠାରେ ମୁଣ୍ଡପିଛା ଆୟ ସବୁଠାରୁ ଅଧିକ । ସେହିପରି ଗୋଆ ଏକ ସହରପ୍ରଧାନ ରାଜ୍ୟ ଏବଂ ଏହାର ଜଣପିଛା ଆୟ ଅନେକ ବଡ଼ ବଡ଼ ରାଜ୍ୟଠାରୁ ଅଧିକ । ଅନ୍ୟ ପକ୍ଷରେ ଓଡ଼ିଶା, ବିହାର, ଉତ୍ତରପ୍ରଦେଶ ଭଳି ରାଜ୍ୟ କେବଳ ସହରୀକରଣରେ ପଛରେ ନାହାନ୍ତି, ମୁଣ୍ଡ ପିଛା ଆୟରେ ମଧ୍ୟ ତଳେ ।

ସହର ଏକ ସାମାଜିକ - ନିରପେକ୍ଷ ଅଞ୍ଚଳ । ସହରମାନଙ୍କରେ ଜାତିବାଦ, ଛୁଆଁଛୁତି, ଅସ୍ପୃଶ୍ୟତା, ରକ୍ଷଣଶୀଳତା ଗାଁ ଅପେକ୍ଷା କମ୍ । ଅଧିକାଂଶ ବୁଦ୍ଧିଜୀବୀ କଳାକାର ସହରରେ ରହୁଥବାରୁ ସହରର ସାଂସ୍କୃତିକ ଜୀବନ ଉନ୍ନତ । ବାଣିଜ୍ୟ, ବ୍ୟବସାୟ, କଳ-କାରଖାନା ସହରକୈନ୍ଦ୍ରିକ ହେବାରୁ ସହର ବହୁ ଲୋକଙ୍କୁ ରୋଜଗାର ସୁବିଧା ଦେଇଥାଏ । କୋର୍ଟ, କଚେରି, ବଡ଼ ଡାକ୍ତରଖାନା, ଶାସନ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ, ଆସେମ୍ଳି, ସମ୍ବାଦପତ୍ର ଓ ମିଡିଆ, ଗବେଷଣା କେନ୍ଦ୍ର ସବୁ ସହରରେ ଥିବାରୁ ସହର ସରକାରଙ୍କ ନୀତି ଓ ଶାସନକୁ ପ୍ରଭାବିତ କରିଥାଏ । ଗ୍ରାମାଞ୍ଚଳର କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟପାଇଁ ସହର ଏକ ବିକ୍ରୀ କେନ୍ଦ୍ରର କାମ କରେ । ସହର ସମ୍ପତ୍ତିର କେନ୍ଦ୍ର ହୋଇଥିବାରୁ ସରକାର ପୁଞ୍ଜନିବେଶପାଇଁ ସହର ସମ୍ବଳ ଉପରେ ନିର୍ଭର କରନ୍ତି । ସହରର ଲୋକେ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ସଚେତନ ଥିବାରୁ ସାମାଜିକ ପରିବର୍ତ୍ତନ, ପରିବେଶ ସୁରକ୍ଷା, ନାରୀ ନିର୍ଯ୍ୟାତନା ଓ ପ୍ରଗତିଶୀଳ କାର୍ଯ୍ୟକ୍ରମରେ ସହଯୋଗ କରନ୍ତି । ସହରରେ ସାକ୍ଷର ଓ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅଧିକ । ଏଠାରେ ଅଜଣା ଅଚିହ୍ନା ଓ ଏକାନ୍ତ ବ୍ୟକ୍ତିଗତ ଜୀବନ ବିତାଇବାର ସୁଯୋଗକୁ କିଛି ଲୋକ ଉପଭୋଗ କରିଥାନ୍ତି ।

ଏସବୁ ସୁଗୁଣ ଛଡ଼ା ସହରୀକରଣର ଅନେକ ଦୁର୍ଗୁଣ ବି ରହିଛି । ପୃଥିବୀର ମାତ୍ର ଦୁଇ ପ୍ରତିଶତ ଜାଗା ସହର ଅଞ୍ଚଳ ହୋଇଥିଲେ ବି ଶତକଡ଼ା ୭୫ ଭାଗ ସମ୍ବଳ ସହର ଖାଇଯାଏ । ଜଣେ ଗ୍ରାମବାସୀ ତୁଳନାରେ ଜଣେ ସହରୀ ନାଗରିକ ୧୦ ଗୁଣ ଅଧିକ ବିଜୁଳି ଓ ପାଣି ଖର୍ଚ୍ଚ କରିଥାନ୍ତି । ହ୍ରଦ, ନ‌ଦୀ, ସମୁଦ୍ରକୁ ସହରରେ ସ୍ଥାପିତ କଳ

ବିକଳ୍ପ ବିଶ୍ୱ ୧୨୫