ପୃଷ୍ଠା:Bikalpa Biswa.pdf/୧୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ କିନ୍ତୁ କାର୍ଯ୍ୟବ୍ୟସ୍ତ ବାପ ମା’ଙ୍କୁ ପିଲାଙ୍କ କଥା ବୁଝିବାକୁ ସମୟ ଅଭାବ । ଯେଉଁ ମା’ମାନେ ଚାକିରିଆ ସେମାନଙ୍କ ଅବସ୍ଥା ଆହୁରି ଖରାପ । ମାଲେସିଆ, ଇଣ୍ଡୋନେସିଆ, ବ୍ରୁନେଇ ଓ ଅନେକ ଧନୀ ଆରବ ଦେଶରେ କାମବାଲୀ ‘ମେଡ୍ ସର୍ଭାଣ୍ଟ’ମାନେ ବିକଳ୍ପ ମାତା ହୋଇ ପିଲା ପାଳନ୍ତି । ଗଲ୍ଫ ଦେଶମାନଙ୍କରେ ଆନ୍ଧ୍ର, ତାମିଲନାଡ଼ୁ, କେରଳ ଓ ଶ୍ରୀଲଙ୍କାରୁ ଝିଅମାନେ ଯାଇ ମା’ଙ୍କ ସ୍ଥାନ ନିଅନ୍ତି । ୟୁରୋପ, ଆମେରିକାରେ ବିକଳ୍ପ ବ୍ୟବସ୍ଥା ଅତି ମହଙ୍ଗା ପଡୁଥିବାରୁ ପିତାମାତା ହେବାପାଇଁ ଆଗ୍ରହ ନଥାଏ । ଜାପାନ୍‌ରେ ‘ରୋବୋ’ ବା କଳ-ମଣିଷଦ୍ୱାରା ଏବେ ଘର କାମ କରାଗଲାଣି । ‘କାର୍ନେଜି ମେଲନ୍ ରୋବଟିକ୍ସ’ ଅନୁଷ୍ଠାନଙ୍କ ରିପୋର୍ଟ ଅନୁସାରେ ୨୦୧୫ ମସିହା ସୁଦ୍ଧା ଘର କାମପାଇଁ ଦୋକାନ ବଜାରରୁ କଳ-ଚାକର, ଚାକରାଣୀ କିଣିବାକୁ ମିଳିବ । ୨୦୨୦ ମସିହା ସୁଦ୍ଧା ବୁଦ୍ଧିଆ ଓ ଅଳ୍ପ ବୁଦ୍ଧିଆ କଳ-ଚାକର ମିଳିବେ । ୨୦୨୫ ମସିହା ସୁଦ୍ଧା ମଟର ଗାଡି ମାର୍କେଟକୁ କଳ-ଚାକର ମାର୍କେଟ୍ ଟପିଯିବ । ଦକ୍ଷିଣ କୋରିଆ ୨୦୧୫ ମସିହା ସୁଦ୍ଧା ପ୍ରତ୍ୟେକ ପରିବାରକୁ କଳ-ଚାକର ବା ଚାକରାଣୀ ଯୋଗାଇ ଦେବାପାଇଁ ଯୋଜନା କରିଛି । ଜାପାନ୍ ସରକାରଙ୍କ ଯୋଜନା ଅନୁସାରେ ଆସନ୍ତା ୫ ବର୍ଷ ଭିତରେ କଳ-ଚାକର ବା ‘ମେସିନ୍ ମେଡ୍ ସର୍ଭାଣ୍ଟ’ ଲକ୍ଷ ଲକ୍ଷ ସଂଖ୍ୟାରେ ଉତ୍ପାଦନ କରାଯାଇ ଘରକାମ, ସ୍ୱାସ୍ଥ୍ୟସେବା, ମନୋରଞ୍ଜନ ଓ ଅର୍ଦ୍ଧସାମରିକ କାମପାଇଁ ଯୋଗାଇ ଦିଆଯିବ । ୟୁରୋପିଆନ୍ ୟୁନିଅନ୍ ସହାୟତାରେ ୫୧୦ ବର୍ଷ ମଧ୍ୟରେ ଔଷଧ ବଟିକାକୁ କ୍ଷୁଦ୍ରତମ ରୋବୋ କରି ଦିଆଯିବ ଓ ଏହି ‘ପିଲ୍‌ରୋବୋ’ ଦେହ ଭିତରେ ପଶି କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଠାବ କରିବେ ଓ ଶରୀର ଭିତରେ ରହି ତା’ର ଚିକିତ୍ସା କରି ସାରି ପ୍ରାକୃତିକ ଭାବରେ ଟଏଲେଟ୍‌କୁ ଚାଲିଯିବେ । ଏହି ଟାବ୍‌ଲେଟ୍‌ରେ ଖଞ୍ଜା ଯାଇଥିବା କୁନି କ୍ୟାମେରା ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇପାରିବ ଏବଂ ଫଳରେ ଅସ୍ତ୍ରୋପଚାର ବା ସର୍ଜରୀ ଆବଶ୍ୟକ ହେବ ନାହିଁ ।

ସୋନି କମ୍ପାନିର ନୂଆ ସ୍ଲୋଗାନ୍ ହେଲା ୨୦୨୦ ସୁଦ୍ଧା “ପ୍ରତ୍ୟେକ ସତ ମଣିଷ ପାଇଁ ଗୋଟିଏ ମିଛ ମେସିନ୍ ମଣିଷ” । ପୋଛା ଲଗାଇବା ଓ ବାସନ ସଫାପାଇଁ ୨୦୦୩ ମସିହାରେ ‘ରୁମ୍ବା’ ନାମକ ୨୦ ଲକ୍ଷ କୁନ-ି ରୋବୋ ବିକ୍ରି ହେବା ଦେଖି ବହୁ ଦେଶୀୟ କମ୍ପାନିମାନେ ଏହାକୁ ଏକ ଅତି ଲାଭଜନକ ବ୍ୟବସାୟ ବୋଲି ବିଚାର କଲେଣି । ‘ୱାଶିଂଟନ୍ ପୋଷ୍ଟ’, ଆମେରିକୀୟ ମହିଳାଙ୍କ ମଧ୍ୟରେ ‘ରୁମ୍ବା’ର ଲୋକପ୍ରିୟତାକୁ ଅଭୂତପୂର୍ବ ‘ରୁମ୍ବା-ପ୍ରେମ’ ବୋଲି ବର୍ଣ୍ଣନା କରିଛନ୍ତି । ଛୋଟ ରୋବୋକୁ କୁହାଯାଏ ‘ମାଇକ୍ରୋଟ’ । ମଣିଷ-ମଣିଷ ମଧ୍ୟରେ ସ୍ନେହ ଓ ପ୍ରେମ କମିଯିବା ସଙ୍ଗେସଙ୍ଗେ

୧୨୮ ବିକଳ୍ପ ବିଶ୍ୱ