ପୃଷ୍ଠା:Bikalpa Biswa.pdf/୧୨୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଣିଷ-ମାଇକ୍ରୋଟ୍ ପ୍ରେମ ବଢ଼ିଯିବାରେ ଲାଗିଲାଣି । ୨୦୪୬ ସୁଦ୍ଧା ରୋବୋକୁ ନାଗରିକ ଅଧିକାର ମିଳିଯିବ ବୋଲି ଆଶା କରାଯାଉଛି । ମାନବ ଅଧିକାରବାଦୀମାନେ ବି ଏ ବିଷୟରେ ବିଚାର ଆରମ୍ଭ କଲେଣି ।

ଘରକାମ ଛଡ଼ା ପିଲା ପାଳିବାପାଇଁ ମଧ୍ୟ ଏବେ ବିକଳ୍ପ ମାତା ପିତା ବଜାରରେ ମିଳିଲେଣି । କାଲିଫର୍ଣ୍ଣିଆ ଉପସାଗରୀୟ ଅଞ୍ଚଳରେ ଡବଲ୍ ଚାକିରିଆ, ଧନୀ ପରିବାରମାନେ ପିଲାଙ୍କୁ ଶୁଆଇବାପାଇଁ ଏବେ ସ୍ଲିପିଙ୍ଗ୍ କନ୍‌ସଲ୍ଟାଣ୍ଟ ରଖୁଛନ୍ତି । ପିଲାକୁ ପେଟେଇବା, ଗୁରୁଣ୍ଡିବା ଶିଖାଇବାପାଇଁ ଏବେ ପଇସା ଖର୍ଚ୍ଚ କରି ‘ଗୁରୁଣ୍ଡି’ ବିଶେଷଜ୍ଞମାନଙ୍କୁ ଡକାଯାଉଛି । ତିନି ଶହ ଡଲାର (୧୪୦୦୦ ଟଙ୍କା) ଦେଲେ ମାସକୁ ଥରେ ପିଲାଙ୍କ ବାଳ କାଟିବା, ଉକୁଣି କାଢ଼ିବା ଓ ବେଣୀ ବାନ୍ଧିବାପାଇଁ ବିକଳ୍ପ ମାତା ମିଳୁଛନ୍ତି । ନ୍ୟୁୟର୍କ ମାଗାଜିନ୍‌ର ଏକ ରିପୋର୍ଟ ଅନୁସାରେ ଅଶୀ ହଜାର ଡଲାର (୩୮ ଲକ୍ଷ ଟଙ୍କା) ଖର୍ଚ୍ଚ କଲେ ବିକଳ୍ପ ‘ଗର୍ଭ’ ମିଳିଯାଉଛି । ଯେଉଁ ମହିଳାଙ୍କର ଆୟ ଅଧିକ ସେ ଏହି ଉପାୟଦ୍ୱାରା ଗର୍ଭଧାରଣ କଷ୍ଟରୁ ରକ୍ଷା ପାଇଯାଉଛନ୍ତି । ୩୭୦୦ ଡଲାରରେ ଛୋଟ ପିଲାଙ୍କପାଇଁ ‘ପଟି’ (ପାଇଖାନା) ଟ୍ରେନର୍ ମିଳିଯାଉଛନ୍ତି । ରାତିରେ ଶିଶୁ ଶେଯରେ ପରିସ୍ରା ନ କରିବା ଟ୍ରେନିଂପାଇଁ ଟ୍ରେନର୍‌ମାନେ ନେଉଛନ୍ତି ସପ୍ତାହକୁ ୩୦୦ ଡଲାର । ଆଙ୍ଗୁଠି ଚୁଚୁମିବା ଅଭ୍ୟାସ ବଳାଇବାପାଇଁ ବିକଳ୍ପ ମାତାଙ୍କ ରେଟ୍ ହେଲା ୪୩୦୦ ଡଲାର (ଲକ୍ଷେ ନବେ ହଜାର ଟଙ୍କା) । ‘ବେବି-ନର୍ସ ଦାମ୍ ହେଲା ଦିନକୁ ୪୦୦ ଡଲାର । ବେବି ସିଟିଂପାଇଁ ସପ୍ତାହକୁ ଖର୍ଚ୍ଚ ୮୨୫ ଡଲାର । ପିଲାଙ୍କୁ ଆଚାର ବ୍ୟବହାର ଶିଖାଇବାପାଇଁ ୨ ଘଣ୍ଟାକୁ ଖର୍ଚ୍ଚ ୨୦୦ ଡଲାର । ବଜାରକୁ ନେଇ ମନ ମୁତାବକ ଡ୍ରେସ୍ କିଣିବାରେ ସାହାଯ୍ୟପାଇଁ ଦିନକୁ ୩୫୦ ଡଲାର । ସାଇକେଲ୍ ଶିଖାଇ ଦେବାପାଇଁ ପ୍ରତି ଘଣ୍ଟାକୁ ୧୩୦ ଡଲାର । ଶିଙ୍ଘାଣି ପୋଛା, କାନଗୁଆ କାଢ଼ିବାପାଇଁ ଥରକୁ ୫୦ ଡଲାର । ପିଲାଙ୍କ ହୋମ୍‌ୱର୍କପାଇଁ ଘଣ୍ଟାକୁ ୧୧୦ ଡଲାର । ପିଲାଙ୍କୁ ପାଖରେ ବସାଇ କଥା ହେବାକୁ ପ୍ରତି ଦୁଇ ଘଣ୍ଟାପାଇଁ ୧୪୯ ଡଲାର ।

କାରଣ ଏବେ ଚାକିରିଆ ବାପ ମା’ଙ୍କୁ ପିଲାଙ୍କ ପାଖରେ ବସି କଥା ହେବାକୁ ସମୟ ନାହିଁ । ‘କିଡ଼୍‌ସ୍ ଚାଓ’ କମ୍ପାନି ସ୍କୁଲ ପିଲାଙ୍କପାଇଁ ମଧ୍ୟାହ୍ନ ଭୋଜନ/ ଲଞ୍ଚ ପ୍ୟାକେଟ୍ କରି ସ୍କୁଲରେ ପହଞ୍ଚାଇ ଦେଉଛନ୍ତି । ବିଭିନ୍ନ ଦେଶରେ ଏଇ କମ୍ପାନି ଶାଖା ଖୋଲିଲାଣି । ମା’ମାନେ ସୌନ୍ଦର୍ଯ୍ୟ ରକ୍ଷାପାଇଁ ପିଲାଙ୍କୁ ସ୍ତନ୍ୟପାନ ନ କରାଇ ଥରକୁ ୫୦ ଡଲାର ଦେଇ ଭଡ଼ାରେ ଅନ୍ୟ ମହିଳାଙ୍କଦ୍ୱାରା ସ୍ତନ୍ୟ ପାନ କରାଉଛନ୍ତି । ପ୍ରାୟ ୩୦ ବର୍ଷ ହେଲା ଟେଷ୍ଟଟ୍ୟୁବ୍ ମଧ୍ୟ କେତେକାଂଶରେ ମା’ଙ୍କ ସ୍ଥାନ ନେଇ ସାରିଲାଣି । ଇଂଲଣ୍ଡର ଲେସ୍ଲି ବ୍ରାଉନ୍ ଓ ସ୍ୱାମୀ ଜନ୍‌ଙ୍କ ଟେଷ୍ଟଟ୍ୟୁବ୍ ଝିଅ ‘ଲୁଇସ୍’ର ପିଲା ହୋଇ ସାରିଲାଣି । କିଛି ଦିନ

ବିକଳ୍ପ ବିଶ୍ୱ ୧୨୯