ପୃଷ୍ଠା:Bikalpa Biswa.pdf/୧୩୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଇସା ଏକଜୁଟ କରି କିଟି ପାର୍ଟି ବଦଳରେ ପଟି ପାର୍ଟି କରି ପଟି ଟ୍ରେନିଂ ନେଉଛନ୍ତି । କିନ୍ତୁ ବାପ ମା’ଙ୍କର ପିଲାଙ୍କପାଇଁ ଯେଉଁ ଗୁଣାତ୍ମକ ସମୟ ବା କ୍ୱାଲିଟି ଟାଇମ୍ ଦରକାର ତା’ର କୌଣସି ବିକଳ୍ପ ନାହିଁ । ବିଶେଷକରି ପିଲାଙ୍କ ଉପରେ ମା’ଙ୍କର ପ୍ରଭାବ ସବୁଠାରୁ ଅଧିକ । ଦୁର୍ଭାଗ୍ୟବଶତଃ ମା’ ପିଲାଙ୍କପାଇଁ ଯେତିକି ସମୟ ଦିଅନ୍ତି, ସରକାର ଓ ସମାଜ ତା’କୁ ‘କାମ’ର ମର୍ଯ୍ୟଦା ଦିଏ ନାହିଁ । ଏ କାମ ହିସାବ କରାଯାଏ ନାହିଁ, ଏହାର ମୂଲ୍ୟାଙ୍କନ ହୁଏ ନାହିଁ । ଶିଶୁପାଳନ ସବୁଠାରୁ କଷ୍ଟକର କର୍ମ ଓ ତେଣୁ ଏହାକୁ ‘ସାମାଜିକ ପୁନର୍ଜୀବନ’ କର୍ମ ବୋଲି କୁହାଯାଉଛି । ଯେଉଁ ପରିବାର ଓ ସମାଜର ଶିଶୁପ।ଇଁ ସମୟ ନଥାଏ, ସେ ପରିବାର ଓ ସମାଜ ବେଶୀ ଦିନ ବଞ୍ଚି ରହିପାରେ ନାହିଁ । ଏବେ ଅନେକ ଉନ୍ନତ ଦେଶମାନଙ୍କରେ ପିଲା ପାଳୁଥିବ। ମା’ମାନଙ୍କୁ ଅଧିକ ଛୁଟି, ଘରେ ରହି ଅଫିସ୍ କାମ କରିବାର ସୁବିଧା ଓ ସ୍ୱତନ୍ତ୍ର ଭତ୍ତା ଦିଆଯାଉଛି । ବାପାମାନଙ୍କୁ ଘରେ ରହି ଅଫିସ୍ କାମ କରିବାର ସୁବିଧା ଓ ସ୍ୱତନ୍ତ୍ର ଭତ୍ତା ଦିଆଯାଉଛି । ଯେଉଁ ବାପାମାନେ ଘରେ ରହି ପିଲାଙ୍କ କଥା ବୁଝିବେ, ସେମାନଙ୍କୁ ପାଟର୍ନିଟି ଲିଭ୍ ଓ ଆଲାଉନ୍‌ସ ମିଳୁଛି । ବିଶ୍ୱରେ ବିକଳ୍ପ ପିତା ମାତାଙ୍କର ସଂଖ୍ୟା ଯେତିକି ବଢ଼ିବ, ଆମ ପିଲାଏ ପ୍ରକୃତ ପିତା ମାତାଙ୍କ ସାନ୍ନିଧ୍ୟ ହରାଇ ସେତିକି ଏକୁଟିଆ ହୋଇଯିବେ, ମାନବୀୟ ମୂଲ୍ୟବୋଧ ପ୍ରତି ସମ୍ବେଦନଶୀଳତା ହରାଇବେ, ନିଜେ ବଡ଼ ହେଲେ ପିତାମାତାଙ୍କ ଦାୟିତ୍ୱ ତୁଲାଇବାରେ ଅସମର୍ଥ ହେବେ, ସାମାଜିକ ସମ୍ପର୍କର ଗୁରତ୍ୱ ବୁଝିପ।ରିବେ ନାହିଁ । ନିଜ ସୁଖକୁ ପ୍ରାଧାନ୍ୟ ଦେବେ ଏବଂ ଉତ୍ତମ ନାଗରିକ ଭାବରେ ନିଜକୁ ପ୍ରସ୍ତୁତ କରିପାରିବେ ନାହିଁ । ଆମ ଦେଶର ପରିବାର କଲ୍ୟାଣ, ଶିଶୁପାଳନ ନୀତିର ପୁନର୍ବିଚାର କରିବାର ସମୟ ଏବେ ଆସିଛି ।

୫ ଏପ୍ରିଲ୍, ୨୦୦୭

ବିକଳ୍ପ ବିଶ୍ୱ ୧୩୧