ପୃଷ୍ଠା:Bikalpa Biswa.pdf/୧୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥନୀତିକୁ ଓଲଟ ପାଲଟ କରିଦେବେ । ଏମାନଙ୍କ ମଧ୍ୟରୁ କୋରିଆ ଓ ମେକ୍ସିକୋର ଆୟ; ଜର୍ମାନୀ, ଫ୍ରାନ୍‌ସ, ଇଟାଲୀ, ଜାପାନ୍ ଓ ଇଂଲଣ୍ଡଠାରୁ ଅଧିକ ହେବ । ବିଶ୍ୱର ୨୫ଟି ବୃହତ୍ତମ ମହାନଗରୀ ମଧ୍ୟରୁ ୨୦ଟି ମହାନଗରୀ ରହିବେ ଉପରୋକ୍ତ ୧୫ଟି ଦେଶରେ ।

ଏହାଛଡ଼ା ୨୦୧୫ ମସିହା ବେଳକୁ ଏହି ୧୫ଟି ଦେଶର ପ୍ରାୟ ୧୦୦ କୋଟି ଲୋକଙ୍କର ଜଣ ପିଛା ବାର୍ଷିକ ଆୟ ୩୦୦୦ ଡଲାର ବା ୧୪୦ ହଜାର ଟଙ୍କାକୁ ଅତିକ୍ରମ କରିଯିବ । ଯାହାଙ୍କର ମୁଣ୍ଡପିଛା ବାର୍ଷିକ ଆୟ ୩୦୦୦ ଡଲାରରୁ ଅଧିକ, ବିକାଶଶୀଳ ଦେଶରେ ସେମାନଙ୍କୁ ମଧ୍ୟବିତ୍ତ ଶ୍ରେଣୀ ବା ମିଡଲ କ୍ଲାସ୍ ବୋଲି କୁହାଯାଏ । ଏବେ ଭାରତରେ ହାରାହାରି ମୁଣ୍ଡପିଛା ବାର୍ଷିକ ଆୟ ୧୧୭୯୯ ଟଙ୍କା । ୨୦୨୫ ସୁଦ୍ଧା ଏହି ଆୟ ୪ ଗୁଣ ବଢ଼ଯିବ । ୧୫ ବର୍ଷ ଭିତରେ ଭାରତର ମଧ୍ୟବିତ୍ତ ଶ୍ରେଣୀଙ୍କର ମୁଣ୍ଡପିଛା ଆୟ ୩୦୦୦ ଡଲାରରେ ପହଞ୍ଚିବ । ଆମ ଦେଶରେ ପ୍ରାୟ ୩୦ କୋଟି ମଧ୍ୟବିତ୍ତ ଅଛନ୍ତି । ମଧ୍ୟବିତ୍ତ ସଂଖ୍ୟା ବଢ଼ିବ । ସଙ୍ଗେସଙ୍ଗେ ଗରିବ ଲୋକଙ୍କ ସଂଖ୍ୟା କମିବ ଏବଂ ଗରିବଙ୍କ ସଂଖ୍ୟା ହ୍ରାସ ହେବା ଫଳରେ ଦେଶର ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । କିନ୍ତୁ ଏହି ପ୍ରକ୍ରିୟା ମନକୁ ମନ ଚାଲିବ ନାହିଁ । ରାଜନୈତିକ ସ୍ଥିରତା, ଅର୍ଥନୈତିକ ସଂସ୍କାର, ସାମାଜିକ ନିରାପତ୍ତା, ଉତ୍ପାଦନ ବୃଦ୍ଧି, ସୁଷମ ବଣ୍ଟନ ଓ ଶାନ୍ତି ଉପରେ ଏହା ନିର୍ଭର କରିବ । ଗତ ୧୦ବର୍ଷ ହେଲା ଭାରତୀୟ ଅର୍ଥନୀତିର ବେଗ ଯଦି ଆଉ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ, ତେବେ ଭାରତକୁ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବାରୁ କେହି ବିଚ୍ୟୁତ କରିପାରିବେ ନାହିଁ ।

ଏହି ଭବିଷ୍ୟତ ବାଣୀ ଜ୍ୟୋତିଷମାନଙ୍କ ମୁଖ ନିଃସୃତ ନୁହେଁ । ଏହା ବିଶେଷଜ୍ଞମାନଙ୍କ ଗବେଷଣା ଓ ଅନୁଧ୍ୟାନ ଉପରେ ଆଧାରିତ । ୨୦୩୫ ରୁ ୨୦୫୦ ମସିହା ମଧ୍ୟରେ ବିଭନ୍ନ ଦେଶରେ ଥିବା ଜନସଂଖ୍ୟାର ସ୍ୱରୂପ ଓ ଚରିତ୍ର, ସେମାନଙ୍କର ସାକ୍ଷରତା ହାର, ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ଏବଂ ଜ୍ଞାନ-କୌଶଳର ପରିସ୍ଥିତିରୁ ଏହା ଜଣାପଡ଼ିବ । ୨୦୫୦ ମସିହା ବେଳକୁ କେଉଁ ଦେଶରେ କେତେ ଲୋକ ସମର୍ଥ ଓ କାର୍ଯ୍ୟକ୍ଷମ ରହିବେ; କେତେ ପିଲା, କେତେ ବୁଢ଼ା, କେତେ ରୁଗ୍‌ଣ, କେତେ ବେକାର, କେତେ ଗରିବ ଓ କେତେ ଧନୀ ଲୋକ ସେ ଜନସଂଖ୍ୟାରେ ଥିବେ; ଦେଶର ମାଟି, ପାଣି, ପବନ ଓ ପରିବେଶର ଅବସ୍ଥା କିପରି ଥିବ; ପଡେ଼ାଶୀ ଦେଶମାନଙ୍କ ସହ ଶାନ୍ତି ଓ ସଦ୍‌ଭାବ ଏବଂ ଦେଶ ଭିତରେ ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟଙ୍କ ମଧ୍ୟରେ ବୁଝାମଣା, ମହିଳାମାନଙ୍କ ଅବସ୍ଥା ଏବଂ ସର୍ବୋପରି ଗାଣତାନ୍ତ୍ରିକ ବ୍ୟବସ୍ଥା ଓ ଦୁର୍ନୀତିମୁକ୍ତ ଶାସନ

୧୩୪ ବିକଳ୍ପ ବିଶ୍ୱ