ପୃଷ୍ଠା:Bikalpa Biswa.pdf/୧୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଣାଳୀ ଥିବ କି ନାହିଁ; ତା ଉପରେ ଏହି ବିକାଶର ଗତି ନିର୍ଭର କରିବ ।

କେବଳ କାର୍ଯ୍ୟକ୍ଷମ ଜନସଂଖ୍ୟାକୁ ବିଚାର କଲେ - ବ୍ରାଜିଲ୍, ରୁଷିଆ, ଇଣ୍ଡିଆ ଓ ଚାଇନା (‘ବ୍ରିକ୍’) ମଧ୍ୟରେ ଆମ ଦେଶର କ୍ଷମତା ୨୦୫୦ ବେଳକୁ ଅନ୍ୟମାନଙ୍କ ଅପେକ୍ଷା ଉପରେ ଥିବ । ୧୫ ରୁ ୫୯ ବର୍ଷ ମଧ୍ୟରେ ଥିବା ଅବସ୍ଥାକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନକ୍ଷମ ବୟସ ବୋଲି ଧରାଯାଏ । ୨୦୫୦ ମସିହାରେ ଏହି ବୟସର ଲୋକେ ଚୀନ୍‌ରେ ଥିବେ ପ୍ରତି ଶହେ ଜଣରେ ମାତ୍ର ୫୨ ଜଣ । ‘ଜି-ଛଅ’ ଦେଶରେ ଥିବେ ଶତକଡ଼ା ୫୩ ଜଣ । ରୁଷିଆରେ ଥିବେ ୫୪ ଜଣ ଓ ବ୍ରାଜିଲ୍‌ରେ ଥିବେ ୫୬ ଜଣ ଏବଂ ସବୁଠାରୁ ବେଶି କାର୍ଯ୍ୟକ୍ଷମ ଓ ଉତ୍ପାଦନକ୍ଷମ ଲୋକ ଥିବେ ଭାରତରେ - ପ୍ରତି ଶହେ ଜଣରେ ୬୦ (ଷାଠିଏ) ଜଣ । ଏହି କାରଣରୁ କୁହାଯାଇଛି ଯେ ଯଦି ଅନ୍ୟାନ୍ୟ ସହାୟକ ସ୍ଥିତି ଅନୁକୂଳ ରହେ, ଭାରତ ୨୦୫୦ ମସିହାରେ ବିଶ୍ୱର ଦ୍ୱିତୀୟ ମହାଶକ୍ତି ହୋଇ ଠିଆ ହେବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ । ତେଣୁ ଏବକାର ‘ଜି-ଛଅ’ର ସ୍ୱରୂପ ୨୦୫୦ରେ ନାଟକୀୟ ଭାବରେ ବଦଳିଯିବ । ସେତେବେଳେ ଯେଉଁ ଛଅଟି ବଡ଼ ଅର୍ଥନୈତିକ ଶକ୍ତି ଭାବେ ଉଭା ହେବେ - ସେମାନେ ହେଲେ ବ୍ରାଜିଲ୍, ଇଣ୍ଡିଆ, ରୁଷିଆ, ଚାଇନା, ଜାପାନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା । ଜର୍ମାନୀ, ଇଂଲଣ୍ଡ, ଫ୍ରାନ୍‌ସ, ଇଟାଲୀ ଓ କାନାଡ଼ା ଏହି ଗ୍ରୁପ୍‌ରୁ ବାଦ୍ ପଡ଼ିବେ ।

ତେବେ ‘ଗୃପ୍ ଛଅ’ ସଭ୍ୟ ହୋଇଗଲେ ବି ଭାରତ ଅର୍ଥନୈତିକ ଦୃଷ୍ଟିରୁ ଆମେରିକା ସମକକ୍ଷ ହୋଇ ପାରିବ ନାହିଁ । କାରଣ ୨୦୫୦ରେ ଆମେରିକାରେ ମୁଣ୍ଡପିଛା ହାରାହାରି ଆୟ ବଢ଼ିଯାଇ ଅଶୀହଜାର ଡଲାରରେ ପହଞ୍ଚିବ । ଦକ୍ଷିଣ କୋରିଆରେ ଏହା ହେବ ୮୧,୪୬୨ ଡଲାର, ମେକ୍ସିକୋରେ ୫୨,୯୯୦ ଡଲାର । ତେଣୁ ‘ବୃହତ୍ ଅର୍ଥନୀତି’ ଓ ମୁଣ୍ଡପିଛା ଆୟ ଦୁଇଟି ଅଲଗା କଥା । ବ୍ୟକ୍ତିଗତ ଆୟ ବଢ଼େଇବାକୁ ହେଲେ ଭାରତକୁ ଆହୁରି ପରିଶ୍ରମ ଓ ସମୟ ଲାଗିବ । ପ୍ରତ୍ୟେକ ବ୍ୟକ୍ତିଙ୍କପାଇଁ ମନପସନ୍ଦ ସୁଯୋଗ ସୃଷ୍ଟି କରିବାକୁ ହେବ । ସୋସିଆଲ ସେକ୍ଟର ବା ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରିବାକୁ ହେବ, ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ସଜାଡ଼ିବାକୁ ହେବ - ଇତ୍ୟାଦି । ଅପରପକ୍ଷରେ ଯେଉଁ ସବୁ ଦେଶରେ ମୁଣ୍ଡପିଛା ଆୟ ଦୃତଗତିରେ ବଢ଼େ ତାହାର ପ୍ରଭାବ ପରିବେଶ ଉପରେ ପଡ଼େ । ଲୋକେ ଅଧିକ ମୋଟରଗାଡ଼ି, ଅଧିକ ପେଟ୍ରୋଲ୍, ଅଧିକ ବିଜୁଳି, ଅଧିକ ଜଳ, ଅଧିକ ଖାଉଟି ଦ୍ରବ୍ୟ ବ୍ୟବହାର କରନ୍ତି । ଅଧିକ ପ୍ରଦୂଷଣ କରନ୍ତି । ତେଣୁ ସବୁ ଉନ୍ନତ ଦେଶରେ ପ୍ରଦୂଷଣ ବେଶି । ତେଣୁ ପଞ୍ଚଦଶକରେ ପ୍ରଥମ ଶ୍ରେଣୀ ଦେଶ ଭାବେ ଗଣା ହେବା ଚେଷ୍ଟାରେ

ବିକଳ୍ପ ବିଶ୍ୱ ୧୩୫