ପୃଷ୍ଠା:Bikalpa Biswa.pdf/୧୩୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱାର୍ଥକୁ ଉଚ୍ଚ ସ୍ଥାନ ଦେଉଥିବାରୁ ଓ ବିଭିନ୍ନ ରାଷ୍ଟ୍ରରେ ସରକାରଙ୍କ କ୍ରମାଗତ ଅପାରଗତାଯୋଗୁଁ ଏହିଭଳି ସଂସ୍ଥା ସବୁ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି ଏବଂ ବିକାଶମୂଳକ କାର୍ଯ୍ୟପାଇଁ ଏଭଳି ସଂସ୍ଥା ବିଭିନ୍ନ ଦେଶର ସରକାରଙ୍କ ଉପରେ ଚାପ ଦେଉଛନ୍ତି । ଉାହରଣ ସ୍ୱରୂପ ଓଡ଼ିଶା ସରକାର ବିଭିନ୍ନ ଯୋଜନାପାଇଁ ବରାଦ ଅର୍ଥର ୫୦ ଭାଗରୁ ଅଧିକ ଖର୍ଚ୍ଚ କରିପାରନ୍ତି ନାହିଁ । ତା’ମଧ୍ୟରୁ ଅଧାରୁ ଅଧିକ ଅର୍ଥ ଲୋକଙ୍କ ପାଖରେ ନ ପହଞ୍ଚି ବାଟମାରଣା ହୋଇଯାଏ । କେନ୍ଦ୍ରସରକାର ମଧ୍ୟ ନିଜେ ସୃଷ୍ଟି କରିଥବା ନିୟମ କାନୁନ୍‌ଦ୍ୱାରା ବାନ୍ଧି ହୋଇପଡ଼ିବ।ରୁ ସେଥିରୁ ମୁକୁଳିବା ପାଇଁ ରେଜିଷ୍ଟ୍ରେଡ୍ ସୋସାଇଟି ଗଢ଼ି ସେମାନଙ୍କ ଜରିଆରେ ଯୋଜନା ସବୁ କାର୍ଯ୍ୟକାରୀ କରନ୍ତି । ଏ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ନିଜ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ସୋସାଇଟି ଗଢ଼ି ସାରିଲେଣି । କାରଣ ସୋସାଇଟିରେ ଅଙ୍କୁଶ ଓ ନିୟନ୍ତ୍ରଣ କମ୍ ଏବଂ କାମ କରିବାପାଇଁ ସ୍ୱାଧୀନତା ବେଶି ।

ସାରା ବିଶ୍ୱରେ ଭଲ୍ୟୁଣ୍ଟାରି ସେକ୍ଟର ଉପରେ କ୍ରମାଗତ ନିର୍ଭରଶୀଳତାର ଯେଉଁ କେତେକ ଖାସ୍ କାରଣ ରହିଛି, ସେଗୁଡିକ ହେଲା ଏହିପରି - (୧) ଏମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରିଥାନ୍ତି । (୨) ଲୋକଙ୍କଦ୍ୱାରା, ଲୋକଙ୍କ ସହ, ଲୋକଙ୍କପାଇଁ କାମ କରିବା ସହିତ ଅନ୍ୟାୟ, ଶୋଷଣ ବିରୋଧରେ ସେମାନଙ୍କୁ ଏକଜୁଟ କରନ୍ତି । (୩) ସାମାଜିକ ଓ ଆର୍ଥିକ ପରିବର୍ତ୍ତନପାଇଁ ନୂଆ ଉପାୟ ଓ ବିଚାରଧାରା ପ୍ରୟୋଗ କରନ୍ତି । (୪) ପ୍ରଶାସନିକ ଖର୍ଚ୍ଚ କମ୍ କରି ପ୍ରୋଗ୍ରାମ୍ ଖର୍ଚ୍ଚ ଅଧିକ କରନ୍ତି । (୫) ଲୋକଶକ୍ତିରେ ଆସ୍ଥା ରଖନ୍ତି । (୬) କର୍ମଚାରୀ ନ ହୋଇ ‘କର୍ମୀ’ ଭାବରେ ରହନ୍ତି । (୭) କାମରେ ଦୃଢ଼ ମନୋବଳ, ନୈତିକତା ଓ ନିଷ୍ଠା ଦେଖାନ୍ତି ଓ ରାଜନୀତି, ଲାଭ ଓ ଲୋଭରୁ ଦୂରରେ ରହନ୍ତି । (୮) କର୍ମୀମାନେ ନିଜ କର୍ମ କ୍ଷେତ୍ରରେ ବିଶେଷଜ୍ଞ । (୯) ସରକାରଙ୍କ ସହ ସହଯୋଗ କରନ୍ତି, କିନ୍ତୁ ଭିନ୍ନ ମତ ବି ଦିଅନ୍ତି । (୧୦) ଏଠାରେ କାମ ଅଧିକ ହେଲେ ବି ବ୍ୟକ୍ତିଗତ ଆୟ, ସୁଖସୁବିଧା, ଭତ୍ତା ଇତ୍ୟାଦିପାଇଁ ଧର୍ମଘଟ, ଆନ୍ଦୋଳନ, କାମବନ୍ଦ ହୁଏ ନାହିଁ । ସମସ୍ତେ ଏକାଠି ବସି ନିଷ୍ପତ୍ତି ନିଅନ୍ତି । ଆତ୍ମନିର୍ଭରଶୀଳ ହେବାପାଇଁ ଚେଷ୍ଟା କରନ୍ତି ।

ସ୍ୱେଚ୍ଛାସେବୀ ମାଧ୍ୟମରେ ବିଭିନ୍ନ ପ୍ରଗତିମୂଳକ କାମପାଇଁ ଅର୍ଥ କେଉଁଠୁ ଆସେ ? ସବୁଠାରୁ କମ୍ ଅର୍ଥ ଦିଅନ୍ତି ସରକାର ଓ ସବୁଠୁ ଅଧିକ ଅର୍ଥ ଦାନ କରନ୍ତି ଲୋକେ । ଏବଂ ଭାରତର ସବୁ ରାଜ୍ୟ ସରକାରଙ୍କ ତୁଳନାରେ ଓଡ଼ିଶା ସରକାର ସବୁଠାରୁ କମ୍ ଅନୁଦାନ ଦିଅନ୍ତି । ଅନେକ ସ୍ୱେଚ୍ଛାସେବୀ ସଂସ୍ଥା, ସରକାରଙ୍କଠାରୁ କୌଣସି ଅନୁଦାନ ନ

ବିକଳ୍ପ ବିଶ୍ୱ ୧୩୯