ପୃଷ୍ଠା:Bikalpa Biswa.pdf/୧୪୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହିଳାଙ୍କ ସଂଖ୍ୟା ଅବିବାହିତା ମହିଳାଙ୍କ ଅପେକ୍ଷା କମ୍ ହୋଇଗଲାଣି । ଛାଡ଼ପତ୍ର ସଂଖ୍ୟା ବଢ଼ିଯିବାରୁ ଗତ ୧୦ ବର୍ଷ ମଧ୍ୟରେ ଏକାକୀ ମାତା, ଏକାକୀ ପିତାଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ବିବାହ ଓ ପରିବାରକୁ କିପରି ରକ୍ଷା କରାଯିବ - ଏ ବିଷୟରେ ବିଭିନ୍ନ ଦେଶର ରାଜନୈତିକ ଦଳମାନେ ବିଚାର ଆଲୋଚନା ଆରମ୍ଭ କଲେଣି । ନିଉୟର୍କ ଟାଇମ୍‌ସ ଓ ସେନ୍‌ସସ୍ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୦୫ ମସିହାରେ ଆମେରିକାର ଶତକଡ଼ା ୫୨ ଭାଗ ଲୋକ ବିବାହ ଓ ପରିବାର ପରିସର ବାହାରେ ଥିଲେ । ଏ ଦେଶର ୧୧ କୋଟି ‘ହାଉସ୍‌ହୋଲ୍‌ଡ’ରୁ ପ୍ରାୟ ଅର୍ଦ୍ଧେକ ଘରେ ପିଲା ଥାଆନ୍ତି । ୫୧ ଭାଗ ମହିଳା ବିବାହ କରିନାହାନ୍ତି ।

ଜାପାନ୍, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ୟୁରୋପର ଅନେକ ଦେଶର ଅବସ୍ଥା ମଧ୍ୟ ପ୍ରାୟ ଏହିପରି । କୋରିଆ ମହିଳାମାନଙ୍କର କ୍ରମବଦ୍ଧିର୍ଷ୍ଣୁ ବିବାହ-ଅନିଛାଯୋଗୁଁ ପୁରୁଷମାନେ ଦଲାଲ ଓ ମଧ୍ୟସ୍ଥଙ୍କ ସହାୟତାରେ ଚାଇନା, ଭିଏତ୍‌ନାମ, ମଙ୍ଗୋଲିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ଇଣ୍ଡୋନେସିଆ, କମ୍ବୋଡିଆ ଓ ଉଜବେକିସ୍ଥାନରୁ କନ୍ୟା ଆଣି ବାହା ହେଉଛନ୍ତି । ଭାରତର ଗ୍ରାମାଞ୍ଚଳରେ କମ୍ ବୟସ୍କ କନ୍ୟା ବିବାହ (୪୫ ପ୍ରତିଶତ) ଏକ ପ୍ରଧାନ ସମସ୍ୟା ହୋଇଥିଲା ବେଳେ, ଧନୀ ଦେଶମାନଙ୍କରେ ବିଳମ୍ବ-ବିବାହ ଏକ ବହୁଚର୍ଚ୍ଚିତ ସାମାଜିକ ସମସ୍ୟା । ଯେଉଁମାନେ ବାହା ହେଉଛନ୍ତି ପିଲା ଜନ୍ମ ପାଇଁ ପଛାଉଛନ୍ତି । ଫଳରେ ମାତୃତ୍ୱ ବୟସ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ଇଂଲଣ୍ଡରେ ୧୯୯୫ ମସିହାରେ ୪୫ ବର୍ଷ ମଧ୍ୟରେ ପ୍ରଥମ ସନ୍ତାନକୁ ଜନ୍ମ ଦେଉଥିବା ମହିଳାଙ୍କ ସଂଖ୍ୟା ଯେତିକି ଥିଲା, ୨୦୦୬ ମସିହାରେ ସେ ସଂଖ୍ୟା ବଢ଼ି ଦ୍ୱିଗୁଣିତ ହୋଇଯାଇଛି । ଏବେ ନୂଆ ପୋପ୍ ଭେନେଡ଼ିକ କ୍ୟାଥଲିକ ମହିଳାମାନଙ୍କୁ ସମାଜର ନିରାପତ୍ତା ଓ କଲ୍ୟାଣପାଇଁ ଅଧିକ ସନ୍ତାନ ପ୍ରସବ କରିବାପାଇଁ ଉପଦେଶ ଦେଇଛନ୍ତି ଏବଂ ଭାଙ୍ଗି ଯାଉଥିବା ପରିବାର ବ୍ୟବସ୍ଥା ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ହଂକଂ ରାଜ୍ୟରେ ଅତି କମ୍‌ରେ ପରିବାରରେ ୩ଟି ସନ୍ତାନପାଇଁ ସରକାର ଲୋକଙ୍କୁ ଉତ୍ସାହିତ କରିବାକୁ ଦ୍ୱିତୀୟ ଓ ତୃତୀୟ ସନ୍ତାନ ଜନ୍ମପାଇଁ ୫୦ ହଜାର ଡଲାର ଦେଉଛନ୍ତି । ଏହାର ପ୍ରଥମ କାରଣ ହେଲା ଅନେକ ମହିଳା ଘର ଜଞ୍ଜାଳରେ ବାନ୍ଧି ନ ହୋଇ ବାହାରେ କାମ କରିବାକୁ ପସନ୍ଦ କରୁଛନ୍ତି । ତେଣୁ ଚାକିରି, ବ୍ୟବସାୟ ଓ କ୍ୟାରିୟର ପାଇଁ ବିବାହ, ଗର୍ଭଧାରଣ, ଶିଶୁ ପାଳନକୁ ଅଡ଼ୁଆ ବୋଲି ଭାବୁଛନ୍ତି । ବିବାହିତ ମହିଳାଙ୍କ ପ୍ରତି ପରିବାର ଓ ସ୍ୱାମୀଙ୍କର ଅସହଯୋଗ ଓ ହିଂସା ଆଚରଣ ଏହାର ଅନ୍ୟ ଏକ କାରଣ । ରାଷ୍ଟ୍ରୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ - ୨୦୦୬ ଅନୁସାରେ ଭାରତର ୩୭

୧୪୬ ବିକଳ୍ପ ବିଶ୍ୱ