ପୃଷ୍ଠା:Bikalpa Biswa.pdf/୧୪୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରତିଶତ ମହିଳା ସ୍ୱାମୀଙ୍କ ହିଂସାଚରଣର ଶିକାର ହୋଇଥାନ୍ତି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏ ସମସ୍ୟା ଅଧିକ ଗୁରୁତର । ପ୍ରସବ ଜନିତ ମାତୃ ମୃତ୍ୟୁ ହାର ମଧ୍ୟ ଭାରତରେ ଅଧିକ ଓ ଓଡ଼ିଶାରେ ସର୍ବାଧିକ । ଏହାଛଡ଼ା ମହିଳାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର, ସ୍ୱାବଲମ୍ବନତା ବୃଦ୍ଧି ଓ ସଚେତନତା ଫଳରେ ପୁରୁଷପ୍ରଧାନ ପରିବାରମାନଙ୍କରେ କ୍ରମାଗତ କଳହ, ଅଶାନ୍ତି ଓ ବିଚ୍ଛେଦ, ବିବାହପାଇଁ ଆଉ ଏକ ଅଶୁଭ ଲକ୍ଷଣ ।

ମହିଳାଙ୍କ ଭଳି ପୁରୁଷମାନେ ବି ଏବେ ବିବାହ ବିମୁଖ ହେଲେଣି । ବିବାହ ସମ୍ପର୍କୀୟ ନୂଆ ନୂଆ ଆଇନ୍‌କୁ ଏମାନେ ପୁରୁଷ ବିରୋଧୀ ଆଇନ୍ ବୋଲି ଭାବୁଛନ୍ତି । ଏହି ଆଇନ୍ ସବୁର ଅପବ୍ୟବହାର ମଧ୍ୟ ହେଲାଣି ଓ ଅନେକ ନିର୍ଦ୍ଦୋଷ ପୁରୁଷ ଏହାର ଶିକାର ହେଉଛନ୍ତି । ଏବେ ଏମାନେ ଏକାଠି ହୋଇ ‘ପ୍ରୋଟେକ୍ଟ ଇଣ୍ଡିଆନ୍ ଫ୍ୟାମିଲି’, ‘ସେଭ୍ ଇଣ୍ଡିଆ ଫ୍ୟାମିଲି’ ଇତ୍ୟାଦି ନାମରେ ସଂସ୍ଥାମାନ ଗଢ଼ି ‘ପତ୍ନୀ ଅତ୍ୟାଚାର’ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେଣି । ଏମାନଙ୍କ କହିବା ଅନୁସାରେ ଆଲ୍‌ଫ୍ରେଡ୍ ନୋବେଲ କନ୍‌ଷ୍ଟ୍ରକସନ୍ ବା ନିର୍ମାଣ କାମ ସହଜ କରିବାପାଇଁ ଡିନାମାଇଟ୍ ଉଦ୍ଭାବନ କରିଥିଲେ - ଲୋକଙ୍କୁ ମାରିବାପାଇଁ ନୁହେଁ । ସେହିଭଳି ମହିଳାଙ୍କ ସୁରକ୍ଷାପାଇଁ ତିଆରି ଆଇନ୍ ସାହାଯ୍ୟରେ ଏବେ ପୁରୁଷମାନଙ୍କୁ ହଇରାଣ କରାଯାଉଛି । ଏହା ଫଳରେ ଆଇନ୍ ସମସ୍ତଙ୍କୁ ସମାନ ଅଧିକାର ଦେବା ପରିବର୍ତ୍ତେ ଅସମାନତା ବଢ଼ାଉଛି । ଏଭଳି ଯୁକ୍ତି ପଛରେ କେତେ ଯଥାର୍ଥତା ରହିଛି ତାହା ବିଚାର କରିବା ବେଳ ଆସିଲାଣି ।

ତେବେ ଏକଥା ସତ୍ୟ ଯେ, ସ୍ତ୍ରୀଙ୍କ ଉପରେ ନିଷ୍ଠୁର ସ୍ୱାମୀଙ୍କ ହିଂସାଚରଣର ବହୁଳ ଦୃଷ୍ଟାନ୍ତ ଥିଲେ ବି ସ୍ୱାମୀଙ୍କ ଉପରେ କ୍ରୂର ସ୍ତ୍ରୀଙ୍କ ଅତାଚାର ଦୃଷ୍ଟାନ୍ତ ବିରଳ ନୁହେଁ । ଏବେ ପୁରୁଷ-ସ୍ତ୍ରୀଙ୍କ ସମ୍ପର୍କକୁ ନିୟନ୍ତ୍ରଣ କରିବାପାଇଁ ଏତେ ଆଇନ୍ କାନୁନ୍ ହେଲାଣି ଯେ ସାଧାରଣ ଛୋଟ ଛୋଟ ଘଟଣାକୁ ନେଇ ସ୍ୱାମୀଙ୍କୁ ଜେଲ୍ ଯିବାକୁ ପଡ଼ିପାରେ । ନିକଟରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୯୭କୁ ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ରାଷ୍ଟ୍ରୀୟ ମହିଳା କମିଶନ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିରେ ପରକୀୟା ପ୍ରୀତିପାଇଁ ପୁରୁଷ ପ୍ରତି ଯେଉଁ ଦଣ୍ଡ ବ୍ୟବସ୍ଥା ଅଛି, ପର ପୁରୁଷ ପ୍ରେମପାଇଁ ସ୍ତ୍ରୀ ପ୍ରତି ସେହିଭଳି ଦଣ୍ଡ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ଆଉ ଏକ ନିଷ୍ପତ୍ତି ଅନୁସାରେ ଛାଡ଼ପତ୍ର ପରେ ମହିଳା ପୁନର୍ବିବାହ କଲା ପରେ ମଧ୍ୟ ମାଙ୍କ ପ୍ରଥମ ପତିଙ୍କ ଔରସରୁ ଜାତ ସନ୍ତାନଙ୍କ ‘କଷ୍ଟୋଡି’ ବା ହେପାଜତର ଅଧିକାର ରହିବ । ଏତଦ୍ ବ୍ୟତୀତ ଏବେ ସ୍ତ୍ରୀଙ୍କ ପ୍ରତି ଶାରୀରିକ ଅତ୍ୟାଚାର ସାଙ୍ଗକୁ ମାନସିକ ଓ ବାଚନିକ ଅତ୍ୟାଚାର ଧର୍ତ୍ତବ୍ୟ ଅପରାଧ ଭାବେ ଗଣ୍ୟ ହେବ । ଯାହା ଜଣାପଡ଼ୁଛି ନିକଟ

ବିକଳ୍ପ ବିଶ୍ୱ ୧୪୭