ପୃଷ୍ଠା:Bikalpa Biswa.pdf/୧୪୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇ ହୃଦୟ କିଣା ବିକାର ମାଧ୍ୟମ ହେଲେ ଏହି ସର୍ବ ପୁରାତନ ମାନବୀୟ ଅନୁଷ୍ଠାନକୁ ଧ୍ୱଂସ ମୁଖରୁ ରକ୍ଷାକରାଯାଇ ପାରିବ । ସେଥିପାଇଁ ଉଭୟ ପୁରୁଷ ଓ ମହିଳାଙ୍କୁ କିଛି ତ୍ୟାଗ କରିବାକୁ ପଡ଼ିବ । ସ୍ୱାମୀ ଓ ସ୍ତ୍ରୀ ହେଉଛନ୍ତି ପରିବାରର ଦୁଇଟି ଆଖି । ଗୋଟିଏ ଫୁଟିଗଲେ ପରିବାର କଣା ଓ ଦୁଇଟି ଫୁଟିଗଲେ ଅନ୍ଧ ହୋଇଯିବ ।

୩୧ ମେ, ୨୦୦୭

ବିକଳ୍ପ ବିଶ୍ୱ ୧୪୯