ପୃଷ୍ଠା:Bikalpa Biswa.pdf/୧୫୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିବାହ ଓ ପରିବାର ସୁରକ୍ଷା ପାଇଁ

କ୍ରମଶଃ ଭାଙ୍ଗିରୁଜି ଯାଉଥିବା ବିବାହ ବ୍ୟବସ୍ଥା ଓ ପରିବାରକୁ କିପରି ରକ୍ଷା କରାଯାଇ ପାରିବ ? ଭବିଷ୍ୟତରେ ପରିବାରର ସଂଜ୍ଞା, ପ୍ରକୃତି ଓ ସ୍ୱରୂପ କ’ଣ ହେବ ? ପରିବାରର ଏକ ଛୋଟ ସଂଜ୍ଞା ହେଉଛି ଯେଉଁଠି ରକ୍ତ ସମ୍ପର୍କ, ବିବାହ ସମ୍ପର୍କ ଓ ନିକଟ ସମ୍ପର୍କ ଲୋକେ ଏକାଠି ରହନ୍ତି । ଏହାକୁ ବିସ୍ତାରିତ କରି ମିଳିତ ରାଷ୍ଟ୍ରସଙ୍ଘ ଯେଉଁ ସଂଜ୍ଞା ଦେଇଛି ସେ ହେଲା: ପରସ୍ପର ସମ୍ମତି ସହ ଯେତେବେଳେ ଦୁଇ ବା ତଦୂର୍ଦ୍ଧ୍ୱ ବ୍ୟକ୍ତି ଏକାଠି ରହନ୍ତି ଏବଂ ଏକାଠି ଜନ୍ମିତ ବା ପାଳିତ ସନ୍ତାନମାନଙ୍କର ପାଳନ ପୋଷଣର ସମସ୍ତ ଦାୟିତ୍ୱ ନେଇଥାନ୍ତି । ଏବେ ଏହି ସଂଜ୍ଞାକୁ ଆହୁରି ବ୍ୟାପକ କରିବାପାଇଁ ଉଉ୍ୟମ ହେଲାଣି । ପରିବାର ସଂଜ୍ଞାରୁ ‘ବିବାହ’ ଶବ୍ଦକୁ ଉଠାଇ ଦେବା ପରେ, ଏବେ ପୁରୁଷ ଓ ସ୍ତ୍ରୀ ଶବ୍ଦକୁ ବି ଉଠାଇ ଦିଆଗଲା । ଏବେ ଆନ୍ଦୋଳନ ଆରମ୍ଭ ହେଲାଣି - ପୁରୁଷ-ପୁରୁଷ ମଧ୍ୟରେ ବିବାହ, ସ୍ତ୍ରୀ-ସ୍ତ୍ରୀ ମଧ୍ୟରେ ବିବାହକୁ ଆଇନ୍ ସ୍ୱୀକୃତି ଦେଉ । ନିକଟରେ ଓଡ଼ିଶାରେ ଏପରି ଏକ ଘଟଣା ଘଟିଛି । ସମଲିଙ୍ଗୀ ଓ ଉଭୟଲିଙ୍ଗୀ ଯୌନ-ସମ୍ପର୍କ, ହିଞ୍ଜଡ଼ାଙ୍କ ଯୌନ ଜୀବନକୁ ସ୍ୱାଭାବିକ ସମ୍ପର୍କ ଭାବରେ ଗ୍ରହଣ କରାଯିବାକୁ ଆଇନ୍‌ଲାଗି ଶାସନ ଓ ସମାଜ ଉପରେ ଚାପ ଦିଆଯାଉଛି । ସେହିପରି ବାହା ନ ହୋଇ ଏକାଠି ରହୁଥିବା ଯୁଗଳ ବ୍ୟକ୍ତିଙ୍କୁ ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ପରିବାର ସଂଜ୍ଞା ଅନ୍ତର୍ଭୁକ୍ତ କରାଗଲାଣି ।

ଫ୍ରାନ୍‌ସରେ ଏହି ସମ୍ପର୍କକୁ “ସିଭିଲ୍ ପାର୍ଟନରସିପ୍” କହି ଆଇନ୍‌ସିଦ୍ଧ କରାଯାଇଛି । ଆଫ୍ରିକାର ଏନ୍‌ଜିଓମାନେ ୨୦୦୪ ମସିହାରେ ନାଇଜେରିଆରେ ଏକତ୍ର ହୋଇ ‘ବିକଳ୍ପ ପରିବାର’ ପାଇଁ ନୂଆ ସଂଜ୍ଞା ଦେଇଛନ୍ତି । ଯେଉଁ ଧର୍ମମାନଙ୍କରେ ‘ପାରମ୍ପରିକ ପରିବାର’କୁ ଏକ ପତ୍ନୀ, ଦୁଇ ପତ୍ନୀ ବା ଚାରି ପତ୍ନୀ ବିଶିଷ୍ଟ ପରିବାର ସଂଜ୍ଞାରେ ସୀମିତ କରାଯାଇଛି, ତାହା ଆଫ୍ରିକାର କେତେକ ସଂସ୍କୃତି ଗ୍ରହଣ କରେ ନାହିଁ । ଏଠାରେ କେବଳ ପଲିଗାମି

୧୫୦ ବିକଳ୍ପ ବିଶ୍ୱ