ପୃଷ୍ଠା:Bikalpa Biswa.pdf/୧୫୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟକ୍ତିଗତ ସ୍ୱାଧୀନତାପାଇଁ ଗଳାଫଟା ଚିତ୍କାର ଭିତରେ ପାରିବାରିକ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ସହଯୋଗ, ପରସ୍ପର ଉପରେ ସ୍ୱାସ୍ଥ୍ୟକର ନିଭର୍ରଶୀଳତା, ସହାୟତା, ଏକତା ଆଦି ମୂଲ୍ୟବୋଧ ନୀରବ ହୋଇଗଲେଣି । କାରଣ ଏ ସବୁ ବିଷୟରେ ଆଲୋଚନା “ପଲିଟିକାଲି କରେକ୍ଟ” ହେବ ନାହିଁ ବା ମୌଳବାଦୀଙ୍କ ପ୍ରଳାପ ବୋଲି କୁହାଯିବ । ଏହା ସତ୍ତ୍ୱେ ବିଶ୍ୱର ବିଭିନ୍ନ ଦେଶରେ ‘ଫାମିଲି ଲାଇଫ୍ ଏଜୁକେଶନ୍’ ବା ପାରିବାରିକ ଜୀବନ ଶିକ୍ଷାକୁ ପାଠ୍ୟକ୍ରମର ଅଙ୍ଗ କରାଗଲାଣି । ଭଲ ସ୍ୱାମୀ, ଭଲ ପିତା,ଭଲ ମାତା, ଭଲ ସ୍ତ୍ରୀ, ଭଲ ସନ୍ତାନ ହେବାପାଇଁ ପରିବାର ବିଷୟରେ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ । ପରିବାର ଆମକୁ ସ୍ୱାମୀ, ସ୍ତ୍ରୀ, ପିତା-ମାତା, ଭାଇ-ଭଉଣୀ ପୁତ୍ର-କନ୍ୟା ଇତ୍ୟାଦି ସଂଜ୍ଞା ଦେଇଥାଏ ଏବଂ ଏଇସବୁ ସମ୍ପର୍କ ଓ ସଂଜ୍ଞା ଆମର ଆଚାର, ବ୍ୟବହାର, ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରଭାବିତ କରିଥାନ୍ତି । ତେଣୁ ଭାରତରେ ପରିବାର ବଞ୍ଚି ରହିଲେ ହିଁ ଭାରତୀୟ ସଭ୍ୟତା ଓ ସଂସ୍କୃତି ବଞ୍ଚି ରହିବ ।

୧୪ ଜୁନ୍, ୨୦୦୭

୧୫୪

ବିକଳ୍ପ ବିଶ୍ୱ