ପୃଷ୍ଠା:Bikalpa Biswa.pdf/୧୭୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମସ୍ୟାଯୋଗୁଁ ଏହି ମାନ୍ୟବର ଲୋକ ପ୍ରତିନିଧି ଲୋକଙ୍କ ପ୍ରକୃତ ସମସ୍ୟା ଭୁଲିଗଲେ ।

ଏପରି ଧାର୍ମିକ ଉନ୍ମାଦନା ଓ ଉତ୍ତେଜନା ଦେଖିଲା ପରେ ବୋଧହୁଏ କାର୍ଲ ମାର୍କ୍ସ ଧର୍ମକୁ “ଓପିଅମ୍ ଅଫ୍ ଦି ମାସେସ୍” ଆଖ୍ୟା ଦେଇଥିଲେ । କାରଣ ଧର୍ମର ପ୍ରକୃତ ସ୍ୱରୂପ ଓ ଆତ୍ମା, ରୀତିନୀତି ଓ ରିଚୁଆଲ୍‌ର ମୋଟା ଚାଦର ତଳେ ଅଣ ନିଶ୍ୱାସୀ ହୋଇ ପଡ଼ିଲାଣି । ବହୁବର୍ଷ ତଳେ ଦିଲ୍ଲୀର ଏକ ପ୍ରସିଦ୍ଧ କନ୍ୟା ବିଦ୍ୟାଳୟର ପିଲାମାନେ ମଞ୍ଚ ଉପରେ ବସିଥବା ଆମ ଭଳି ଅତିଥିମାନଙ୍କୁ ସ୍ୱାଗତ କରି ଯେଉଁ ଗୀତ ଗାଇଥିଲେ ତା’ର ପ୍ରଥମ ଧାଡ଼ିଟି ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ହେବ । ଏହି ହିନ୍ଦୀ ଗୀତର ପ୍ରଥମ ଦୁଇଧାଡ଼ି ଏପରି ଥିଲା:-

“ଧରତୀ ବାଣ୍ଟି, ସାଗର ବାଣ୍ଟା, ବାଣ୍ଟଲିୟା ଭଗବାନ କୋ,
ଅବ୍ ମତ୍ ବାଣ୍ଟୋ ଇନ୍‌ସାନ୍‌କୋ, ମତ୍ ବାଣ୍ଟୋ ଇନ୍‌ସାନ୍‌କୋ ।”

ପୃଥିବୀ ଓ ସାଗର ପ୍ରାୟ ବଣ୍ଟା ସରିଲାଣି, ଏବେ ମଣିଷ ବାଣ୍ଟିବା ଖେଳ ଆରମ୍ଭ ହୋଇଛି ।

ଅଗଷ୍ଟ, ୨୦୦୭

୧୭୦ ବିକଳ୍ପ ବିଶ୍ୱ