ପୃଷ୍ଠା:Bikalpa Biswa.pdf/୧୭୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାରଣରୁ ଶ୍ରୀ ରାମକୃଷ୍ଣ ପରମହଂସ ନିଜ ଜୀବନର ଅନେକ କାଳ ଅନ୍ୟ ଧର୍ମକୁ ଜାଣିବା ଓ ବୁଝିବାରେ କଟାଇଥିଲେ । ସ୍ତ୍ରୀ ହୋଇ ସ୍ତ୍ରୀ କୁ ଜାଣିବା, ମୁସଲ୍‌ମାନ ହୋଇ ଇସ୍‌ଲାମକୁ ଚିହ୍ନିବା ଓ ଖ୍ରୀଷ୍ଟିୟାନ୍ ହୋଇ ଖ୍ରୀଷ୍ଟଧର୍ମକୁ ବୁଝିବାପାଇଁ ରାମକୃଷ୍ଣ ପରମହଂସଙ୍କ ପ୍ରଚେଷ୍ଟା ଥିଲା ପୃଥିବୀରେ ଅନ୍ୟକୁ ବୁଝିବାର ସର୍ବପ୍ରଥମ ଉଦାହରଣ ।

ଏହି ବିଚାର ଓ ଆଦର୍ଶକୁ ସ୍ୱାମୀ ବିବେକାନନ୍ଦ ୧୮୯୩ ମସିହା ସେପ୍ଟେମ୍ବର ୧୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚିକାଗୋରେ ଅନୁଷ୍ଠିତ ୱାର୍ଲଡ୍ ପାର୍ଲିଆମେଣ୍ଟ ଅଫ୍ ରିଲିଜନ୍‌ସ - ବା ବିଶ୍ୱ ଧର୍ମ ମହାସଭାରେ ଉପସ୍ଥାପିତ କରିଥିଲେ । ୧୧ ତାରିଖ ଦିନ ଯେତେବେଳେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ସହନଶୀଳତାର ଆବଶ୍ୟକତା ଉପରେ ଭାଷଣ ଚାଲିଥିଲା, ବିବେକାନନ୍ଦ ଆମେରିକାବାସୀଙ୍କୁ ନିଜର ଭଉଣୀ ଓ ଭାଇ ଭାବରେ ସମ୍ବୋଧନ କରି ସମସ୍ତଙ୍କ ହୃଦୟ ଜୟ କରିଥିଲେ ଏବଂ କହିଥିଲେ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଧାର୍ମିକ ଓ ସାମ୍ପ୍ରଦାୟିକ ଅସହିଷ୍ଣୁତାର ଶିକାର ହୋଇ ଲୋକେ ଯେଉଁ ଭାରତକୁ ପଳାଇ ଆସିଥିଲେ ମୁଁ ସେଇ ଦେଶରୁ ଏଠାକୁ ଆସିଛି । ସମ୍ମିଳନୀ ଚାଲିଥିବା ବେଳେ ପୁଣି ଦିନେ ବିଭିନ୍ନ ଧର୍ମାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, “ଅନ୍ୟ ଧର୍ମକୁ ପରାହତ ଓ ଧ୍ୱଂସ କରି ନିଜ ଧର୍ମର ବିଜୟ ବାନା ଉଡ଼ାଇଲେ ବିଶ୍ୱରେ ଏକତା ବା ଶାନ୍ତି ଆସିବ ନାହିଁ ।” ଯେପରି ମଞ୍ଜି, ମାଟି, ପାଣି, ପବନ, ଖରା ଖାଇ ମଧ୍ୟ ମାଟି, ପାଣି, ପବନ, ଖରା ନ ହୋଇ ଗଛ ହୁଏ, ସେହିପରି ପ୍ରତ୍ୟେକ ଧର୍ମାବଲମ୍ବୀ ଅନ୍ୟ ଧର୍ମ, ସଂସ୍କୃତିର ଭଲ ଗୁଣ ଗୁଡିକୁ ଗ୍ରହଣ କରି ନିଜ ଧର୍ମର କଲ୍ୟାଣ କରିପାରିବେ ।

ସେପ୍ଟେମ୍ବର ୧୫ ତାରିଖ ଦିନ ସ୍ୱାମୀଜୀ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଓ ଧାର୍ମିକ ସଂକୀର୍ଣ୍ଣତା ମଧ୍ୟରେ ବାନ୍ଧି ହୋଇ ନ ରହିବାକୁ ଧର୍ମଗୁରୁମାନଙ୍କୁ ଆହ୍ୱାନ ଦେଇଥିଲେ । ଏଇ କଥାଟିକୁ ପରିଷ୍କାର କରିବାକୁ ଯାଇ ଏକ ବେଙ୍ଗ ଗପ ଶୁଣାଇଥିଲେ । ଜୁଆରରେ ଠେଲି ହୋଇ ଏକ ସାମୁଦ୍ରିକ ବେଙ୍ଗ ସ୍ଥଳ ଭାଗର ଏକ ଛୋଟ କୂଅରେ ଆସି ପଡ଼ିଲା । କୂଅ ଭିତରେ ବହୁ ଦିନରୁ ରହୁଥିବା ପେଟୁଆ ବେଙ୍ଗଟି ସମୁଦ୍ର ବେଙ୍ଗକୁ ପଚାରିଲା ତୁ କେଉଁଠୁ ଆସି ଏଠି ପଡ଼ିଲୁ । ଉତ୍ତର ମିଳିଲା “ସମୁଦ୍ରରୁ” । ସମୁଦ୍ର କ’ଣ, କେମିତି, କେତେ ବଡ଼ ? ସମୁଦ୍ର ବେଙ୍ଗ ଉତ୍ତର ଦେଇ କହିଲା ବହୁତ ବଡ଼, ଆଖି ପାଇବ ନାହିଁ । କୂପ ମଣ୍ଡୁକ କୂଅ ଭିତରର ଗୋଟିଏ ପଟରୁ ଆରପଟକୁ ଡେଇଁ ପଡି କହିଲା ଏତିକି ବଡ଼ ? ସମୁଦ୍ର ବେଙ୍ଗ ହସି କହିଲା, ନାଁ ବହୁତ ବଡ଼, ଦେଖିଲେ ଜାଣିବୁ । କୂପ ମଣ୍ଡୁକ ଆଉ ଥରେ ସେପଟରୁ ଏପଟକୁ ଡେଇଁ ପଡ଼ି କହିଲା ୨ଟା କୂଅର ପରିସର ଅପେକ୍ଷା ତୋ ସମୁଦ୍ର କେବେହେଲେ ବଡ଼ ହୋଇ ନଥିବ । ସମୁଦ୍ର ବେଙ୍ଗ ପୁଣି ଥରେ

୧୭୨ ବିକଳ୍ପ ବିଶ୍ୱ