ପୃଷ୍ଠା:Bikalpa Biswa.pdf/୧୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅସହିଷ୍ଣୁତାର ଶିକାର ହେଲେଣି । କୁହାଯାଏ ଯେ ଏଠାରେ ଯୁଦ୍ଧ ଅପେକ୍ଷା ଧାର୍ମିକ କଳହରେ ମୃତ୍ୟୁ ବେଶୀ । ଦ୍ୱିତୀୟ ମହାଯୁଦ୍ଧ ସମୟରେ ୫୦ ଲକ୍ଷ ଇହୁଦୀ ଏହାର ଶିକାର ହୋଇଥିଲେ । ଜାତି ଓ ଗୋଷ୍ଠୀ କଳହଯୋଗୁଁ ୟୁରୋପର ବୋସ୍‌ନିଆ ଓ ଆଫ୍ରକାର ରୁଆଣ୍ଡାରେ ଆଠଲକ୍ଷ ଲୋକ ପ୍ରାଣ ହରାଇଲେଣି । ଧର୍ମକୁ ଆଧାର କରି ଚାଲିଥିବା ଆତଙ୍କବାଦ‌ଦ୍ୱାରା ଗତ ୫ବର୍ଷ ମଧ୍ୟରେ ୩ ଲକ୍ଷ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଗଲାଣି । ୧୯୯୦ରୁ ଏପର୍ଯ୍ୟନ୍ତ ବିଭିନ୍ନ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୬ ଲକ୍ଷ (ଏଚ୍.ଡି.ଆର୍-୨୦୦୨ ୟୁଏନ୍‌ଡିପି) । ଉତ୍ତର ଆମେରିକା ଓ ୟୁରୋପରେ ସାମ୍ପ୍ରଦାୟିକ ଘୃଣାଜନିତ ହିଂସା ବଢ଼ିବାରେ ଲାଗିଛି । ୨୦୦୨ ମସିହାରେ ଜର୍ମାନୀରେ ୧୨,୯୩୩ ଓ ସୁଇଡେନ୍‌ରେ ୨୩୯୧ଟି ହିଂସାତ୍ମକ ଘଟଣା ଘଟିଥିଲା । ଇଂଲଣ୍ଡ ଓ ଆମେରିକାରେ ଯଥାକ୍ରମେ ୩୫୯୭ ଓ ୭,୩୧୪ଟି ଘଟଣା ଘଟିଥିଲା ।

୨୦୦୩ ମସିହାରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ଏବେ ୧୩ଟି ଆତଙ୍କବାଦୀ ଗୋଷ୍ଠୀ ଧାର୍ମିକ ଅସହିଷ୍ଣୁତା ଓ ଘୃଣାର ପ୍ରଚାର କରୁଛନ୍ତି । ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଂଲାଦେଶରେ ଏମାନଙ୍କ ପ୍ରଭାବ ବେଶୀ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ମତରେ, ଗଣତନ୍ତ୍ର ଓ ବ୍ୟକ୍ତି ସ୍ୱାଧୀନତା ଇସ୍ଲାମ ବିରୋଧୀ । ଏମାନେ ପାକିସ୍ଥାନରେ ୧୪୦୦ ବର୍ଷ ତଳେ ମକ୍କାରେ ଚାଲିଥିବା ଶାସନ ବ୍ୟବସ୍ଥା ଚାହାନ୍ତି ଏବଂ ଖୋଲାଖୋଲି କହନ୍ତି ଯେ ଗଣତନ୍ତ୍ରର ଜବାବ ହେଉଛି ବୋମା ଓ ଗ୍ରେନେଡ଼୍ । ସେହିପରି ଇହୁଦୀ, ଗସ୍, ଏସୁନିମ୍ ନାମକ ସଂସ୍ଥା ସବୁ ପାଲେଷ୍ଟିନୀୟ ଲୋକଙ୍କୁ ତଡ଼ି ଏକ ବିଶୁଦ୍ଧ ଇସ୍ରାଏଲ୍ ଗଢ଼ିବାକୁ ଚାହାନ୍ତି । ଆଲ୍‌ଜେରିଆର ଏକ ମୌଳବାଦୀ ଗୋଷ୍ଠୀ, ପ୍ରାର୍ଥନା ନ କରୁଥିବା ଲୋକ ଓ ବୁର୍ଖା ନ ପିନ୍ଧୁଥିବା ମହିଳାଙ୍କୁ ଜୀବନରେ ମାରି ଦେଉଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ ‘ନାସ୍‌ନାଲ୍ ଆଲିଆନ୍‌ସ’ ନାମକ ଏକ ନାଜି ସଂଗଠନ ଆମେରିକାକୁ କେବଳ ଏକ ଶ୍ୱେତକାୟଙ୍କ ଦେଶରେ ପରିଣତ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଉତ୍ତର ପୂର୍ବ ଭାରତରେ ନାଗା ଓ କୁକୀଙ୍କ ଭଳି ରୁଆଣ୍ଡାରେ ‘ହୁଟୁ’ ଓ ‘ଟୁଟ୍‌ସି’ଙ୍କ ମଧ୍ୟରେ ହିଂସା ଓ ହତ୍ୟାକାଣ୍ଡ ଜାରି ରହିଛି । ଦକ୍ଷିଣ ପୂର୍ବ ଏସିଆରେ ‘ଯେମା ଇସ୍‌ଲାମିୟା’ ନାମକ ଏକ ଗୋଷ୍ଠୀ ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନ୍‌ସ ଓ ସିଙ୍ଗାପୁରକୁ ମିଶାଇ ଏକ ଏସିଆନ୍ ଇସ୍‌ଲାମିକ୍ ଦେଶ ଗଠନପାଇଁ ହିଂସାତ୍ମକ ଆନ୍ଦୋଳନ ଚଳାଇଛନ୍ତି । ଏ ଦେଶମାନଙ୍କରେ ଥିବା ଚାଇନିଜ୍ ଓ ଖ୍ରୀଷ୍ଟିୟନ୍‌ମାନଙ୍କୁ ‘କାଫିର’ ନାମ ଦିଆଯାଇଛି । ଆଫ୍ରିକ।ରେ ‘ଲର୍ଡସ୍ ରେଜିଷ୍ଟାନ୍ସ ଆର୍ମି’ ନାମକ ସଂଗଠନ

ବିକଳ୍ପ ବିଶ୍ୱ ୧୭୫