ନୂଆ ସମ୍ବିଧାନରେ ଉଭୟଙ୍କପାଇଁ ସ୍ଥାନ ରହିଛି । ଆଫଗାନିସ୍ଥାନରେ ପ୍ରଚଳିତ ଇସ୍ଲାମ୍ରେ
ବହୁମତ ଓ ପନ୍ଥକୁ ସମ୍ବିଧାନ ସ୍ୱୀକୃତି ଦେଇଛି । ଭାରତର ସମ୍ବିଧାନ ଧର୍ମ-ନିରପେକ୍ଷ
ରାଷ୍ଟ୍ର ଓ ସର୍ବଧର୍ମ ସମଭାବ ବିଚାରଧାରାଦ୍ୱାରା ଚାଳିତ । ସଭ୍ୟତାର ବିକାଶପାଇଁ ଧାର୍ମିକ
ଓ ସାଂସ୍କୃତିକ ସ୍ୱାଧୀନତାର ଆବଶ୍ୟକତା ବେଶୀ । ଯେଉଁ ବ୍ୟକ୍ତି ଓ ସଂଗଠନ ଏହାକୁ
ସହ୍ୟ କରିପାରନ୍ତି ନାହିଁ, ତା’ର ତିନିଟି କାରଣ ରହିଛି :
୧. ପ୍ରଥମ କାରଣ ହେଲା, ଏମାନେ ଭାବନ୍ତି ଯେ ତାଙ୍କର ଧର୍ମ, ସଂସ୍କୃତି ଓ ପରମ୍ପରା
ଅନ୍ୟମାନଙ୍କଠାରୁ ବହୁ ଉଚ୍ଚରେ, ଅନ୍ୟଗୁଡିକ ବହୁ ତଳେ ।
୨. ତେଣୁ ଅନ୍ୟମାନେ ଆମ ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ଗ୍ରହଣ କରିବାକୁ ବାଧ୍ୟ ।
କେବଳ ଏହି ଉପାୟରେ ଏକ ବିଶୁଦ୍ଧ ସମାଜ ଗଢ଼ିବାକୁ ପଡ଼ିବ ।
୩. ଯେଉଁମାନେ ଏହାକୁ ଗ୍ରହଣ ନ କରିବେ, ସେମାନେ ପାପୀ ଓ ଦ୍ରୋହୀ, ନ
ମାନିଲେ, ସେମାନଙ୍କୁ ଖତମ୍ କରିବା ଏକ ଧାର୍ମିକ କର୍ତ୍ତବ୍ୟ ।
୧୯୮୩ ମସିହାରେ ଆମେରିକାର ଚିକାଗୋ ସହରରେ ବିଶ୍ୱ ଧର୍ମ ସମ୍ମିଳନୀକୁ
ଉଦ୍ବୋଧନ ଦେଇ ସ୍ୱାମୀ ବିବେକାନନ୍ଦ ଏପରି ମନୋବୃତ୍ତି ବିରୁଦ୍ଧରେ ପ୍ରଥମେ ସ୍ୱର
ଉତ୍ତୋଳନ କରିଥିଲେ ।
୬ ସେପ୍ଟେମ୍ବର, ୨୦୦୭
ବିକଳ୍ପ ବିଶ୍ୱ ୧୭୭