ପୃଷ୍ଠା:Bikalpa Biswa.pdf/୧୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚମଡ଼ା ବେଶି, କପଡ଼ା କମ୍

ଭାରତୀୟ ସିନେମା ଜଗତର ଜଣେ ଅଳ୍ପ ବୟସ୍କା ଛୋଟ ତାରକା ଶାର୍ଲିନ୍ ଚୋପ୍ରା ୱେବ୍‌ସାଇଟ୍‌ରେ ରଖିଥିବା ନିଜର ଅର୍ଦ୍ଧନଗ୍ନ ଫଟୋ ଚୋରି ହୋଇ ଯାଇଥିବା ଅଭିଯୋଗ କରିଛନ୍ତି । ଅତୀତରେ ଜର୍ମାନୀର ଲିଣ୍ଡାଭ ସହରରେ ଜଣେ ବସ୍ ଚାଳକ ଭରା ଯାତ୍ରୀ ଥିବା ବସ୍‌ଟିକୁ ହଠାତ୍ ରୋକି ଦେଇ ତାଙ୍କ ପଛ ସିଟ୍‌ରେ ବସିଥିବା ଦେବୋରା ନାମ୍ନୀ ଜଣେ ବିଂଶବର୍ଷୀୟା ଯୁବତୀଙ୍କୁ ସବା ପଛ ସିଟ୍‌କୁ ଚାଲିଯିବାକୁ କିମ୍ବା ବସ୍‌ରୁ ଓହ୍ଲାଇ ଯିବାକୁ ନିର୍ଦ୍ଦେଶ ଦେଲେ । ଅପ୍ରତିଭ ଓ ସମସ୍ତଙ୍କ ଆଗରେ ବସ୍ ଚାଳକଙ୍କ ଅପ୍ରତ୍ୟାଶିତ ବ୍ୟବହାରରେ ଅପମାନିତ ଦେବୋରା ଏହାର କାରଣ ପଚାରିବାରୁ ବସ୍ ଡ୍ରାଇଭର୍ ଉତ୍ତର ଦେଇ କହିଲେ “ମୋ ସାମନାରେ ଥିବା ଦର୍ପଣରେ ତୁମର ଅର୍ଦ୍ଧ ଉନ୍ମୁକ୍ତ ବକ୍ଷସ୍ଥଳର ପ୍ରତଛିବି ବାରମ୍ବାର ଦେଖି ମୋ ମନ ବିଚଳିତ ହେଉଛି, ମୁଁ ଠିକ୍ ଭାବରେ ଗାଡ଼ି ଚଲାଇ ପାରୁନାହିଁ ଏବଂ ଏହାଦ୍ୱାରା ମୋ ଗାଡ଼ିରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କର ଜୀବନ ବିପନ୍ନ ହୋଇପାରେ ।” ଦେବୋରା ପ୍ରତିବାଦ କରିବାକୁ ଚାହୁଁଥିଲେ କିନ୍ତୁ ଅନ୍ୟ ଯାତ୍ରୀମାନଙ୍କ ସମର୍ଥନ ନ ପାଇ ସେ ପଛ ସିଟ୍‌ରେ ଯାଇ ବସିଲେ ଓ ପରେ ଏହାର ପ୍ରତିବାଦ । କଲେ । କିନ୍ତୁ ବସ୍ କମ୍ପାନି ଦେବୋରାଙ୍କ ଅଭିଯୋଗ ନ ଶୁଣି, ବସ୍ ଚାଳକଙ୍କୁ ସମର୍ଥନ କରି କହିଲା ଯେ ଯାତ୍ରୀମାନଙ୍କ ନିରାପତ୍ତାପାଇଁ ଡ୍ରାଇଭର ଯାହା କଲେ, ସେହି ପରିସ୍ଥିତିରେ ତାଙ୍କର ସେଭଳି ଆଚରଣ ଯଥାର୍ଥ । ଦେବୋରା କୋର୍ଟକୁ ଗଲେ ନାହିଁ । ଜେଣ୍ଡର ଗୋଷ୍ଠୀ ଚୁପ୍ ରହିଲେ ।

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶୀମତୀ ଇନ୍ଦିରା ଗାନ୍ଧିଙ୍କ ଭଳି ଶ୍ରୀମତୀ ହିଲାରି କ୍ଲିଣ୍ଟନ୍ ନିଜ ପରିଧାନ ବିଷୟରେ ବେଶ ସଂଯତ । କିନ୍ତୁ ନିକଟରେ ରାଷ୍ଟ୍ରପତି ପଦପାଇଁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସିନେଟ୍‌ର ବାରାକ୍ ଓବାମାଙ୍କ ସହ ଜୁଲାଇ ମାସ ଅଠର ତାରିଖ ଦିନ (୨୦୦୭) ବିତର୍କ ବେଳେ ତାଙ୍କ ପୋଷାକ ବେକ ତଳରୁ ବେଶି ଖସି ଆସିଥିବା