ପୃଷ୍ଠା:Bikalpa Biswa.pdf/୧୭୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲକ୍ଷ୍ୟ କରି ରବିନ୍ ଗିଭାନ୍ ନାମକ ଜଣେ ସାମ୍ବାଦିକ ବହୁ ପ୍ରସାରିତ “ୱାସିଂଟନ୍ ପୋଷ୍ଟ” ଖବରକାଗଜରେ ୭୪୬ ଶବ୍ଦର ଲେଖା ଛାପିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଥରପାଇଁ ଜଣେ ନାରୀ ରାଷ୍ଟ୍ରପତି ପଦପାଇଁ ଲଢ଼ୁଥିବାରୁ ତାଙ୍କ ବେକ ତଳ ଫାଙ୍କ (କ୍ଲିଭେଜ୍) ଉଭୟ ନାରୀତ୍ୱ ଓ ଯୌନତ୍ୱର ସ୍ୱୀକୃତି ବୋଲି ରବିନ୍‌ଙ୍କର ମତ । ସୁଖର କଥା ଏହାଦ୍ୱାରା ଓବାମା ବିଚଳିତ ହୋଇନାହାନ୍ତି ବା ଉପର ବର୍ଣ୍ଣିତ ବସ୍ ଚାଳକଙ୍କ ଭଳି ବ୍ୟବହାର କରିନାହାନ୍ତି ।

ସେହିପରି କିଛିିଦିନ ତଳେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେଆରଙ୍କ ପତ୍ନୀ ‘ଚେରି’ ଓ ଫ୍ରାନ୍ସର ରାଷ୍ଟ୍ରପତି ପଦପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିବା ଚାରୋଟି ସନ୍ତାନର ଜନନୀ, ୫୩ ବର୍ଷ ବୟସ୍କା ‘ସେଗୋଲିନ୍ ରୟାଲ୍’ଙ୍କର ବିକିନି ଓ ସୁଇମ୍ ସୁଟ୍ ପିନ୍ଧିଥିବା ଫଟୋ ବ୍ରିଟେନ୍ ଓ ଫ୍ରାନ୍‌ସର ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆମ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲ୍ ବେଶ ପୋଷାକ ମାମଲାରେ ସର୍ବଦା ସତର୍କ ଓ ସଂଯତ । ଶ୍ରୀମତୀ ଗାନ୍ଧି ସଦାବେଳେ ଲମ୍ବା ଶାଢ଼ି ପିନ୍ଧି ଦେଶ ଓ ବିଦେଶର ସଭା ସମିତିରେ ଯୋଗ ଦେଉଥିଲେ ଏବଂ ଗ୍ରାମାଞ୍ଚଳ ଗସ୍ତ ବେଳେ ମୁଣ୍ଡ ଉପରକୁ ଓଢ଼ଣା ଟାଣି ଦେଉଥିଲେ । ପରିଧାନରେ ଦେଶ କାଳ ପାତ୍ର ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେଣୁ ଭାରତର ପୁରାତନ ତୀର୍ଥ ସ୍ଥଳ ପୁଷ୍କରଠାରେ ଯେତେବେଳେ ଫିନ୍‌ଲାଣ୍ଡରୁ ଆସିଥବା ଜଣେ ଯୁବତୀ ତୀର୍ଥସ୍ନାନ ପୁଷ୍କର ଘାଟରେ ଉଲଗ୍ନ ସ୍ନାନ ସାରି ସେହି ଅବସ୍ଥାରେ ୩୦୦ ମିଟର ଦୂରରେ ଥିବା ହୋଟେଲ୍କୁ ଚାଲିକରି ଗଲେ, ସେଠାରେ ଉପସ୍ଥିତ ଲୋକେ ଲଜ୍ଜାରେ ନିଜ ଦୃଷ୍ଟି ଭୂମି ଉପରେ ରଖିଲେ । ଏହାର କିଛିିନ ପୂର୍ବରୁ ଦଳେ ଇସ୍ରାଏଲୀ ଭାରତ ଆସି ହିନ୍ଦୁ ରୀତିରେ ବିବାହ କରିବା ପରେ ବିଚ୍ ବଜାରରେ ନିଜର ଉଲଗ୍ନ କେଳେଙ୍କାରୀ ଆଚରଣଦ୍ୱାରା ସ୍ଥାନୀୟ ଲୋକଙ୍କୁ ଅପ୍ରତିଭ କରି ଦେଇଥିଲେ ।

ପାଶ୍ଚାତ୍ୟ ଦେଶମାନଙ୍କରେ ନଗ୍ନତା ଏକ ଆନ୍ଦୋଳନର ରୂପ ନେଲାଣି । ବିଭିନ୍ନ ଅଞ୍ଚଳରେ ‘ନ୍ୟୁଡିଷ୍ଟ ସୋସାଇଟି’ ବା ଲଙ୍ଗଳା ସଂଗଠନ ସବୁ ଗଢ଼ି ଉଠିଲାଣି ଏବଂ ଧୀରେ ଧୀରେ ଏ ବ୍ୟାଧି ଭାରତରେ ବି ପହଞ୍ଚିଲାଣି । ଅଳ୍ପ ଓ ଛୋଟ କପଡ଼ା ପିନ୍ଧିବାକୁ ରାଜି ଥିବା ଝିଅମାନଙ୍କୁ ସିନେମା ଜଗତରେ ଆଗ ଏଣ୍ଟ୍ରି ମିଳୁଛି । ମଲ୍ଲିକା ଶେରାୱାତ୍ ଓ ରାକ୍ଷୀ ସାୱନ୍ତଙ୍କ ଭଳି ଝିଅମାନେ ଅର୍ଦ୍ଧନଗ୍ନତାର ଶିଡ଼ି ଚଢ଼ି ବଲିଉଡ୍‌ର ସବା ଉପରେ ପହଞ୍ଚିଲେଣି । ଆମେରିକାର ବହୁ ସହରରେ ପୁଅ ପିଲାମାନେ ଅଧା ପ୍ୟାଣ୍ଟକୁ ବି ଅଣ୍ଟା ତଳକୁ ଖସାଇ ପିନ୍ଧବାକୁ ପସନ୍ଦ କରୁଛନ୍ତି । ନିଜ ଗାର୍ଲଫ୍ରେଣ୍ଡଙ୍କ ନାଁ ପିଚାରେ ଓ ହାତରେ

ବିକଳ୍ପ ବିଶ୍ୱ ୧୭୯