ପୃଷ୍ଠା:Bikalpa Biswa.pdf/୧୮୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କମକୁଟାଇବା ଆଉ ଏକ ଫେଶନ ହେଲାଣି ପୁଅ ପିଲାଙ୍କର । ଏବେ ୨୧ ବର୍ଷୀୟ ଇଂଲଣ୍ଡର ରାଜକୁମାର ହ୍ୟାରୀଙ୍କୁ ମିଲିଟାରୀ ପ୍ୟାରେଡ୍ ପୂର୍ବରୁ ଟ୍ରାଉଜର ଖସାଇ ପିଚା ଦେଖାଇବାକୁ ସାଣ୍ଡହର୍ଷ୍ଟ ଏକାଡେମୀର ଜଣେ ଅଫିସର ଆଦେଶ ଦେଇଥିଲେ । ହ୍ୟାରୀ ଭବିଷ୍ୟତରେ ଇଂଲଣ୍ଡର ରାଜା ହେବେ । କିନ୍ତୁ ତାଙ୍କ ଉପରିସ୍ଥ ମିଲିଟାରୀ ଅଫିସର କୁଆଡେ ଶୁଣିବାକୁ ପାଇଲେ ଯେ ହ୍ୟାରୀ ତାଙ୍କ ଗାର୍ଲ ଫ୍ରେଣ୍ଡ ଜିମ୍ବାୱେରେ ଜନ୍ମିତ ଚେଲ୍‌ସି ଡାଭିଙ୍କ ନାଁ ନିଜ ପିଚାରେ ଟାଟ୍ଟୁ କରିଛନ୍ତି । ଦେଶରକ୍ଷା କର୍ମୀଙ୍କୁ କମକୁଟାଇବା ମନା ।

ସେମିତି, ଗତ ମାସରେ ଦିଲ୍ଲୀର ପ୍ରସିଦ୍ଧ ସର୍ଦ୍ଦାର ପଟେଲ୍ ବିଦ୍ୟାଳୟରେ ଆଉ ଏକ ମେଡିକାଲ ରିସର୍ଚ୍ଚ ଟିମ୍ ପିଲାମାନଙ୍କ ଯୌନ ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ଟ୍ରାଉଜର କାଢ଼ି ଦେଇଥିବା ଘଟଣାରେ ଅଭିଭାବକମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଯାଇଥିଲେ । କିନ୍ତୁ ପିଲାମାନେ ଇଣ୍ଟରନେଟ୍ ଖୋଲି ଅଶ୍ଲୀଳ, ନଗ୍ନ ଦୃଶ୍ୟ ଦେଖୁଥିବା କଥା ଅନେକ ଅଭିଭାବକଙ୍କୁ ଜଣା ନାହିଁ । ପୃଥିବୀର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ପ୍ରାୟ ୨୦ ହଜାରରୁ ଅଧିକ ଫେଶନ୍ ସୋ ହୁଏ ଏବଂ ପ୍ରାୟ ସବୁ ସୋ ରେ ନାରୀମାନଙ୍କୁ କମ୍ କପଡ଼ା ଓ ପୁରୁଷମାନଙ୍କୁ ଅଧିକ କପଡ଼ା ପିନ୍ଧାଇ ପ୍ରଦର୍ଶନୀରେ ବିକ୍ରି ସାମଗ୍ରୀ ଭଳି ଦେଖାଯାଏ । ବାପା ମା’ଙ୍କ ସହ ଟେଲିଭିଜନ୍ ଆଗରେ ବସି ଆମ ପିଲେ ଏହାକୁ ଦେଖନ୍ତି, ଶିଖନ୍ତି ଓ ଦେଖାନ୍ତି । ପ୍ରାୟ ଉଲଗ୍ନ ଏହି ମଡେଲ୍‌ମାନଙ୍କୁ ଆମ ପିଲେ ପ୍ରକୃତ ଜୀବନରେ ମଡେଲ୍ ଭାବରେ ଗ୍ରହଣ ଓ ଅନୁସରଣ କରନ୍ତି ।

ଏବେ ପୂର୍ବତନ ବିଶ୍ୱ ସୁନ୍ଦରୀ ଅଷ୍ଟ୍ରେଲିଆନ୍ ଜେନିଫର୍ ହକିନ୍ସ, ଅଧିକ ପଇସା ଓ ପବ୍ଲିସିଟି ଲୋଭରେ ସେ ଦେଶର ଏକ କ୍ଲାସି ମାଗାଜିନ୍‌ରେ ନିଜର ଉଲଗ୍ନ ଫଟୋ ଛାପିବାକୁ ପ୍ରସ୍ତାବ ଦେଇଥିଲେ । ଏ ଖବର ଶୁଣି ଜଣେ ବିଶିଷ୍ଟ ନାଗରିକ ‘ଡେଲି ଟେଲିଗ୍ରାଫ୍’ ସମ୍ବାଦପତ୍ର ମାଧ୍ୟମରେ ଜେନିଫର୍‌ଙ୍କୁ ପରାମର୍ଶ ଦେଇ ଲେଖିଥିଲେ “ଜେନିଫର୍ ପଇସାପାଇଁ ନିଜର ଲଙ୍ଗଳା ଫଟୋ ଛାପ ନାହିଁ, ଥରେ ମାଗାଜିନ୍‌ରେ ଛପା ହେଲେ, ଆଉ ନିଜର ଉଲଗ୍ନତାକୁ ଲୁଚାଇ ପାରିବ ନାହିଁ । ଭବିଷ୍ୟତରେ ଯେତେବେଳେ ମା’ ହେବ, ତମ ସନ୍ତାନ ତୁମର ଏ ଚେହେରା ଦେଖି ଲଜ୍ଜିତ ହେବେ । ଏହା ଏକ ଖରାପ ଉାହରଣ ସୃଷ୍ଟି କରିବ । ସବୁ ପିଲେ ନିଜ ମା’ମାନେ ଏପରି ବୋଲି ଭାବିବେ ।” ଜେନିଫର୍ ଏ ପ୍ରସ୍ତାବ ମାନିଲେ କି ନାହିଁ, ଏପର୍ଯ୍ୟନ୍ତ ଜଣା ନାହିଁ । ଆମେ ଆଶା କରୁଛୁ ଭାରତୀୟ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ. ସୁସ୍ମିତା ସେନ୍, ଶିଳ୍ପା ସେଟ୍ଟି, କରୀନା, ଲାରା ଦତ୍ତ, ପ୍ରିୟଙ୍କା ଚୋପ୍ରା ଓ ଅନ୍ୟ ତଥାକଥିତ ସୁନ୍ଦରୀମାନେ;

୧୮୦ ବିକଳ୍ପ ବିଶ୍ୱ