ପୃଷ୍ଠା:Bikalpa Biswa.pdf/୧୮୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅର୍ଦ୍ଧ ଉଲଗ୍ନଙ୍କ ସଭ୍ୟତା

୧୯୬୪ ମସିହା ମାର୍ଚ୍ଚ ମାସରେ ନ୍ୟୟର୍କ ସହରର ଜଣେ ବାୟୋଲୋଜି ଅଧ୍ୟାପକ ଡକ୍ଟର ଲିଓକୋଚ୍ ନଗ୍ନତାକୁ ପ୍ରକୃତ ସଭ୍ୟତାର ସଂଜ୍ଞା ଦେଇ ସେତେବେଳେ କିଶୋର କିଶୋରୀଙ୍କୁ ବେଶ୍ ପ୍ରଭାବିତ କରିଥିଲେ । ଏହାପରେ ଗଢ଼ା ହେଲା ‘ଇଷ୍ଟ୍ ବେ ସେକ୍ସୁଆଲ ଫ୍ରିଡ଼ମ୍ ଲିଗ୍’ । ଏହାର ପ୍ରବକ୍ତା ୨୯ ବର୍ଷୀୟ ରିଚାର୍ଡ ଥୋମ୍ ଘୋଷଣା କଲେ ଯେ ଯେଉଁଦିନ ମଣିଷ ପିନ୍ଧା ଲୁଗା ବା ପୋଷାକ ପରିତ୍ୟାଗ କରିବ ସେ ଦିନ ହେବ ମାନବ ସମାଜର ପ୍ରକୃତ ସ୍ୱାଧୀନତା ଦିବସ । ହିପ୍ପିମାନେ ସେତେବେଳେ ଏହାକୁ ସମର୍ଥନ କରି ସେଇଭଳି ଆଚରଣ ପ୍ରଦର୍ଶନ କରୁଥିଲେ । କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ମୁଖ୍ୟଧାରାରେ ଥିବା ଲୋକେ ଏହାକୁ କେବେହେଲେ ସମର୍ଥନ ବା ସ୍ୱୀକୃତି ଦେଇନାହାନ୍ତି ।

ତେଣୁ ୨୦୦୩ ମସିହାରେ କିଶୋର କିଶୋରୀମାନେ ଯେତେବେଳେ ଫ୍ଲୋରିଡ଼ା ନଗରୀରେ ଉଲଗ୍ନ ଗ୍ରୀଷ୍ମ ଶିବିର ସ୍ଥାପନ କଲେ, ସମଗ୍ର ଆମେରିକୀୟ ସମାଜ ଏହାର ପ୍ରତିବାଦ କରିଥିଲା । ଜୁଲାଇ ୬ ତାରିଖ ଦିନ ଭର୍ମଣ୍ଟ ସହରରେ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଉଲଗ୍ନ ହୋଇ ବଜାରରେ ବୁଲୁଥିବା ଦେଖି ନାଗରିକମାନେ କ୍ଷୁବ୍ଧ ହୋଇଥିଲେ । ଇଟାଲୀର ସହରମାନଙ୍କରେ ଏବେ ‘ଟୁଟ୍ଟି ନ୍ୟୁଡ଼ି’ ବା ସମସ୍ତେ ଲଙ୍ଗଳା ନାମକ ରାତି ଅଧିଆ ନାଇଟ୍ ସୋ’ର ଲୋକପ୍ରିୟତା ଦେଖି ସରକାର ଚିନ୍ତିତ ହୋଇ ପଡ଼ିଲେଣି । ଆମେରିକା ଓ ୟୁରୋପର ବିଭିନ୍ନ ରାଜ୍ୟରେ ଏବେ ସାର୍ବଜନୀନ ନଗ୍ନତା ବିରୋଧରେ ଲୋକେ ପ୍ରତିବାଦ କଲେଣି ଓ ଏହାକୁ ବନ୍ଦ କରିବାପାଇଁ ଆଇନ୍‌ଗତ ପଦକ୍ଷେପ ନେବାକୁ ଦାବି ହେଲାଣି ।

ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତର ବିଭିନ୍ନ ସହର ଓ ନଗରମାନଙ୍କରେ କମ୍ କପଡ଼ା ପିନ୍ଧୁଥିବା ଝିଅମାନେ ଅଧିକ ଧର୍ଷଣର ଶିକାର ହେଉଛନ୍ତି । ଏ ବର୍ଷ (୨୦୦୮) ଆଇସିଏମ୍ ଓ ଆମନେଷ୍ଟି ଇଣ୍ଟରନାସନାଲ୍ ପକ୍ଷରୁ