ପୃଷ୍ଠା:Bikalpa Biswa.pdf/୧୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ଇଂଲଣ୍ଡର ଏକ ତୃତୀୟାଂଶ ପୁରୁଷ ଓ ମହିଳା ବିଶ୍ୱାସ କରନ୍ତି କି ନାରୀର ଆଚରଣ ଓ ବେଶ ପୋଷାକ ଧର୍ଷଣର ଅନ୍ୟ ଏକ କାରଣ । ଏହି ରିପୋର୍ଟକୁ ବିଭିନ୍ନ ମହିଳା ସଂଗଠନ ବିରୋଧ କରିଥିଲେ ମଧ୍ୟ ଅନେକ ମହିଳା ସମର୍ଥନ ବି କରିଛନ୍ତି । ଟେକ୍ସାସ ବିଶ୍ୱବିଦ୍ୟାଳୟର ଆଉ ଏକ ଅଧ୍ୟୟନର ନିର୍ଯ୍ୟାସ କହେ, ନାରୀର ବକ୍ଷ (କିଲର୍ କର୍ଭ) ଓ ନିତମ୍ବ ଯୁଗେ ଯୁଗେ ପୁରୁଷକୁ ଆକର୍ଷିତ କରିଥାଏ, ତେଣୁ ଏହାର ନଗ୍ନତା ସଦାବେଳେ ନାରୀ ପ୍ରତି ବିପଦ ଆଣିଥାଏ । କିନ୍ତୁ କେତେକ ନାରୀ ଏହା ମାଧ୍ୟମରେ ପୁରୁଷକୁ ଆକୃଷ୍ଟ କରିବାପାଇଁ ଅଜାଣତରେ ଇଚ୍ଛା କରିଥାନ୍ତି । ଦେହକୁ ଚାପି ଧରି ବାହ୍ୟ ଆକାରକୁ ଠିକ୍ ଭାବେ ପ୍ରଦର୍ଶନ କରୁଥିବା ଅନ୍ତର୍ବସ୍ତ୍ର ଏବେ ବଜାରରେ ବେଶ୍ ଲୋକପ୍ରିୟ । ଏପରି ଚିପା ବସ୍ତ୍ର ଏବେ ନବଯୁବକମାନଙ୍କ ମଧ୍ୟରେ ବି ଆଦୃତ ହେଲାଣି ।

ଇରାନ୍‌ରେ ନବଯୁବତୀମାନେ ଛୋଟ କପଡ଼ା ପ୍ରତି ବିଶେଷ ଆକୃଷ୍ଟ ହେଉଥିବା ଲକ୍ଷ୍ୟ କରି ଜୁଲାଇ ୨୩ ତାରିଖରୁ ତେହେରାନ୍‌ର ରେସ୍ତୋରାଁ, ପାର୍କ, ବିଶ୍ୱବିଦ୍ୟାଳୟମାନଙ୍କରେ ପୁଲିସ୍ ମୁତୟନ କରାଯାଇ ମହିଳାମାନଙ୍କୁ ମୁଣ୍ଡରେ ଓଢ଼ଣୀ ଓ ବୁର୍ଖା ପରିଧାନପାଇଁ ଚାପ ପ୍ରୟୋଗ କରାଯାଉଛି । ମହିଳା ଟୁରିଷ୍ଟମାନଙ୍କପାଇଁ ତାଙ୍କ ଦେଶର ବିଦେଶ ମନ୍ତ୍ରଣାଳୟ ପରାମର୍ଶ ଦେଇ କହନ୍ତି ଯେ, ବିଦେଶରେ ସର୍ବଦା ନିଜର ବକ୍ଷ ଓ ପୃଷ୍ଠ ଭାଗକୁ ଆବୃତ ରଖ । ଏହା ନ କଲେ ବିପଦରେ ପଡ଼ିପାର । ଆଫଗାନିସ୍ଥାନ, ପାକିସ୍ଥାନରେ ଚରମପନ୍ଥୀ ତାଲିବାନ୍ ଓ କାଶ୍ମୀରରେ ଦୁଃଖତାରଣ ସଂସ୍ଥା ମହିଳାଙ୍କୁ ଇସ୍‌ଲାମୀୟ ପୋଷାକ ପିନ୍ଧିବାକୁ ବାଧ୍ୟ କରିବାକୁ ଫତୁଆ ଜାରି କରିଛନ୍ତି । ଯେଉଁ ମହିଳାଙ୍କ ପୋଷାକ ଆଣ୍ଠୁ ଉପର ପର୍ଯ୍ୟନ୍ତ ଥିବ ଓ କେଶବିନ୍ୟାସ ବାହାରକୁ ଦେଖା ଯାଉଥିବ ସେମାନଙ୍କୁ ପ୍ରଥମେ ତାଗିଦ୍ ଓ ତା’ପରେ ହାଜତକୁ ନିଆଯାଉଛି । ଏହା ଅଳ୍ପ ନୁହେଁ, ଅତି କପଡ଼ାର ଏକ ଉଦାହରଣ ।

ଦିଲ୍ଲୀରେ ଛୋଟ କପଡ଼ା ପିନ୍ଧି ସ୍ୱଚ୍ଛନ୍ଦରେ ବୁଲୁଥିବା ଉତ୍ତର-ପୂର୍ବାଞ୍ଚଳର ଝିଅମାନେ କ୍ରମାଗତ ଭାବରେ ଧର୍ଷଣର ଶିକାର ହେଉଥିବାରୁ ଏବେ ଅରୁଣାଚଳ କ୍ୟାଡରର ଜଣେ ବରିଷ୍ଠ ଆଇପିଏସ୍ ଅଫିସର ରବିନ୍ ହିବୁ ଏଇ ଝିଅଙ୍କପାଇଁ ଏକ ଆଚରଣବିଧି ପୁସ୍ତିକା ପ୍ରକାଶ କରି ସମାଲୋଚନାର ଶରବ୍ୟ ହୋଇଛନ୍ତି । ଏହି ପୁସ୍ତିକାରେ ସେ ନିଜ ଅଞ୍ଚଳର ଝିଅମାନଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି “ଉନ୍ମୁକ୍ତ ଓ ଦୃଶ୍ୟମାନ ଛୋଟିଆ ପୋଷାକ ପିନ୍ଧ ନାହିଁ ଏବଂ ପିନ୍ଧି ନିର୍ଜନ ଗଳିରେ ଯାଅ ନାହିଁ, ଏହାଦ୍ୱାରା ଅନ୍ୟମାନେ ତୁମ ପ୍ରତି ଅଯଥା ଆକୃଷ୍ଟ ହେବେ ଓ ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହେବ । ଯେଉଁ ଜାଗାରେ ଅଛ