ପୃଷ୍ଠା:Bikalpa Biswa.pdf/୧୮୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କପଡ଼ା ଛୋଟ କଲେ ଗାର୍ମେଣ୍ଟ ଓ ତ୍ୱଚ୍ଚା ବ୍ୟବସାୟୀ ଉଭୟଙ୍କର ମାର୍କେଟ୍ ଭଲ ଚାଲିବ । ସଭ୍ୟତା, ସଂସ୍କୃତି ଚୁଲୀକୁ ଯାଉ । ଯେଉଁମାନେ ପ୍ରତିବାଦ କରୁଛନ୍ତି ତାଙ୍କୁ ମୌଳବାଦୀ ଓ ମୋରାଲ୍ ପୋଲିସ୍ କହି ଗାଳି ଦିଆଯାଉଛି । ଶ୍ରୀକୃଷ୍ଣ ତାଙ୍କ କୈଶୋର କାଳରେ ଲଙ୍ଗଳା ହୋଇ ଯମୁନାରେ ଗାଧୋଉଥିବା ଗୋପୀମାନଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ କୂଳରେ ପଡ଼ିଥିବା ସେମାନଙ୍କ କପଡ଼ାକୁ ଡାଳ ଉପରେ ନେଇ ଥୋଇଥିଲେ । ପରବର୍ତ୍ତୀ କାଳରେ କୁରୁସଭାରେ ଯେତେବେଳେ ଗୋପୀଙ୍କର ବସ୍ତ୍ରହରଣପାଇଁ ଉଉ୍ୟମ ହୋଇଥିଲା, ପୀତବାସ ଦେବକୀନନ୍ଦନ କୋଟିବସ୍ତ୍ର ଦେଇ ଗୋପୀଙ୍କର ଲଜ୍ଜା ନିବାରଣ କରିଥିଲେ । ଏବେ ଆମେ ନିଜେ ନଗ୍ନତା ଆଡ଼କୁ ଧାଇଁଲେଣି । ତେଣୁ ଲଜ୍ଜାନିବାରଣ ଆଉ ଆବଶ୍ୟକ ପଡ଼ୁନି ।

ନୃତତ୍ତ୍ୱବିତ୍‌ମନେ କହନ୍ତି ପ୍ରାୟ ୫୦ ହଜାରରୁ ୭୦ ହଜାର ବର୍ଷ ତଳେ ମଣିଷ ବସ୍ତ୍ର ପିନ୍ଧବା ବା ନିଜକୁ ଆବରଣ କରିବା ଆରମ୍ଭ କରିଥଲା। ବିବର୍ତ୍ତନ ପ୍ରକ୍ରିୟାରେ ଯେତେବେଳେ ମଣିଷ ଦେହରୁ ଅଧିକାଂଶ ବାଳ ଝଡ଼ି ଗଲା ସେତେବେଳେ ଶୀତପ୍ରଧାନ ଅଞ୍ଚଳରେ ପ୍ରଥମେ ଶରୀରକୁ ଆବୃତ କରିବା ଉଦ୍ୟମ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କାଳରେ ବସ୍ତ୍ର ଲଜ୍ଜା ନିବାରଣପାଇଁ ବ୍ୟବହୃତ ହେଲା ଓ କ୍ରମେ ମାନବ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ପରିବେଶକୁ ଖାପ ଖୁଆଇ ଭିନ୍ନ ଭିନ୍ନ କପଡ଼ା ଲୋକେ ପିନ୍ଧିଲେ । ପ୍ରଥମ ଅବସ୍ଥାରେ ଝିଅ ପୁଅଙ୍କ କପଡ଼ା ଗୋଟିଏ ପ୍ରକାରର ଥିଲା । ଭାରତରେ ତ ଶାଢ଼ି ଓ ଧୋତି ୧୨-୧୪ ଫୁଟ ଲମ୍ବର ମାତ୍ର ଖଣ୍ଡିଏ ଲେଖାଏଁ କପଡ଼ାକୁ ଲୋକେ ପିନ୍ଧୁଥିଲେ । ଅନେକ ଅଞ୍ଚଳରେ ଲୋକଙ୍କୁ ଲମ୍ବ ଓସାର ଥିବା କପଡ଼ା ମିଳୁ ନ ଥିଲା । ସାଧୁ ସନ୍ୟାସୀମାନେ କପଡ଼ା ଉପରେ ଗୁରତ୍ୱ ଦେଉ ନ ଥିଲେ । ମହାତ୍ମା ଗାନ୍ଧି ଓଡ଼ଶାର ଦାରିଦ୍ର୍ୟ ଦେଖିଲା ପରେ ନିଜ କପଡ଼ାକୁ ଛୋଟ କରି ଦେଇଥିଲେ । ତେଣୁ ଚର୍ଚ୍ଚିଲ ତାଙ୍କ ନାଁ ଦେଇଥିଲେ ‘ଅର୍ଦ୍ଧ ଉଲଗ୍ନ ଫକୀର’ ବା ହାଫ୍ ନେକେଡ୍ ଫକୀର । ଏବେ ଅମୀର ଘର ପିଲାମାନେ ହାଫ୍ ନେକେଡ୍ ଫକୀର ହୋଇ ଡେଇଁଲେଣି ।

୧୦ ଅକ୍ଟୋବର, ୨୦୦୭