ପୃଷ୍ଠା:Bikalpa Biswa.pdf/୧୯୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକଙ୍କୁ ଆକୃଷ୍ଟ କରିବାକୁ ଚିକେନ୍ ଆଇଟମ୍‌ର ନାଁ ସବୁ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥାଏ । ସେମିତି କେତୋଟି ଆଇଟମ୍‌ର ନାଁ ଏବେ ବି ମୋର ମନେ ଅଛି । ସେଗୁଡିକ ହେଲା- ମି-ଅୟାମ୍, ବୁବୁର ଅୟାମ୍ , ସଟେଅୟାମ୍, ଅୟାମ୍ ବକର୍, ସାମ୍ ଅୟାମ୍ , ନାସି ଗୁଡେଙ୍ଗେ ଅୟାମ୍ ଇତ୍ୟାଦି । କଥାରେ ଅଛି, ତୁର୍କମେନ୍‌ଙ୍କୁ ଛାଡ଼ି ତୁର୍କମେନିସ୍ତାନ୍, ଛେନାକୁ ଛାଡ଼ି ଫ୍ରାନ୍ସ ଓ ବିଫ୍‌କୁ ଛାଡ଼ି ଟେକ୍ସାସ୍ କଥା ଯେପରି ଚିନ୍ତା କରାଯାଇପାରେନା, ସେହିପରି ଚିକେନ୍‌କୁ ଛାଡ଼ି ଇଣ୍ଡୋନେସିଆ କଥା ଭାବି ହେବ ନାହିଁ । ତେଣୁ “ବାର୍ଡ ଫ୍ଲୁ”ଯୋଗୁଁ ଏମାନେ ବିବ୍ରତ । ଏଠାରେ ଭେଜିଟାରିଆନ୍‌ର ଅର୍ଥ ଲୋକେ ବୁଝି ପାରନ୍ତି ନାହିଁ । ଥରେ ଏକ ଷ୍ଟେଟ୍ ଡିନର ପାର୍ଟିରେ ମୁଁ ଭାରତୀୟ, ହିନ୍ଦୁ ଓ ଗୋମାଂସ ଖାଏ ନାହିଁ ବୋଲି ଶୁଣି ଜଣେ ମନ୍ତ୍ରୀ ମୋତେ କହିଲେ, ଆପଣଙ୍କର ବହୁତ ଭେଜିଟାରିଆନ୍ ଆଇଟମ୍ ଅଛି ଏବଂ ଲମ୍ବା ଡିନର ଟେବୁଲ୍‌ର କ’ଣକୁ ମୋତେ ନେଇ ପ୍ରାୟ ୨୦ ପ୍ରକାର ସାଲାଡ୍ ଦେଖେଇ ଦେଲେ । ମୁଁ କିଛି ନ କହି ଖାଲି ସାଲାଡ୍ ଖାଇ ଫେରିଲି । ଏଠାରେ ଚିକେନ୍, ବିଫ୍ ଓ ମାଛ ଚାହିଦା ବେଶୀ । କିନ୍ତୁ ଏ ପର୍ଯ୍ୟନ୍ତ ‘ଆରିଆନ୍ ଫ୍ଲୁ’ ଏ ଦେଶକୁ ସଂକ୍ରମଣ କରିନାହିଁ । କିନ୍ତୁ ମ୍ୟାଡ୍ କାଓ ରୋଗ ଏଠାରେ ପହଞ୍ଚି ଯାଇଥିଲା ।

ତା’ଆରିନ ମୋତେ ସାହାଯ୍ୟ କରୁଥିବା ମହିଳା ସେକ୍ରେଟାରୀ ବୁପୁର ପଚାରିଲେ, “ସାର୍, ଆପଣ ଖରାପ ନ ଭାବିବେ ତ ଗୋଟେ କଥା ପଚାରିବି । କହିଲି ପଚାର । କହିଲେ ଭାରତୀୟ ହିନ୍ଦୁମାନେ କାହିଁକି ଗୋମାଂସ ଖାଆନ୍ତି ନାହିଁ ? ଉତ୍ତର ଦେଇ କହିଲି ବୁପୁର, ତମ ଅଫିସର ବହୁ ଲୋକ ମୋତେ ଏକଥା ପଚାରି ସାରିଲେଣି । ମୁଁ ଜଣ ଜଣ କରି ଉତ୍ତର ଦେବା ଅପେକ୍ଷା ସମସ୍ତଙ୍କୁ ଏକାଠି ଭେଟି କହିବି । ବୁପୁର ସାଙ୍ଗେ ସାଙ୍ଗେ ସେମାନଙ୍କୁ ଡାକି ଆଣିଲେ ଓ ମୁଁ ଆରମ୍ଭ କଲି - ଶୁଣ, ଆମେ ଭାରତୀୟ ହିନ୍ଦୁମାନେ ଗାଈକୁ ମାତା ଦୃଷ୍ଟିରେ ଦେଖୁ, ଗୋମାତା କହୁ, ମା ଓ ଗାଈ କ୍ଷୀର ଖାଇ ବଢ଼ୁ । ତେଣୁ କ୍ଷୀର ଦେଉଥିବା ମା’କୁ ହତ୍ୟା କରି ତା ମାଂସ କିପରି ଖାଇବୁ ? ଏକଥା ଶୁଣି ସମସ୍ତେ ଖୁସି ହୋଇଗଲେ ଓ କହିଲେ ବିଚାର ଠିକ୍ । ଏକଥା ଆମକୁ କେହି କହିନଥିଲେ । କିନ୍ତୁ ସାଙ୍ଗେ ସାଙ୍ଗେ ଆଉ ଜଣେ ଉଠିପଡ଼ି ପଚାରିଲେ “ଆମ ମନକୁ କଥାଟା ପାଉଛି, କିନ୍ତୁ ଗାଈ ବଳରେ ବଳଦ ବା ବାଛୁରୀ ମାଂସ ଖାଇଲେ ତ କ୍ଷତି ନାହିଁ ।” ମୁଁ କହିଲି ଗୋମାଂସ ମାନେ ଗାଈ, ବଳ, ବାଛୁରୀ, ଷଣ୍ଢ ସମସ୍ତଙ୍କର ମାଂସ । ଆମେ ଗାଈକୁ ଯେପରି ଗୋମାତା କହୁ, ବଳଦ ସେମିତି ଆମର ଭାଇ, ଭାରତ ଏକ କୃଷି ପ୍ରଧାନ ଦେଶ । ଏଠି ଚାଷବାସରେ ବଳଦ କୃଷକଙ୍କୁ ଭାଇ ଭଳି ସାହାଯ୍ୟ କରେ, କଳେଇ ବୋହିଆଣେ, ବେଙ୍ଗଳା ପକାଇ ଧାନ ଅମଳ କରେ, ଚାଷୀକୁ

ବିକଳ୍ପ ବିଶ୍ୱ୧୯୬