ପୃଷ୍ଠା:Bikalpa Biswa.pdf/୧୯୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶଗଡ଼ରେ ବସାଇ ହାଟ, ବଜାର ଓ ବନ୍ଧୁ ବାନ୍ଧବଙ୍କ ଘରକୁ ନେଇଯାଏ, ଗାଁରେ ଶଗଡ଼ ବିନା ପେଟ୍ରୋଲ୍‌ରେ ମଟର ଗାଡି ଭଳି କାମରେ ଆସେ, ଏପରିକି ଗାଈଗୋରୁଙ୍କ ଗୋବର ଖତ ପଡ଼ି ଫସଲ ହସି ଉଠେ । ସେପରି ଷଣ୍ଢଦ୍ୱାରା ଗାଈ ଗୋରୁଙ୍କ ବଂଶ ବୃଦ୍ଧି ହୁଏ । ଏପରି ଭାଇର ମାଂସ କେମିତି ଭାଇ ଖାଇବ ? ଗୋମାଂସ ଖାଇଲେ ଆମ କୃଷି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ, ଆମ ପିଲେ କ୍ଷୀର ଟୋପାଏ ପାଇବେ ନାହିଁ । ଏ କଥା ଶୁଣି ସମସ୍ତେ ଚୁପ୍ ହୋଇଗଲେ ଏବଂ ପରେ ଠିଆ ହୋଇ ଜୋର୍‌ରେ କରତାଳି ଦେଲେ । ବୁପୁର ଠିଆ ହୋଇ ଧନ୍ୟବା ଦେଇ କହିଲେ- ଆପଣ ଆମ ମନରୁ ଭ୍ରାନ୍ତ ଧାରଣା ଦୂର କଲେ । ଲଞ୍ଚ୍ ବେଳ ଗଡ଼ି ଯାଇଥିଲା । ବୁପୁର କୁ ପଚାରିଲି ମତେ ଭେଜିଟାରିଆନ୍ ମିଲ୍ କେଉଁଠି ମିଳବ - ଖାଲି ଭାତ ଓ ପାଣିଆ ତରକାରି ହେଲେ ଚଳିବ । କ’ଣ କହି ମାଗିବି ? ସେ କହିଲେ ଗେଟ୍ ପାଖରେ ଗୋଟେ ଖାଇବା ଦୋକାନ ଅଛି । ଆପଣ କହିବେ ମତେ “ନାସିପୁତି ଓ ସାୟୁର ଆପାସାଜା” ଦିଅ । ନାସିପତୁ ହେଲା ଭାତ ଓ ସାୟୁର ଆପାସାଜା ହେଲା ପାଣି ସନ୍ତୁଳା ତରକାରି, ବିଭନ୍ନ ପରିବା ପଡ଼ି ଛୁଙ୍କା ହୋଇଥାଏ । ସେଇ ଦିନଠାରୁ ଭାରତ ଫେରିଲା ପର୍ଯ୍ୟନ୍ତ ନାସିପୁତି ଓ ସାୟୁର ଆପାସାଜା ଖାଇ ଇଣ୍ଡୋନେସିଆରେ ରହିଲି । ଫେରିବାର ସପ୍ତାହେ ପୂର୍ବରୁ ଜାକର୍ତାରେ ଥିବା ଭାରତୀୟ ଦୂତାବାସର ଜଣେ ବନ୍ଧୁଙ୍କୁ ଏ କଥା କହିବାରୁ ସେ ଅଳ୍ପ ହସି କହିଲେ ତମେ ଜାଣିଚ କି ଏଠାରେ ପରିବା ତରକାରିରେ ମଧ୍ୟ ଶୁଖଲ। ଗୋମାଂସ ଗୁଣ୍ଡ କରି ବେଳେବେଳେ ମସଲା ଭାବରେ ବ୍ୟବହାର କରନ୍ତି । ଓଡ଼ଶ।ରେ ଶୁଖୁଆ ଗୁଣ୍ଡକୁ ତରକାରିରେ ପକାଇବା କଥା ଜାଣିଥିଲି । ତେଣୁ ତାଙ୍କ କଥା ଶୁଣି ରାମ୍ ରାମ୍ କହି ଥକା ହୋଇ ବସିପଡ଼ିଲି । ସେ ମୋ ଅବସ୍ଥା ଖେି ସାନ୍ତ୍ୱନା ଦେଇ କହିଲେ, ସାୟୁର ଆପାସାକାରେ ଏମାନେ ଗୋମାଂସ ଗୁଣ୍ଡ ପକାନ୍ତି ନାହିଁ । ସେ ଯାହାହେଉ, ତୁମେ କାଲିଠାରୁ ଆମ ଦୂତାବାସର ଗେଷ୍ଟ ହାଉସ୍‌କୁ ଚାଲିଆସ ଓ ଆମ ଇଣ୍ଡିଆନ୍ କ୍ୟାଣ୍ଟିନ୍‌ରେ ଖାଅ । ଲଞ୍ଚ୍ ପ୍ୟାକେଟ୍ ନେଇ ଅଫିସ୍ ଯାଅ । ତାଙ୍କ କଥା ମାନି ଶେଷ ସପ୍ତାହଟି ଭାରତୀୟ ଦୂତାବାସରେ କଟାଇଲି । ଏବେବି ଇଣ୍ଡୋନେସୀୟଙ୍କୁ କୌଣସି ଆନ୍ତର୍ଜାତିକ ସଭା ସମ୍ମିଳନୀରେ ଦେଖିଲେ ମନେ ପଡ଼େ, ନାସିପୁତି ଓ ସାୟୁର ଆପାସାଜା କଥା ଓ ସାଲାଡ୍ ଲଞ୍ଚ୍‌ର ଅନୁଭୁତି ।

୧୫ ନଭେମ୍ବର, ୨୦୦୭

ବିକଳ୍ପ ବିଶ୍ୱ୧୯୭